୧୯ କୋଟି ଖର୍ଚ୍ଚ ହୋଇ ମଧ୍ୟ ଉପଭୋକ୍ତାଙ୍କ କାର୍ଯ୍ୟରେ ଆସୁନି ସବ୍‌ଷ୍ଟେଶନ

ମୁନିଗୁଡ଼ା,୬ା୯(ଡି.ଏନ୍‌.ଏ.): ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏବେବି ଏହାର ଲାଭ ଭଠାଇ ପାରୁ ନାହାନ୍ତି ଉପଭୋକ୍ତା।ରାୟଗଡ଼ା ଜିଲା ହାଟମୁନିଗୁଡା ଛକଠାରେ ତିଆରି ହୋଇଛି ସବ୍‌ଷ୍ଟେଶନ ହେଲା, ଏଯାଏ ଏହା ଗ୍ରାହକଙ୍କ ପାଇଁ କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ଲୋକେ ବିଦ୍ୟୁତ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଂଚାରଣ ନିଗମ ଲିମିଟେଡ୍‌ ପକ୍ଷରୁ ରାୟଗଡ଼ା ଜିଲା ହାଟମୁନିଗୁଡ଼ାଠାରେ ତିଆରି ହୋଇଛି ୧୩୨/୩୩ କେଭି ଗ୍ରୀଡ୍‌ ସବ୍‌ଷ୍ଟେଶନ। ଏହା ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୯ କୋଟି । କାମ ସରିବାର ପ୍ରାୟ ୧ ବର୍ଷ ହୋଇ ଗଲାଣି କିନ୍ତୁ ଏହି ଗ୍ରୀଡ୍‌ଠାରୁ ସାଉଥ୍‌କୋ ବିଜୁଳି ନେଇ ରେଳବାଇକୁ ସେବା ଯୋଗାଉଛି କିନ୍ତୁ ଏ ଯାଏ ଘରୋଇ ଗ୍ରାହକଙ୍କୁ ଏହି ସବ୍‌ଷ୍ଟେଶନ ବିଦ୍ୟୁତ୍‌ ଯୋଗାଇ ପାରୁନାହିଁ। ଥେରୁବାଲିସ୍ଥିତ ସବ୍‌ଷ୍ଟେଶନରୁ ବିଷମକଟକ, ମୁନିଗୁଡ଼ା ଓ ଚନ୍ଦ୍ରପୁର ବ୍ଲକକୁ ବିଦ୍ୟୁତ୍‌ ସେବା ଯୋଗାଉଛି। ସାଉଥ୍‌କୋ ହେଲେ, ଏହି ଲାଇନ୍‌ ଭାତପୁର ଜଙ୍ଗଲ ଦେଇ ଆସିଥିବାରୁ ପ୍ରାୟ ଅଧିକାଂଶ ସମୟରେ ଗଛ ପଡ଼ି ବିଦ୍ୟୁତ୍‌ ସେବା ବ୍ୟାହତ ଘଟୁଛି। ଯାହା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ସବ୍‌ଷ୍ଟେଶନ କାର୍ଯ୍ୟକାରୀ ହେଲେ ୩ ବ୍ଲକର ପ୍ରାୟ ୫୦ ହଜାର ଉପଭୋକ୍ତା ବିଦ୍ୟୁତ୍‌ ସେବା ପାଇ ପାରିବେ ବୋଲି ଗ୍ରାହକ
କୃଷ୍ଣଚନ୍ଦ୍ର ମଲିକ, ବନଜା ବେହେରା, ଗଣେଶ ପ୍ରସାଦ ପାତ୍ର, ଭଗବାନ ବେହେରା, ଶ୍ରୀକାନ୍ତ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ହଠାତ୍‌ ଫାଟିଲା ଚକ, ପୋଲ ତଳକୁ ଖସିପଡିଲା ଟ୍ରକ୍‌; ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବଲାଙ୍ଗୀର,୨୬।୫ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପଦ୍ମପୁର-ପାଟଣାଗଡ ରାସ୍ତା ଜୁରିଆ ବ୍ରିଜ୍‌ ତଳକୁ ଖସି ପଡ଼ିଲା ଟ୍ରକ୍‌ । ଦମକଳବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଖୁସି ଖବର! ଇରାନ ସହ ଡିଲ୍‌କୁ ନେଇ ୟୁ-ଟର୍ନ ନେଲେ ରୁବିଓ

ନୂଆଦିଲ୍ଲୀ,୨୬।୫: ଇରାନ ସହିତ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ପୂର୍ବ ବକ୍ତବ୍ୟରୁ ଏକ ୟୁ-ଟର୍ନ ନେଇଛନ୍ତି। ପୂର୍ବରୁ, ସେ କହିଥିଲେ…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ: ଗୁଡାରିରେ ଆତଙ୍କ

ଗୁଡାରି,୨୬।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲାର ଗୁଡାରି ସହରରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ସୁନା ବ୍ୟବସାୟୀଙ୍କୁ ଡକାୟତ ଗ୍ୟାଙ୍ଗ ମରଣାନ୍ତକ…

ମୁଁ କେମିତି ବଞ୍ଚିବି…. କୋରାପୁଟ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ରୋଚକ ଦୃଶ୍ୟ, ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

କୋରାପୁଟ,୨୬।୫(ଅମିତାଭ ବେହେରା ): କୋରାପୁଟ ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜଣେ ମହିଳା କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି । କୋରାପୁଟ…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ମଦନପୁର ରାମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri