ଶେଷ ଲକ୍ଷ୍ୟ ଅଙ୍ଗଦାନ

ଡା. ଉମେଶ ଚନ୍ଦ୍ର ପାତ୍ର

ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଗୋଟିଏ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ ହୋଇପାରନ୍ତି। ଆମ ଦେଶରେ ଯକୃତ, ବୃକ୍‌କ, ହୃଦୟ, ଅଗ୍ନ୍ୟାଶୟ ପ୍ରତିରୋପଣ କରିବାର ସୁବିଧା ରହିଛି। ଏହାବ୍ୟତୀତ ଇଣ୍ଟେଷ୍ଟାଇନ୍‌, ଫୁସ୍‌ଫୁସ୍‌, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଆଖି ଆଦି ମଧ୍ୟ ଦାନ କରାଯାଏ। ଅଙ୍ଗଦାନ ଦୁଇ ପ୍ରକାରର-ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ। ଅଙ୍ଗଦାନ ଅଧୀନରେ ବୃକ୍‌କ, ଯକୃତ, ହୃତ୍‌ପିଣ୍ଡ, ଅନ୍ତ୍ର, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ଦାନ କରାଯାଏ। ଟିସୁ ଦାନରେ ରହିଛି ଆଖି, ଅସ୍ଥିମଜ୍ଜା ଏବଂ ତ୍ୱଚା। ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତ୍ୟୁ ପରେ ଦାନ କରାଯାଏ। କିଛି ଅଙ୍ଗ ଏବଂ ଟିସୁ ମନୁଷ୍ୟର ଜୀବିତାବସ୍ଥାରେ ମଧ୍ୟ ଦାନ କରାଯାଇପାରେ । ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ବୃକ୍‌କ। କାରଣ ଦାନ ଦେଉଥିବା ବ୍ୟକ୍ତି ଗୋଟିଏ ବୃକ୍‌କ ସହ ସ୍ବାଭାବିକ ଭାବରେ ବଞ୍ଚତ୍ପାରେ। ଭାରତରେ ହେଉଥିବା ଅଧିକାଂଶ ବୃକ୍‌କ ପ୍ରତିରୋପଣ ଜୀବିତ ଦାତାଙ୍କଠାରୁ ହିଁ ମିଳେ। ଫୁସ୍‌ଫୁସ୍‌ ଏବଂ ଯକୃତ ମଧ୍ୟ ଜୀବିତ ବ୍ୟକ୍ତି ଦାନ କରିପାରିବେ। ଆଖି ସମେତ ଅନ୍ୟ ସମସ୍ତ ଅଙ୍ଗ ମୃତ୍ୟୁ ପରେ ହିଁ ଦାନ କରାଯାଏ। ଘରେ ହେଉଥିବା ସାଧାରଣ ମୃତ୍ୟୁ ମାମଲାରେ କେବଳ ଆଖି ଦାନ କରାଯାଇପାରେ। କୌଣସି ବ୍ୟକ୍ତି ବ୍ରେନ୍‌ ଡେଡ୍‌ ଘୋଷିତ ହେଲେ ଏବଂ ତାଙ୍କୁ ଭେଣ୍ଟିଲେଟର ବା ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲେ ତାଙ୍କର ଶରୀରରୁ ଅନ୍ୟ ଅଙ୍ଗ ଗ୍ରହଣ କରିହୁଏ। ବ୍ରେନ୍‌ ଡେଥ୍‌ରେ ରୋଗୀଙ୍କ ମସ୍ତିଷ୍କର ମୃତ୍ୟୁ ଘଟିଥାଏ, ହେଲେ ସେମାନଙ୍କର ବାକି ଅଙ୍ଗ ଠିକ୍‌ ଭାବରେ କାମ କରୁଥାଏ। ବ୍ରେନ୍‌ ଡେଥ୍‌ ବ୍ୟକ୍ତିର ଆଖିକୁ ଛାଡ଼ି ବାକି ସବୁ ଅଙ୍ଗ ପ୍ରତିରୋପଣ ପାଇଁ ଗ୍ରହଣ କରାଯାଇପାରେ। ଯେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବେ। ବୟସ ସହ ଏହାର କୌଣସି ସମ୍ପର୍କ ନାହିଁ। ନବଜାତ ଶିଶୁଠାରୁ ଆରମ୍ଭ କରି ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରାଯାଇଥିବା ଅଙ୍ଗ ପ୍ରତିରୋପଣ ସଫଳ ହୁଏ। ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିର ବୟସ ୧୮ବର୍ଷରୁ କମ୍‌ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା’-ବାପାଙ୍କ ଅନୁମତି ନେବା ଜରୁରୀ।
ଅର୍ଗାନ୍‌ ଡୋନେସନ୍‌ ଆକ୍ଟ, ୧୯୯୪ର ନିୟମ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତିରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ। ଏହା ଏକ କଷ୍ଟକର ନିୟମ। ଏହାଦ୍ୱାରା ଦୂରଦୂରାନ୍ତରେ ଥିବା ଲୋକମାନେ ଅଙ୍ଗଦାନ କରି ମହତ୍‌ କାର୍ଯ୍ୟରୁ ବଞ୍ଚତ୍ତ ହୁଅନ୍ତି। ଏହି ସମସ୍ୟାକୁ ଦେଖି ସରକାର ୨୦୧୧ରେ ଏ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ କୌଣସି ଡାକ୍ତରଖାନାରେ ପ୍ରତିରୋପଣ ସୁବିଧା ନ ଥିଲେ ବି ସେଠାରେ ଆଇସିୟୁ ଥିଲେ ଅଙ୍ଗଦାନ କରିହେବ। ଏହା ଲାଗୁ ହେବା ପରେ ଅଙ୍ଗଦାନ ଆଉ ଦ୍ରୁତ ଓ ସୁବିଧାଜନକ ହେବ। ବର୍ତ୍ତମାନ ଅଙ୍ଗଦାନ ସହ ଜଡ଼ିତ ଆଇନ କଷ୍ଟକର ଥିବାରୁ ବର୍ଷରେ ମାତ୍ର ୫୦-୬୦ଜଣ ବ୍ୟକ୍ତି ହିଁ ଅଙ୍ଗଦାନ କରିପାରୁଛନ୍ତି। ଡାକ୍ତର ଏସବୁ ଅଙ୍ଗକୁ ଶୀଘ୍ର ଏପରି ରୋଗୀଙ୍କଠାରେ ପ୍ରତ୍ୟାରୋପଣ କରିଦିଅନ୍ତି; ଯାହାଙ୍କୁ ଏହାର ଆବଶ୍ୟକତା ଥାଏ। ଡାକ୍ତରଖାନା ପାଖରେ ଅର୍ଗାନ୍‌ ଡୋନେସନ୍‌ର ଏକ ୱେଟିଙ୍ଗ ଲିଷ୍ଟ ଥାଏ। ଅଙ୍ଗ ପ୍ରତିରୋପଣ ପାଇଁ ବ୍ଲଡ ଗ୍ରୁପ୍‌ ମେଳକ ଓ ଅନ୍ୟ କେତେକ ଟେଷ୍ଟ କରାଯାଏ। ଜୀବିତ ବ୍ୟକ୍ତି ଆଖିଦାନ କରିପାରିବେ ନାହିଁ। ଆଖିରେ ସମସ୍ୟା ଥିଲେ, ମଧୁମେହ ରୋଗୀ ହୋଇଥିଲେ ବି ଜଣେ ଚକ୍ଷୁଦାନ କରିପାରିବ। ଆପଣ ଯେଉଁ ଅଙ୍ଗଦାନ କରିବାକୁ ଚାହୁଁଛନ୍ତି ସେଥିପାଇଁ ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ କରିପାରିବେ। ଏହାପରେ ଆପଣଙ୍କୁ ଏକ ଡୋନର୍‌ କାର୍ଡ ମିଳିବ। ଯଦି ଆପଣ ଏ ସମ୍ପର୍କରେ ନିଜ ପରିଜନଙ୍କୁ ନ ଜଣାନ୍ତି, ତେବେ ଏହାର କୌଣସି ମୂଲ୍ୟ ରହିବ ନାହିଁ। କାରଣ ଆପଣଙ୍କ ମୃତ୍ୟୁ ପରେ ସେମାନେ ହିଁ ଔପଚାରିକ ଭାବେ ଏହାକୁ ଦାନ କରିବେ । ପରିଜନ ଚାହିଁଲେ ଆପଣ ଫର୍ମ ପୂରଣ କରି ନ ଥିଲେ ବି ଅଙ୍ଗଦାନ କରିପାରିବେ। ଆଖି ବ୍ୟତୀତ ଅନ୍ୟ କୌଣସି ଅଙ୍ଗ ଦାନ କରିବା ପାଇଁ କାହାକୁ ଯୋଗାଯୋଗ କରିବାକୁ ହୁଏନି। କାରଣ କେବଳ ବ୍ରେନ୍‌ ଡେଥ୍‌ ଘୋଷିତ ହେବା ପରେ ଡାକ୍ତରମାନେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖିଲେ ହିଁ ଅନ୍ୟ ଅଙ୍ଗ ଦାନ ହୋଇପାରିବ। ଅଙ୍ଗଦାନ କରିବା ପାଇଁ ପରିଜନଙ୍କୁ କୌଣସି ଖର୍ଚ୍ଚ କରିବାକୁ ହୁଏ ନାହିଁ। ଜୀବିତ ବ୍ୟକ୍ତି ଅଙ୍ଗଦାନ କରିବା ପ୍ରକ୍ରିୟାରେ ଆଇନଗତ ପ୍ରତିବନ୍ଧକ ଅଛି। ପରିସ୍ଥିତିର ସମ୍ପୂର୍ଣ୍ଣ ଆକଳନ ପରେ ହିଁ ଏପରି କରିବା ସମ୍ଭବ। ଆମ ଦେଶରେ ‘ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍‌ ହ୍ୟୁମାନ ଅର୍ଗାନ୍‌ ଆକ୍ଟ-୧୯୯୪’ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତିରୋପଣ କାର୍ଯ୍ୟକ୍ରମ ହୁଏ। କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ ।
ସହ-ପ୍ରତିଋତ୍ୱିକ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri