ଅନ୍ତ୍ୟେଷ୍ଟି କ୍ରିୟାରେ ନିମ୍ନମାନର ଘିଅ ବ୍ୟବହାର

ପୁରୀ ଅଫିସ,୧୪।୯: ପୁରୀ ସ୍ବର୍ଗଦ୍ୱାରରେ ସତ୍କାର କଲେ ମୃତବ୍ୟକ୍ତିଙ୍କୁ ପୁଣ୍ୟ ପ୍ରାପ୍ତି ହେଉଥିବା ବିଶ୍ୱାସରେ ଲୋକେ ଏଠାକୁ ଆସନ୍ତି। ହେଲେ ସ୍ବର୍ଗଦ୍ୱାରରେ ପୂଜା ଓ ଅନ୍ତ୍ୟେଷ୍ଟି କ୍ରିୟାବେଳେ ସାମଗ୍ରୀ କିଣାବିକାରେ ସରକାରୀ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ ମୃତଦେହ ସତ୍କାର ପାଇଁ କେବଳ ଓମଫେଡ୍‌ ଘିଅ ଉଦ୍ଦିଷ୍ଟ ଥିବାବେଳେ ଦୋକାନରେ ନିମ୍ନମାନର ଘିଅ ଦିଆଯାଉଛି। ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଏକ ସାମଗ୍ରୀ ତାଲିକା ସ୍ବର୍ଗଦ୍ୱାର ପରିସର ମଧ୍ୟରେ ରହିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଅଛି କେବଳ ଓମ୍‌ଫେଡ୍‌ ଘିଅ ହିଁ ବିକ୍ରି ଉଦ୍ଦେଶ୍ୟରେ ମିଳିପାରିବ। ତେବେ ସାମଗ୍ରୀ ଦୋକାନୀ ଓମ୍‌ଫେଡ୍‌ ଘିଅ ବଦଳରେ ଅଲଗା ଘିଅ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଏ ନେଇ ସ୍ବର୍ଗଦ୍ୱାର ସେବା ସମିତି ପକ୍ଷରୁ ଜାଣିଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ସେନେଇ ପ୍ରଶ୍ନ ଉଠିଛି।
ସାଧାରଣତଃ ଅଧିକାଂଶ ଲୋକେ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ ମୃତଦେହ ସତ୍କାର କରୁଛନ୍ତି। ଫଳରେ ସରକାର ଏହି ଖର୍ଚ୍ଚ ବହନ କରୁଥିବା ବେଳେ ସ୍ବର୍ଗଦ୍ୱାର ପରିସରରେ ଥିବା ଅନ୍ତ୍ୟେଷ୍ଟି କ୍ରିୟା ସାମଗ୍ରୀ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ଲୋକେ ମାଗଣାରେ ସାମଗ୍ରୀ ପାଉଥିବା ହେତୁ କେଉଁ କମ୍ପାନୀର ଘିଅ ମିଳୁଛି ସେନେଇ ପ୍ରଶ୍ନ ଉଠାଉନାହାନ୍ତି। ମାତ୍ର ଅପରପାର୍ଶ୍ୱରେ ଅନ୍ତ୍ୟେଷ୍ଟି କ୍ରିୟା ସାମଗ୍ରୀ ଦୋକାନ କରିଥିବା ବ୍ୟକ୍ତି ସରକାରଙ୍କଠାରୁ ଓମ୍‌ଫେଡ୍‌ ଘିଅ ମୂଲ୍ୟର ଟଙ୍କା ନେଇ ଲୋକଙ୍କୁ ନିମ୍ନମାନର ଘିଅ ଦେଉଛନ୍ତି। ଏ ସମ୍ପର୍କରେ ଦୋକାନରେ ଥିବା କର୍ମଚାରୀଙ୍କୁ ପଚାରିବାରେ ଦୋକାନର ମାଲିକାନା ମୋ ପାଖରେ ନାହିଁ। ମୋତେ ଯାହା କୁହାଯାଇଛି ମୁଁ ତାହା ବିକ୍ରି କରୁଛି ବୋଲି କହିଛନ୍ତି। ଓମ୍‌ଫେଡ୍‌ ଘିଅ ଓ ଏହି ନିମ୍ନ ମାନର ଘିଅ ମଧ୍ୟରେ ଅତିକମ୍‌ରେ ୫୦ ଟଙ୍କାର ଅନ୍ତର ରହୁଛି। ଅର୍ଥାତ୍‌ ଦୈନିକ ପ୍ରତିଟି ଶବଦାହରେ ଏମାନଙ୍କୁ ୫୦ ଟଙ୍କାର ଲାଭ ହେଉଛି। ମୋଟାମୋଟି ଭାବେ ଦିନକୁ ୬୦ରୁ ୭୦ ଶବଦାହ ହେଉଥିଲେ, ୩ହଜାର ଟଙ୍କା ଏହି ବାବଦରେ ହେରଫେର କରାଯାଉଛି। କିଛି ସଚେତନ ଲୋକେ ନିମ୍ନମାନର ଘିଅକୁ ନେଇ ପ୍ରଶ୍ନ କଲେ ଏହାକୁ ତୁରନ୍ତ ବଦଳାଇ ଓମଫେଡ୍‌ ଘିଅ ଦିଆଯାଉଛି। ଦୋକାନରେ ଓମ୍‌ଫେଡ୍‌ ରଖାଯାଇଥିବା ବେଳେ ଲୋକଙ୍କୁ ନିମ୍ନମାନର ଘିଅ ଦିଆଯାଉଛି। ଏ ନେଇ ଅଭିଯୋଗ କରିବା ପାଇଁ ଏକ ଟୋଲ୍‌ ଫ୍ରି ନମ୍ବରର ଆବଶ୍ୟକତା ରହିଛି ବୋଲି ଶବଦାହ କରିବାକୁ ଆସିଥିବା ଶୁଭ୍ରାଂଶୁ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସ୍ବର୍ଗଦ୍ୱାର ମ୍ୟାନେଜର ବିଶ୍ୱନାଥ ସାହୁ କହିଛନ୍ତି, ଅଭିଯୋଗ ଦାଖଲ କରାଯାଇଛି। ଏ ସମ୍ପର୍କରେ ସ୍ବର୍ଗଦ୍ୱାର ସେବା ସମିତିକୁ ଜଣାଯିବ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri