Posted inଖେଳ

ଭଡାରେ ଜିନିଷ ନେଇ ଟି-୨୦ ଓ୍ବାର୍ଲଡ କପ ହୋଷ୍ଟ କରିବ ଆମେରିକା, ଚମକାଇବା ଭଳି ତଥ୍ୟ ଦେଲା ଆଇସିସି

ନୂଆଦିଲ୍ଲୀ,୧୮।୧: ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଚଳିତ ବର୍ଷ ଜୁନରେ ହେବାକୁ ଥିବା ଟି -୨୦ ବିଶ୍ୱକପ ସମ୍ପର୍କରେ ଆଇସିସି ଏକ ବଡ଼ କଥା କହିଛି। ଯେଉଁଥିରେ କୁହାଯାଇଥିଲା ଯେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଆମେରିକା ସାମୟିକ ପ୍ରସ୍ତୁତି କରିବ, ଯେଉଁଥିରେ ପିଚ ମେଲବୋର୍ନରୁ ଅଣାଯିବ ଏବଂ ଦର୍ଶକଙ୍କ ପାଇଁ ଚେୟାରଗୁଡ଼ିକ ଲାସ ଭେଗାସରୁ ଆସିବ।
ଆମେରିକାରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଡ୍ରପ-ଇନ ପିଚ ବ୍ୟବହାର କରାଯିବ, ଯାହା ଆଡିଲେଡ ଓଭାଲ କ୍ୟୁରେଟର ଡେମିଆନ ହଫ ଦ୍ୱାରା ପ୍ରସ୍ତୁତ ହେବ। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ପିଚରେ ଏହି ଡ୍ରପ କ’ଣ। ଡ୍ରପ ଇନ ପିଚ ହେଉଛି ଏପରି ପିଚ ଯାହା ପଡିଆଠାରୁ କିଛି ଦୂରରେ ତିଆରି ହୁଏ ଏବଂ ପରେ ଅଣାଯାଇ ପଡ଼ିଆରେ ରଖାଯାଏ ବା ବିଛାଇ ଦିଆଯାଏ। ଏହା ବ୍ୟତୀତ ଟୁର୍ନାମେଣ୍ଟରେ ଜୁନ ୯ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ମ୍ୟାଚ ଖେଳାଯିବ, ଯେଉଁଥି ପାଇଁ ୩୪,୦୦୦ ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଏକ ଅସ୍ଥାୟୀ ଗ୍ୟାଲେରୀ ନିର୍ମାଣ ହେବ ଏବଂ ବ୍ୟବହାର ପରେ ଏହାକୁ ହଟାଇ ଦିଆଯିବ।
ଆଇସିସି ଇଭେଣ୍ଟ ନିର୍ଦ୍ଦେଶକ କ୍ରିସ ଟେଟଲି କହିଛନ୍ତି, ଆମେ ପୂର୍ବରୁ ନିର୍ମାଣ ହୋଇଥିବା ଡ୍ରପ-ଇନ ପିଚ ବ୍ୟବହାର କରିବୁ। ଆମେ ଆଡିଲେଡ ଓଭାଲ କ୍ୟୁରେଟର ଡୋମିଆନ ହଫଙ୍କ ପାରଦର୍ଶିତାକୁ ବ୍ୟବହାର କରୁଛୁ, ଯିଏ ଏହି ପ୍ରସଙ୍ଗରେ ବିଶେଷଜ୍ଞ। ସେ ଟ୍ରେ ନିର୍ମାଣ ଏବଂ ପରିଚାଳନା କରୁଛନ୍ତି, ଯାହା ଫ୍ଲୋରିଡାରେ ଅଛି। ମ୍ୟାଚ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟ୍ରେ ରହିବ, ଯାହା ନ୍ୟୁୟର୍କରେ ଆବଶ୍ୟକ ହେବ। ଏଥିସହ ଅଭ୍ୟାସ ପିଚ ପାଇଁ ଟ୍ରେ ମଧ୍ୟ ରହିବ। ଯେଉଁ ମ୍ୟାଚ ଗୁଡିକ ଖେଳାଯିବ ସେଗୁଡିକ ବିଲକୁଲ ନୂଆ ହେବ। ଏହା ବ୍ୟତୀତ, ବର୍ଷା ହେଲେ ଆମେ ଜଳ ନିଷ୍କାସନ ପାଇଁ ମଧ୍ୟ ବ୍ୟବସ୍ଥା କରୁଛୁ।
ଆଇସିସି ଇଭେଣ୍ଟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, କ୍ରୀଡା ଜଗତରେ ଯେପରି ଘଟେ, ସମସ୍ତ ଭିତ୍ତିଭୂମି ସାମୟିକ ହେବ। କିଛି ସଂରଚନା ଉପକରଣ ଲାସ ଭେଗାସରୁ ଅଣାଯିବ, ଯାହା ମ୍ୟାଚ ପରେ ସ୍ଥାପିତ ହୋଇ ଅପସାରଣ କରାଯିବ। ଆମେରିକାରେ ୩୦ ନିୟୁତ କ୍ରିକେଟ ପ୍ରଶଂସକ ଅଛନ୍ତି। ଏବଂ ଏହା ହେଉଛି ତୃତୀୟ ବୃହତ୍ତମ ବଜାର। ଫେବୃଆରୀରୁ ଢାଞ୍ଚା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ମେ’ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri