ଅନ୍ତ୍ୟେଷ୍ଟି କ୍ରିୟାରେ ନିମ୍ନମାନର ଘିଅ ବ୍ୟବହାର

ପୁରୀ ଅଫିସ,୧୪।୯: ପୁରୀ ସ୍ବର୍ଗଦ୍ୱାରରେ ସତ୍କାର କଲେ ମୃତବ୍ୟକ୍ତିଙ୍କୁ ପୁଣ୍ୟ ପ୍ରାପ୍ତି ହେଉଥିବା ବିଶ୍ୱାସରେ ଲୋକେ ଏଠାକୁ ଆସନ୍ତି। ହେଲେ ସ୍ବର୍ଗଦ୍ୱାରରେ ପୂଜା ଓ ଅନ୍ତ୍ୟେଷ୍ଟି କ୍ରିୟାବେଳେ ସାମଗ୍ରୀ କିଣାବିକାରେ ସରକାରୀ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ ମୃତଦେହ ସତ୍କାର ପାଇଁ କେବଳ ଓମଫେଡ୍‌ ଘିଅ ଉଦ୍ଦିଷ୍ଟ ଥିବାବେଳେ ଦୋକାନରେ ନିମ୍ନମାନର ଘିଅ ଦିଆଯାଉଛି। ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଏକ ସାମଗ୍ରୀ ତାଲିକା ସ୍ବର୍ଗଦ୍ୱାର ପରିସର ମଧ୍ୟରେ ରହିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଅଛି କେବଳ ଓମ୍‌ଫେଡ୍‌ ଘିଅ ହିଁ ବିକ୍ରି ଉଦ୍ଦେଶ୍ୟରେ ମିଳିପାରିବ। ତେବେ ସାମଗ୍ରୀ ଦୋକାନୀ ଓମ୍‌ଫେଡ୍‌ ଘିଅ ବଦଳରେ ଅଲଗା ଘିଅ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଏ ନେଇ ସ୍ବର୍ଗଦ୍ୱାର ସେବା ସମିତି ପକ୍ଷରୁ ଜାଣିଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ସେନେଇ ପ୍ରଶ୍ନ ଉଠିଛି।
ସାଧାରଣତଃ ଅଧିକାଂଶ ଲୋକେ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ ମୃତଦେହ ସତ୍କାର କରୁଛନ୍ତି। ଫଳରେ ସରକାର ଏହି ଖର୍ଚ୍ଚ ବହନ କରୁଥିବା ବେଳେ ସ୍ବର୍ଗଦ୍ୱାର ପରିସରରେ ଥିବା ଅନ୍ତ୍ୟେଷ୍ଟି କ୍ରିୟା ସାମଗ୍ରୀ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ଲୋକେ ମାଗଣାରେ ସାମଗ୍ରୀ ପାଉଥିବା ହେତୁ କେଉଁ କମ୍ପାନୀର ଘିଅ ମିଳୁଛି ସେନେଇ ପ୍ରଶ୍ନ ଉଠାଉନାହାନ୍ତି। ମାତ୍ର ଅପରପାର୍ଶ୍ୱରେ ଅନ୍ତ୍ୟେଷ୍ଟି କ୍ରିୟା ସାମଗ୍ରୀ ଦୋକାନ କରିଥିବା ବ୍ୟକ୍ତି ସରକାରଙ୍କଠାରୁ ଓମ୍‌ଫେଡ୍‌ ଘିଅ ମୂଲ୍ୟର ଟଙ୍କା ନେଇ ଲୋକଙ୍କୁ ନିମ୍ନମାନର ଘିଅ ଦେଉଛନ୍ତି। ଏ ସମ୍ପର୍କରେ ଦୋକାନରେ ଥିବା କର୍ମଚାରୀଙ୍କୁ ପଚାରିବାରେ ଦୋକାନର ମାଲିକାନା ମୋ ପାଖରେ ନାହିଁ। ମୋତେ ଯାହା କୁହାଯାଇଛି ମୁଁ ତାହା ବିକ୍ରି କରୁଛି ବୋଲି କହିଛନ୍ତି। ଓମ୍‌ଫେଡ୍‌ ଘିଅ ଓ ଏହି ନିମ୍ନ ମାନର ଘିଅ ମଧ୍ୟରେ ଅତିକମ୍‌ରେ ୫୦ ଟଙ୍କାର ଅନ୍ତର ରହୁଛି। ଅର୍ଥାତ୍‌ ଦୈନିକ ପ୍ରତିଟି ଶବଦାହରେ ଏମାନଙ୍କୁ ୫୦ ଟଙ୍କାର ଲାଭ ହେଉଛି। ମୋଟାମୋଟି ଭାବେ ଦିନକୁ ୬୦ରୁ ୭୦ ଶବଦାହ ହେଉଥିଲେ, ୩ହଜାର ଟଙ୍କା ଏହି ବାବଦରେ ହେରଫେର କରାଯାଉଛି। କିଛି ସଚେତନ ଲୋକେ ନିମ୍ନମାନର ଘିଅକୁ ନେଇ ପ୍ରଶ୍ନ କଲେ ଏହାକୁ ତୁରନ୍ତ ବଦଳାଇ ଓମଫେଡ୍‌ ଘିଅ ଦିଆଯାଉଛି। ଦୋକାନରେ ଓମ୍‌ଫେଡ୍‌ ରଖାଯାଇଥିବା ବେଳେ ଲୋକଙ୍କୁ ନିମ୍ନମାନର ଘିଅ ଦିଆଯାଉଛି। ଏ ନେଇ ଅଭିଯୋଗ କରିବା ପାଇଁ ଏକ ଟୋଲ୍‌ ଫ୍ରି ନମ୍ବରର ଆବଶ୍ୟକତା ରହିଛି ବୋଲି ଶବଦାହ କରିବାକୁ ଆସିଥିବା ଶୁଭ୍ରାଂଶୁ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସ୍ବର୍ଗଦ୍ୱାର ମ୍ୟାନେଜର ବିଶ୍ୱନାଥ ସାହୁ କହିଛନ୍ତି, ଅଭିଯୋଗ ଦାଖଲ କରାଯାଇଛି। ଏ ସମ୍ପର୍କରେ ସ୍ବର୍ଗଦ୍ୱାର ସେବା ସମିତିକୁ ଜଣାଯିବ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri