ଦିନକରେ ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ

କଟକ,୨୫ା୭ (କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ସୁଦୀର୍ଘ ଗରିମାମୟ ଇତିହାସରେ ଯୋଡ଼ିହୋଇଛି ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ। ହାଇକୋର୍ଟ ବିଚାରପତି ଦେବବ୍ରତ ଦାଶ ଓ ଡ. ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ଗୋଟିଏ ଦିନରେ ୭୫ଟି ଫୌଜଦାରି ମାମଲାର ରାୟ ପ୍ରକାଶ କରିଛନ୍ତି। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଏହା ଏକ ମାଇଲଖୁଣ୍ଟ ପରି ଓଡ଼ିଶା ତଥା ଭାରତର ନ୍ୟାୟିକ ଇତିହାସକୁ ଗୌରବାନ୍ବିତ କରିଛି।
ସୂଚନା ଅନୁସାରେ, ଆସନ୍ତା ୨୬ରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହ ପାଳନ କରାଯିବ। ଏହି ଅବସରରେ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ବ୍ୟବସ୍ଥାକୁ ଅତ୍ୟନ୍ତ ସହଜ କରାଯାଇଛି। ହାଇକୋର୍ଟର ସମସ୍ତ ଐତିହାସିକ କୃତିତ୍ୱ ସହ ବର୍ତ୍ତମାନର ଏହି ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ ଗତ ୭ ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି। ଏହି ଫୌଜଦାରି ମାମଲାଗୁଡ଼ିକ ଗତ ୭ ବର୍ଷ ବା ତଦୂର୍ଦ୍ଧ୍ୱ ସମୟ ଧରି ହାଇକୋର୍ଟରେ ବିଚାରାଧୀନ ଥିଲା। ଏ ସମସ୍ତ ହତ୍ୟା ମାମଲା ହୋଇଥିବାବେଳେ ରାଜ୍ୟର ଜିଲା କୋର୍ଟଗୁଡ଼ିକର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାର ପାଇଁ ପଡ଼ିରହିଥିଲା। ୨୦୨୩ ଜୁନ୍‌ ୨୧ ତାରିଖଠାରୁ ଏହି ମାମଲାଗୁଡ଼ିକର ଶୁଣାଣି ଚାଲିଥିଲା। ନ୍ୟାୟପାଳିକା ଏବେ ନୂଆ ପ୍ରଣାଳୀରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ପୂରଣ କରୁଛି। ବିଶେଷକରି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେବାକୁଥିବା ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଏହା ଏକ ଯଥାଯୋଗ୍ୟ ସମ୍ମାନ ହୋଇପାରିଛି। ଯାହାକି ସୁପ୍ରିମକୋର୍ଟରେ ୨୦୨୨ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ, ନ୍ୟାୟପାଳିକାରେ ଫୌଜଦାରି ମାମଲାଗୁଡ଼ିକ ବିଚାର ନ ହୋଇ ଦୀର୍ଘଦିନ ଧରି ପଡ଼ିରହୁଛି। ଏହାଦ୍ୱାରା ବହୁସଂଖ୍ୟକ ନିରୀହ ଲୋକ ବିଳମ୍ବିତ ନ୍ୟାୟ ପାଇଁ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ସେମାନେ ଜୀବନ ବିତାଉଛନ୍ତି। ସେମାନଙ୍କର ମୂଲ୍ୟବାନ ଜୀବନ ଓ ସମୟ ଜେଲ ମଧ୍ୟରେ ନଷ୍ଟ ହୋଇଯାଉଛି। ହେଲେ ସେମାନଙ୍କ ମାମଲାର ଫଇସଲା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରୁନାହିଁ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତିଙ୍କ କଥାକୁ ସମ୍ମାନ ଜଣାଇ ହାଇକୋର୍ଟ ଗ୍ରହଣ କରିଥିବା ଏହି ପଦକ୍ଷେପ ତା’ର ନ୍ୟାୟିକ ପରମ୍ପରାକୁ ମହାନ୍‌ କରିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri