ଅଡ଼େଇ ଲକ୍ଷ ଟଙ୍କାର ଶାଗୁଆନ ଗଣ୍ଡି ସହ ଗାଡ଼ି ଜବତ

ବୁଗୁଡ଼ା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଠଣାପଲୀ ନିକଟରେ ଗୋଟିଏ ଟାଟାଏସି ଗାଡି ସହିତ ସେଥିରେ ଥିବା ଅଢେଇ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଣ୍ଡି ଜବତ ହୋଇଛି। ଦଖିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନାଗିରୀ ରିଜର୍ଭ ଜଙ୍ଗଲରୁ ଗାଡ଼ିରେ ଶାଗୁଆନ ଗଣ୍ଡି ଚୋରା ଚାଲାଣ କରୁଥିଲେ। ତେବେ ଖବରପାଇ ବୁଗୁଡା ବନାଞ୍ଚଲ ଅଧିକାରୀ ଫକୀର ଚରଣ ବେହେରା, ବନପାଳ ସୁବ୍ରତ କୁମାର ତ୍ରିପାଠୀ ପ୍ରମୁଖ ଗାଡି ପିଛା କରି ଠଣାପଲୀ ନିକଟରେ ଉକ୍ତ ଗାଡ଼ି ସହିତ ସେଥିରେ ଥିବା ଅଡ଼େଇ ଲକ୍ଷ ଟଙ୍କାର ୨୫ ଘନଫୁଟ ଶାଗୁଆନ ଗଣ୍ଡି ଜବତ କରିଛନ୍ତି। ତେବେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଖସି ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଜିସିଲର ଶୋଭା ବଢ଼ାଉଛି ମୁରାନ ଝରଣା : ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ, ଚାଷୀଙ୍କ ପାଇଁ ବରଦାନ

କୋରାପୁଟ,୧୭ା୫(ସ୍ବ.ପ୍ର.) : ବଣ ପାହାଡ଼ ଘେର ଭିତରେ ରହିଛି ବିସ୍ତ୍ରୀର୍ଣ୍ଣ ପଥର ଚଟାଣ। ତାରି ଉପରେ ଧୀର ସ୍ରୋତରେ ବହିଯାଉଛି ମୁରାନ ଝରଣାର ଜଳରାଶି। ପ୍ରାକୃତିକ...

ନୀହାରିକାକୁ ମୋ’ ପୁଅ ବହୁତ ଭଲପାଉଥିଲା, ସେ କଦାପି ମାରିପାରିବ ନାହିଁ: ରାଜାଙ୍କ ମା’

ଜଗତସିଂହପୁର ଅଫିସ/ବିରିଡି(ଡି.ଏନ୍‌.ଏ.), ୨୦।୯: ନୀହାରିକାଙ୍କୁ ମୋ’ ପୁଅ ବହୁତ ଭଲପାଉଥିଲା। ତାକୁ ସେ କଦାପି ମାରିପାରିବ ନାହିଁ। ସେ ନିର୍ଦ୍ଦୋଷ। ଘଟଣାରେ ମୋ’ ପୁଅର ସମ୍ପୃକ୍ତି...

ଚାଉଳ ନେବା ପାଇଁ ଖରାରେ ଛିଡା ହେଉଛନ୍ତି ହିତାଧିକାରୀ: ଘରେ ପହଞ୍ଚାଇବାକୁ ପ୍ରଶାସନ ନିକଟରେ ଦାବି

ଗଞ୍ଜାମ, ୧୧।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ...

ଶଟ୍‌ଡାଉନ୍‌ରେ ଗଞ୍ଜେଇ ଚାଲାଣ: ବୁଲେଟ୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

ପାଟପୁର,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଖପରାବାଡ଼ ନିକଟରେ ଶନିବାର ସକାଳେ ପାଟପୁର ପୋଲିସ ଚଢ଼ାଉ କରି ଏକ ବୁଲେଟ୍‌ ସହ ୨୯...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ବିସ୍କୁଟ ଖାଇଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୨୨ା୯(ଡ଼ି.ଏନ.ଏ.)-ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ତରକାରୀରେ ଏକ ମଲା ଝିଟିପିଟି ପଡ଼ିଥିବା ପାଚିକା ଦେଖିଥିଲେ...

ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର...

ବଲାଙ୍ଗୀର ଟାଉନ ଥାନା କନ୍‌ଷ୍ଟେବଳଙ୍କ ଦବଙ୍ଗଗିରି

ବଲାଙ୍ଗୀର ଅଫିସ, ୧୭।୭: ପାଟଣାଗଡ଼ ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜଣେ ବିଧବା ଆଦିବାସୀ ମହିଳାଙ୍କ ଜମି...

ବିଶୋଧୀକରଣ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ

ପୁରୀ ଅଫିସ,୧୧।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିିଭନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। କିପରି ଏହି ମାରାତ୍ମକ ଭୂତାଣୁ ନ...

Advertisement


Archives

Model This Week

Why Dharitri