ପଲିଥିନ୍‌ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବଦ୍ରଷ୍ଟା

ପଟ୍ଟାମୁଣ୍ଡାଇ, ୩୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ ଓ ରାଧାରମଣ ମଠ ନିକଟରେ ବ୍ୟବହାର କରାଯାଇଥିବା କୁଢ଼କୁଢ଼ ପଲିଥିନ ଗ୍ଲାସ ଓ ଥର୍ମୋକୁଲ ଥାଳି, ଗିନା ପଡିଛି। ବଜାରରେ ଏହା ଖୁଲମଖୁଲା ବିକ୍ରି ଓ ବ୍ୟବହାର ହେଉଛି। ହୋଟେଲ, ପାନ ଦୋକାନ, ଜଳଖିଆ ଦୋକାନ, ପନିପରିବା, ତେଜରାତି, ମାଛ, ମାଂସ ଦୋକାନରେ ପଲିଥିନ୍‌ ଓ ଥର୍ମୋକୁଲ ଥାଳି, ଗିନା ବ୍ୟବହାର କରାଯାଉଛି। ଖାଲୁଆ ଜାଗାରେ ପଲିଥିନ୍‌ ପଡ଼ିବା ସହ ଏଣେତେଣେ ଉଡ଼ି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ବର୍ଷା ସମୟରେ ଜଳ ନିଷ୍କାସନରେ ବାଧା ଉପୁଜୁଛି। ସର୍ବଜନସାଧାରଣ ରାସ୍ତାରେ ପଲିଥିନ ଜମି ରହିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୌର ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦିନକୁଦିନ ପଲିଥିନ୍‌ ବେପାର ଜମୁଛି। ସକାଳୁ ପୌରସଂସ୍ଥାର ସ୍ବଚ୍ଛ ସବାରି ଗାଡ଼ି ସାହି ଗଳିକନ୍ଦିରେ ବୁଲୁଥିବାବେଳେ ସେଥିରେ ଲାଗିଥିବା ଡ଼ାକବାଜି ଯନ୍ତ୍ରରେ ସ୍ବଚ୍ଛତାକୁ ନେଇ ସଙ୍ଗୀତ ବାଜୁଛି। କିନ୍ତୁ ସହରର ବିଭିନ୍ନ ସ୍ଥାନରେ ଏବେ ପଲିଥିନ ଗ୍ଲାସ ଓ ଥର୍ମୋକୁଲ ଅଳିଆ ଆବର୍ଜନା କୁଢ଼କୁଢ଼ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ପରିବେଶ ସୁରକ୍ଷା ଆଇନ ଧାରା ୧୫ ଓ ୧୬/୧୯୮୬ ଅନୁଯାୟୀ ୨୦ ମାଲକ୍ରୋନରୁ କମ୍‌ ପଲିଥିନ୍‌ ଆମଦାନୀ, ଗଚ୍ଛିତ ଓ ବିକ୍ରୟ ଅପରାଧ ହୋଇଥିବା ବେଳେ ପ୍ରଦୂଷଣମୁକ୍ତ କରିବାକୁ ପଲିଥିନ ବ୍ୟବହାର ନିଷେଧ ହୋଇଛି। ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପଲିଥିନମୁକ୍ତ ଓ ସଚେତନତା ସୃଷ୍ଟି କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ପୌର ପରିଷଦ ପକ୍ଷରୁ ସମସ୍ତ ଦୋକାନୀ ଓ ହୋଲସେଲରମାନଙ୍କୁ ନୋଟିସ କରାଯାଇଛି। ଯଦି ନିର୍ଦ୍ଦେଶକୁ କେହି ଅବମାନନା କରନ୍ତି, ତେବେ ଆସନ୍ତା ଜୁଲାଇରୁ ସେମାନଙ୍କୁ ଜରିମାନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?