ନିର୍ମାଣ ହେଉନି ପ୍ରାଣୀ ଚିକିତ୍ସାକେନ୍ଦ୍ର

ବଇଣ୍ଡା,୧୭ା୩(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡାଠାରେ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ହେଉନାହିଁ। ଫଳରେ ରୋଗରେ ପଡ଼ୁଥିବା ବହୁ ସଂଖ୍ୟକ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ବଇଣ୍ଡାଠାରେ ଏକ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ପାଇଁ ବଇଣ୍ଡା ଗ୍ରାମବାସୀ ବୁଧବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ବ୍ଲକସ୍ଥିତ ବଇଣ୍ଡାଠାରେ ଏକ ପ୍ରାଣୀ ଚିକିତ୍ସାକେନ୍ଦ୍ର ସ୍ଥାପନ ହୋଇଥିଲା। ଏହା ଉପରେ ବଇଣ୍ଡା, ନୁନୁକାପଶି, କଦଳୀମୁଣ୍ଡା, ଗାଁ ବଇଣ୍ଡା, ଶରଧାମୁଣ୍ଡା, ଆନଦମୁଣ୍ଡା, ବଡହୁଲା, ସାନଗୋବିନ୍ଦପୁର ଆଦି ଅଞ୍ଚଳବାସୀ ରଖିଥିବା ଗୋରୁ, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ହେଉଥିଲା। ହେଲେ ଏହି ଡାକ୍ତରଖାନା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୯ ଏପ୍ରିଲ ୨୦୧୯ରେ ଭଙ୍ଗାଯାଇଥିଲା। ସେବେଠାରୁ ଆଉ ନୂତନ ପ୍ରାଣୀ ଡାକ୍ତରଖାନା ନିର୍ମାଣ ହେଉନାହିଁ। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଯାଇପାରୁ ନାହିଁ। ବଇଣ୍ଡା ଓ ଏହାର ଆଖପାଖ ଅଞ୍ଚଳର ଗୋରୁମାନଙ୍କ ଠାରେ କିଛିଦିନ ହେବ ଅଜଣା ରୋଗ ବ୍ୟାପୁଥିବାବେଳେ ହଠାତ ସେମାନଙ୍କ ମୃତ୍ୟୁ ହେଉଛି। ରବିବାର ବଇଣ୍ଡା ଛକରେ ଏକ ଗାଈର ମୃତ୍ୟୁ ହୋଇଛି। ରମେଶ ଚନ୍ଦ୍ର ଟିବୃୱାଲାଙ୍କ ବାଛୁରୀ ମରିଯାଇଛି। କେତେଜଣ ଲୋକ ଅସୁସ୍ଥ ଗୋରୁଙ୍କୁ ନେଇ ୭ କି.ମି. ଦୂର ହଣ୍ଡପା ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଯାଉଛନ୍ତି। ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେଇ ବଇଣ୍ଡାଠାରେ ଏକ ନୂତନ ପ୍ରାଣୀଡାକ୍ତରଖାନା ନିର୍ମାଣ କରିବା ପାଇଁ ବରିଷ୍ଠ ନାଗରିକ ଭଗବାନ ଘିୱାଲା, ରମାକାନ୍ତ ବେହେରା, ସୁନୀଲ ପ୍ରଧାନ, ସୁଧୀର ପ୍ରଧାନ, ମାନସ ସାହୁ, ପରିକ୍ଷିତ ସାହୁ, ଜିତେନ୍ଦ୍ର ବେହେରା, ରମେଶ ଚନ୍ଦ୍ର ଟିବୃୱାଲା, ରମେଶ ବେହେରା, ଦୀପକ ବେହେରା ପ୍ରମୁଖ ଦାବି କରିଛନ୍ତି। ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସା ଅଧିକାରୀ ନୀଳାଞ୍ଚଳ ସେନାପତି କହିଛନ୍ତି, ନୁନୁକାପଶି ଅଞ୍ଚଳରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଛି। ଏ ନେଇ ବିଡିଓଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri