Posted inଫୁରସତ

ବହୁମୁଖୀ ବଦ୍ରି ମିଶ୍ର

ଜୀବନ ତାଙ୍କର ଏମିତି ଏକ ମୂଲ୍ୟବାନ ବହି ଯାହାର ପ୍ରତି ଫର୍ଦ୍ଦରେ ସମାଜ ପାଇଁ କାମ ସବୁ ରହିଛି ଲେଖିହୋଇ। ସେ ହେଲେ ବଦ୍ରି ମିଶ୍ର, ଯାହାଙ୍କ ଆଖିଦୃଶିଆ ସାମାଜିକ କାମ ତାଙ୍କ ପରିଚୟ…

 

ସେ ସର୍ବଗୁଣସମ୍ପନ୍ନ। କାର୍ଯ୍ୟର ବିବିଧତା ଓ ସାମାଜିକ ପ୍ରତିବଦ୍ଧତା ତାଙ୍କୁ କେବଳ ଶ୍ରୀକ୍ଷେତ୍ରରେ ନୁହେଁ ରାଜ୍ୟର କୋଣ ଅନୁକୋଣରେ ଲୋକପ୍ରିୟ କରେଇଛି। ତାଙ୍କୁ ଭେଟିହେବ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଚାରାକୁ ଛୁଆଭଳି ଯତ୍ନରେ ରୋପୁଥିଲାବେଳେ। ଏଯାବତ୍‌ ଏକ ଲକ୍ଷ ୧୯ ହଜାର ୨୩୪ ଗଛ ଲଗେଇଥିବା ଏହି ଗଛ ମଣିଷ ଗଛ ଭଳି ନିଜକୁ ବି ନିଗାଡି ପାରନ୍ତି କାହା କାହାକୁ ରକ୍ତଦାନ ବେଳେ। ପଞ୍ଚଷଠି ବର୍ଷ ବୟସର ଜୀବନକାଳ ଭିତରେ ୧୧୦ ଥର ରକ୍ତଦାନ କରି ମଣିଷମାନଙ୍କ ପାଇଁ ଜୀବନଦାୟୀ ପାଲଟୁଥିବା ମଣିଷ ଜଣକ ପୁଣି ବାପା, ଭାଇ, ବନ୍ଧୁ କୁଟୁମ୍ବ ପାଲଟି ମଣିଷର ଶବସଂସ୍କାର କରୁଥାଆନ୍ତି ସକଳ ରୀତି ଓ ପଦ୍ଧତିରେ ଶ୍ମଶାନରେ। ୧୧୫୧ ଗୋଟି କୋକେଇରେ କାନ୍ଧ ଦେଇଛନ୍ତି ଏଯାବତ। ଗୀତି କବିତା ରଚନା କରୁଥିବା ଏହି କବି ନିଜେ ଜଣେ ସୁଗାୟକ । ସଙ୍ଗୀତ ତାଙ୍କ ରକ୍ତରେ । ଅଭିନୟ ତାଙ୍କର ରୁଚି। ନିୟମିତ ବ୍ୟବଧାନରେ ତାଙ୍କ କଲମରେ ଗୁଞ୍ଜରେ ଗଳ୍ପ, କବିତା, ବ୍ୟଙ୍ଗ, ସ୍ତମ୍ଭ ଓ ପ୍ରବନ୍ଧ ଅତ୍ୟନ୍ତ ରୋଚକ ଶବ୍ଦରେ। ସେ ଲଢ଼ିପାରନ୍ତି ଏକୁଟିଆ ଅନୀତି ବିରୁଦ୍ଧରେ। ସ୍ବାଭିମାନକୁ ଆୟୁଧ କରି ସରକାରୀ ଚାକିରୀ ପରିତ୍ୟାଗ କରନ୍ତି ଏବଂ ଦିନ ମଜୁରିଆର ପରିଚୟରେ ନିଜକୁ ଆଭୂଷିତ କରେଇ ନିଜ ଜୀବନଚର୍ଯ୍ୟାକୁ କଳାତ୍ମକ ଢଙ୍ଗରେ ଜିଇଁ ଜାଣନ୍ତି । ପବିତ୍ର ପୁରୀର ବଡ଼ଦାଣ୍ଡକୁ ଆମିଷମୁକ୍ତ କରିବାକୁ ସେ ସାମିଲ କରନ୍ତି ନିଜକୁ ଲଢେଇରେ । ଅରୁଚିକର ଭଜନ ବିରୋଧି ଆନ୍ଦୋଳନର ନେତୃତ୍ୱ ନେଇ ସୁଚେଇ ଦେଇପାରନ୍ତି ସଙ୍ଗୀତର ପବିତ୍ରତା ଜଗନ୍ନାଥମୟ ପରିବେଶରେ। ତମାଖୁମୁକ୍ତ ଭାରତ ପାଇଁ ସ୍ବାସ୍ଥ୍ୟ ସଚେତନତା ତିଆରି କରୁଥାନ୍ତି। ଆପଣା ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ବାହାରେ ସାତଟି ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀଙ୍କୁ ମୁକ୍ତ ଶିକ୍ଷାଦାନ କରିଛନ୍ତି। ଜୀବନ ତାଙ୍କର ଏମିତି ଏକ ମୂଲ୍ୟବାନ ବହି ଯାହାର ପ୍ରତି ଫର୍ଦ୍ଦରେ ସମାଜ ପାଇଁ କାମ ସବୁ ରହିଛି ଲେଖିହୋଇ। ସେ ଆଉ କେହି ନୁହଁନ୍ତି ପୁରୀ ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ବଦ୍ରି ମିଶ୍ର ଯାହାଙ୍କ ଆଖିଦୃଶିଆ ସାମାଜିକ କାମ ତାଙ୍କ ପରିଚୟ।
ପାଞ୍ଚ ୧୯୫୯ରେ ଶ୍ରୀମନ୍ଦିର ମାର୍ଗ , ପୁରୀରେ ଜନ୍ମିତ ବଦ୍ରିମିଶ୍ରଙ୍କ ଭକ୍ତି, ପ୍ରେରଣା ଓ ଶକ୍ତି ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । କ୍ୟାପିଟାଲିଆ ହଡ଼ା, ମଣିଷ ଭାଲୁ, ଛେଳି, ନେତା ଭାବବତ, ଶବ୍ଦବ୍ରହ୍ମ, ସ୍ମୃତି ସେଯେ ଭୁଲିବାର ନୁହେଁ, ମୋ ଗଛ- ମୋ ଜୀବନ, Even tree can speak , ରକ୍ତବୀରର କଥା ଭଳି ଅନେକ ପୁସ୍ତକର ରଚୟିତା ବଦ୍ରି ମିଶ୍ର ବିଭିନ୍ନ ପତ୍ରପତ୍ରିକା, ବୈଦ୍ୟୁତିକ ଗଣମାଧ୍ୟମରେ ସମ୍ପାଦନା କାର୍ଯ୍ୟ ମଧ୍ୟ ସମ୍ପାଦନା କରିଛନ୍ତି। କେଉଁଠି ସଭାପତି ତ କେଉଁଠି ସମ୍ପାଦକ, କାର୍ଯ୍ୟକାରୀ ସମ୍ପାଦକ ଓ ଉପଦେଷ୍ଟା ହୋଇ ଶ୍ରୀ ଜଗନ୍ନାଥ ଧର୍ମ ସୁରକ୍ଷା ସଂଗଠନ, ଓଡିଶା ଯୁବ ଚେତନା ସଂଗଠନ, ନିର୍ମାଲ୍ୟ , ଭକ୍ତି ନିର୍ମାଲ୍ୟ, ମିଶନ ଓଡିଶା, ଶ୍ରୀକ୍ଷେତ୍ର ପୁସ୍ତକମେଳା, ସୁନାବେଶ ଭଜନ ସମାରୋହ, ଲୋକମେଳା ଓ କୃଷିମେଳା, ପଦ୍ମଶ୍ରୀ ମାଗୁଣି ଦାସ ଗୋଟିପୁଅ ସଂସଦ ଆଦି ଅନୁଷ୍ଠାନମାନଙ୍କରେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି, କରୁଛନ୍ତି ଆଉ କେଉଁଠି କରିଆସୁଛନ୍ତି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ୧୯୯୪ରେ ନେଫେଡା, ୨୦୧୯ରେ ଉତ୍କଳରତ୍ନ , ୨୦୨୦ ରେ ପ୍ରଣମ୍ୟ ଗୁରୁ, ୨୦୨୩ରେ ପ୍ରକୃତିବନ୍ଧୁ ଉପାଧି ପ୍ରାପ୍ତ ହୋଇଛନ୍ତି । ଓଡିଶା ସଙ୍ଗୀତ ଏକାଡେମୀ ପୁରସ୍କାର, ବିଜୁ ପଟ୍ଟନାୟକ ଯୁବ ପୁରସ୍କାର, କୋଣାର୍କ ପୁରସ୍କାର, ସାରଳା ଭାଷା ପୁରସ୍କାର, ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରସ୍କାର,
ଆଇକନ ଫର ୟୁଥ, ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ହାସଲ କରିଥିବା ବଦ୍ରୀ ମିଶ୍ର ଦଧିଚୀ ସମ୍ମାନ, ରକ୍ତବୀର ସମ୍ମାନ, ସୁଦର୍ଶନ ସମ୍ମାନ, ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ମାନ,
ଆଚାର୍ଯ୍ୟ ବିନୋବା ଭାବେ ସମ୍ମାନ, ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତି ସମ୍ମାନ, ଶ୍ରେଷ୍ଠ ଗଣମାଧ୍ୟମ ସମ୍ମାନ, ଜାତୀୟ ଲୋକଗୀତ ସମ୍ମାନ, ଗୀତଦେ ଛନ୍ଦ ସମ୍ମାନ, ଗଛ ମଣିଷ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ମିଶ୍ର ଏବେବି ସାମାଜିକ ଜୀବନରେ ସକ୍ରିୟ। କାର୍ଯ୍ୟ ଅର୍ଥ ସମ୍ମାନଯୋଗ୍ୟ ମନେ କରୁଥିବା ବଦ୍ରି ମିଶ୍ର ଦିନ ମଜୁରିଆ ବୋଲି କେବେ ଲଜ୍ଜିତ ହୁଅନ୍ତି ନାହିଁ । ସୁନ୍ଦର ବେଶ ପୋଷାକରେ ଥାଇ ଯୁବ ସୁଲଭ ଉଦ୍ଦୀପନାର ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ସାମିଲ ହୁଅନ୍ତି। ଏହା ଅନେକଙ୍କ ପାଇଁ ପ୍ରେରଣାର ବିଷୟ ନିଶ୍ଚୟ।
-ମାନମୟୀ ରଥ
ଅଧ୍ୟକ୍ଷା, ସେଣ୍ଟ ଜାଭିଅର କିଡ୍ସ , ବାଲୀପୁଟ ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?