ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା, ସିରିଆ-ଇରାକର ୮୫ ସ୍ଥାନରେ ବୋମାମାଡ, ୬ ଆତଙ୍କବାଦୀ ମୃତ

ବାଗଦାଦ,୩।୨: ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ ୬ଜଣ ମିଲିସିଆ ଯୋଦ୍ଧାଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ତିନିଜଣ ଅଣ-ସିରିଆ ବାସିନ୍ଦା ଥିଲେ। ଇରାକର ରିଭୋଲ୍ୟୁସନାରୀ ଗାର୍ଡ ଏବଂ ସେମାନଙ୍କ ସମର୍ଥିତ ମିଲିସିଆ ସହ ଜଡିତ ଇରାକ ଏବଂ ସିରିଆର ୮୫ ରୁ ଅଧିକ ଟାର୍ଗେଟ ବିରୋଧରେ ଆମେରିକା ଶୁକ୍ରବାର ପ୍ରତିଶୋଧ ପରାୟଣ ହୋଇଛି।

ଆମେରିକାର ସାମରିକ ବିମାନ ଆକ୍ରମଣରେ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର, ରକେଟ, ମିଶାଇଲ ଏବଂ ଡ୍ରୋନ ଷ୍ଟୋରେଜ ସୁବିଧା ତଥା ଲଜିଷ୍ଟିକ୍ସ ଏବଂ ଗୁଳି ଯୋଗାଣ ଶୃଙ୍ଖଳା ସୁବିଧାକୁୁ ଟାର୍ଗେଟ କରାଯାଇଥିବା ବିବୃତ୍ତିରେ କୁହାଯାଇଛି। ଆମେରିକାର ସେନାମାନେ ୧୨୫ରୁ ଅଧିକ ଯୁଦ୍ଧ ସାମଗ୍ରୀ ସହିତ ୮୫ ରୁ ଅଧିକ ଶିବିର ଉପରେ ଆକ୍ରମଣ କରିଥିଲେ। ଏଥି ସହିତ ସିରିଆର ସରକାରୀ ଗଣମାଧ୍ୟମ କହିଛି ଯେ ସିରିଆର ମରୁଭୂମି ଅଞ୍ଚଳରେ ଏବଂ ଇରାକ ସୀମା ନିକଟରେ ଥିବା ଟାର୍ଗେଟରେ ଆମେରିକାର ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।
ଗତ ସପ୍ତାହରେ ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣରେ ଆମେରିକାର ତିନିଜଣ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ। ଏହା ପରେ ରାଷ୍ଟ୍ରପତି ଜୋ ବାଇଡେନ ଇରାନ ସମର୍ଥିତ ଗୋଷ୍ଠୀ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କହିଥିଲେ। ନିକଟରେ ବାଇଡେନ ଏହି ପ୍ରତିଶୋଧ ଆକ୍ରମଣକୁ ଅନୁମୋଦନ କରିଥିଲେ। ଏହା ପରେ ଆମେରିକୀୟମାନେ ଶୁକ୍ରବାର ପ୍ରଥମ ଆକ୍ରମଣ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri