ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି। ଏପରି ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଠାରେ ୪ ଲକ୍ଷ ଟଙ୍କାରେ ନିର୍ମିତ ଗୃହଟି ବ୍ୟବହାର ହେଉ ନ ଥିବାରୁ ଚାରି ପାଖରେ ଅନାବନା ଗଛ ଉଠିଗଲାଣି। ଏବେ ଏହା ଭୂତକୋଠିରେ ପରିଣତ ହୋଇଛି।
୨୦୧୨ ମସିହାରେ ତତ୍କାଳୀନ ବିଧାୟକ ଖଡିଅଣ୍ଟାଠାରେ ଏକ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟରେ ଲାଗି ପାରିଲା ନାହଁି। ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ଖଡିଅଣ୍ଟା ପଞ୍ଚାୟତରେ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ୧୦ବର୍ଷ ପୂର୍ବରୁ ୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା। ସେବେଠାରୁ ଏହି ଚିକିତ୍ସା କେନ୍ଦ୍ରରେ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା କରାଯାଇନାହିଁ। ଆଜି ଯାଏ କୌଣସି ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତି ଏଠାରେ ପରିଲକ୍ଷିତ ହୋଇନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକକ ବୋଲି ମନେହୁଏ। ଏହି ପଞ୍ଚାୟତରେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ରହିଥିବାବେଳେ ଡାକ୍ତର ନ ଥିବାରୁ ସେମାନଙ୍କ ଚିକିତ୍ସା ଲାଗି ଗୋପାଳକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଅଦିନିଆ ରୋଗ କିମ୍ବା ପ୍ରାଣୀଙ୍କର ହଠାତ୍‌ କିଛି ହେଲେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ନଚେତ୍‌ ବଡପଡାରୁ ଡାକ୍ତର ଡାକିବାକୁ ପଡୁଛି। ଯାହାଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ଠିକ୍‌ ସମୟରେ ସେବା ପାଇ ପାରୁନାହାନ୍ତି। ଚିକିତ୍ସା ଅଭାବରୁ ଅନେକ ସମୟରେ ପ୍ରାଣୀଙ୍କ ପ୍ରାଣହାନି ଘଟୁଥିବା ମଧ୍ୟ ନଜିର ରହିଛି ବୋଲି ସେ କହିଥିଲେ। ସେହିପରି ସାମାଜିକ କର୍ମୀ ସୁଶାନ୍ତ ସାମଲ, ପୂର୍ବତନ ସରପଞ୍ଚ କଳାକାର ପ୍ରଧାନ, ଅଜୟ ନାୟକ, ଅଶୋକ ମହାନ୍ତି, ପ୍ରଶାନ୍ତ ନାୟକ, ନରେଶ ଜେନା, ଭରତ ବଳ ପ୍ରମୁଖ କହିଛନ୍ତି, ଆଜକୁ ପ୍ରାୟ ୧୦ବର୍ଷ ହେବ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ପୂର୍ଣ୍ଣାଙ୍ଗ ହୋଇଥିଲେ ବି କାର୍ଯ୍ୟକ୍ଷମ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ତାହା ଏବେ ପରିତ୍ୟକ୍ତ ଅବସ୍ଥାକୁ ଆସି ବର୍ତ୍ତମାନ ଭୂତକୋଠିରେ ପରିଣତ ହୋଇଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଖଡିଅଣ୍ଟା ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚାଲୁ କରିବାକୁ ଡାକ୍ତର ନିଯୁକ୍ତି ସହ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ସୁବିଧା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?