ଶେଷ ଲକ୍ଷ୍ୟ ଅଙ୍ଗଦାନ

ଡା. ଉମେଶ ଚନ୍ଦ୍ର ପାତ୍ର

ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଗୋଟିଏ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ ହୋଇପାରନ୍ତି। ଆମ ଦେଶରେ ଯକୃତ, ବୃକ୍‌କ, ହୃଦୟ, ଅଗ୍ନ୍ୟାଶୟ ପ୍ରତିରୋପଣ କରିବାର ସୁବିଧା ରହିଛି। ଏହାବ୍ୟତୀତ ଇଣ୍ଟେଷ୍ଟାଇନ୍‌, ଫୁସ୍‌ଫୁସ୍‌, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଆଖି ଆଦି ମଧ୍ୟ ଦାନ କରାଯାଏ। ଅଙ୍ଗଦାନ ଦୁଇ ପ୍ରକାରର-ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ। ଅଙ୍ଗଦାନ ଅଧୀନରେ ବୃକ୍‌କ, ଯକୃତ, ହୃତ୍‌ପିଣ୍ଡ, ଅନ୍ତ୍ର, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ଦାନ କରାଯାଏ। ଟିସୁ ଦାନରେ ରହିଛି ଆଖି, ଅସ୍ଥିମଜ୍ଜା ଏବଂ ତ୍ୱଚା। ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତ୍ୟୁ ପରେ ଦାନ କରାଯାଏ। କିଛି ଅଙ୍ଗ ଏବଂ ଟିସୁ ମନୁଷ୍ୟର ଜୀବିତାବସ୍ଥାରେ ମଧ୍ୟ ଦାନ କରାଯାଇପାରେ । ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ବୃକ୍‌କ। କାରଣ ଦାନ ଦେଉଥିବା ବ୍ୟକ୍ତି ଗୋଟିଏ ବୃକ୍‌କ ସହ ସ୍ବାଭାବିକ ଭାବରେ ବଞ୍ଚତ୍ପାରେ। ଭାରତରେ ହେଉଥିବା ଅଧିକାଂଶ ବୃକ୍‌କ ପ୍ରତିରୋପଣ ଜୀବିତ ଦାତାଙ୍କଠାରୁ ହିଁ ମିଳେ। ଫୁସ୍‌ଫୁସ୍‌ ଏବଂ ଯକୃତ ମଧ୍ୟ ଜୀବିତ ବ୍ୟକ୍ତି ଦାନ କରିପାରିବେ। ଆଖି ସମେତ ଅନ୍ୟ ସମସ୍ତ ଅଙ୍ଗ ମୃତ୍ୟୁ ପରେ ହିଁ ଦାନ କରାଯାଏ। ଘରେ ହେଉଥିବା ସାଧାରଣ ମୃତ୍ୟୁ ମାମଲାରେ କେବଳ ଆଖି ଦାନ କରାଯାଇପାରେ। କୌଣସି ବ୍ୟକ୍ତି ବ୍ରେନ୍‌ ଡେଡ୍‌ ଘୋଷିତ ହେଲେ ଏବଂ ତାଙ୍କୁ ଭେଣ୍ଟିଲେଟର ବା ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲେ ତାଙ୍କର ଶରୀରରୁ ଅନ୍ୟ ଅଙ୍ଗ ଗ୍ରହଣ କରିହୁଏ। ବ୍ରେନ୍‌ ଡେଥ୍‌ରେ ରୋଗୀଙ୍କ ମସ୍ତିଷ୍କର ମୃତ୍ୟୁ ଘଟିଥାଏ, ହେଲେ ସେମାନଙ୍କର ବାକି ଅଙ୍ଗ ଠିକ୍‌ ଭାବରେ କାମ କରୁଥାଏ। ବ୍ରେନ୍‌ ଡେଥ୍‌ ବ୍ୟକ୍ତିର ଆଖିକୁ ଛାଡ଼ି ବାକି ସବୁ ଅଙ୍ଗ ପ୍ରତିରୋପଣ ପାଇଁ ଗ୍ରହଣ କରାଯାଇପାରେ। ଯେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବେ। ବୟସ ସହ ଏହାର କୌଣସି ସମ୍ପର୍କ ନାହିଁ। ନବଜାତ ଶିଶୁଠାରୁ ଆରମ୍ଭ କରି ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରାଯାଇଥିବା ଅଙ୍ଗ ପ୍ରତିରୋପଣ ସଫଳ ହୁଏ। ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିର ବୟସ ୧୮ବର୍ଷରୁ କମ୍‌ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା’-ବାପାଙ୍କ ଅନୁମତି ନେବା ଜରୁରୀ।
ଅର୍ଗାନ୍‌ ଡୋନେସନ୍‌ ଆକ୍ଟ, ୧୯୯୪ର ନିୟମ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତିରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ। ଏହା ଏକ କଷ୍ଟକର ନିୟମ। ଏହାଦ୍ୱାରା ଦୂରଦୂରାନ୍ତରେ ଥିବା ଲୋକମାନେ ଅଙ୍ଗଦାନ କରି ମହତ୍‌ କାର୍ଯ୍ୟରୁ ବଞ୍ଚତ୍ତ ହୁଅନ୍ତି। ଏହି ସମସ୍ୟାକୁ ଦେଖି ସରକାର ୨୦୧୧ରେ ଏ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ କୌଣସି ଡାକ୍ତରଖାନାରେ ପ୍ରତିରୋପଣ ସୁବିଧା ନ ଥିଲେ ବି ସେଠାରେ ଆଇସିୟୁ ଥିଲେ ଅଙ୍ଗଦାନ କରିହେବ। ଏହା ଲାଗୁ ହେବା ପରେ ଅଙ୍ଗଦାନ ଆଉ ଦ୍ରୁତ ଓ ସୁବିଧାଜନକ ହେବ। ବର୍ତ୍ତମାନ ଅଙ୍ଗଦାନ ସହ ଜଡ଼ିତ ଆଇନ କଷ୍ଟକର ଥିବାରୁ ବର୍ଷରେ ମାତ୍ର ୫୦-୬୦ଜଣ ବ୍ୟକ୍ତି ହିଁ ଅଙ୍ଗଦାନ କରିପାରୁଛନ୍ତି। ଡାକ୍ତର ଏସବୁ ଅଙ୍ଗକୁ ଶୀଘ୍ର ଏପରି ରୋଗୀଙ୍କଠାରେ ପ୍ରତ୍ୟାରୋପଣ କରିଦିଅନ୍ତି; ଯାହାଙ୍କୁ ଏହାର ଆବଶ୍ୟକତା ଥାଏ। ଡାକ୍ତରଖାନା ପାଖରେ ଅର୍ଗାନ୍‌ ଡୋନେସନ୍‌ର ଏକ ୱେଟିଙ୍ଗ ଲିଷ୍ଟ ଥାଏ। ଅଙ୍ଗ ପ୍ରତିରୋପଣ ପାଇଁ ବ୍ଲଡ ଗ୍ରୁପ୍‌ ମେଳକ ଓ ଅନ୍ୟ କେତେକ ଟେଷ୍ଟ କରାଯାଏ। ଜୀବିତ ବ୍ୟକ୍ତି ଆଖିଦାନ କରିପାରିବେ ନାହିଁ। ଆଖିରେ ସମସ୍ୟା ଥିଲେ, ମଧୁମେହ ରୋଗୀ ହୋଇଥିଲେ ବି ଜଣେ ଚକ୍ଷୁଦାନ କରିପାରିବ। ଆପଣ ଯେଉଁ ଅଙ୍ଗଦାନ କରିବାକୁ ଚାହୁଁଛନ୍ତି ସେଥିପାଇଁ ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ କରିପାରିବେ। ଏହାପରେ ଆପଣଙ୍କୁ ଏକ ଡୋନର୍‌ କାର୍ଡ ମିଳିବ। ଯଦି ଆପଣ ଏ ସମ୍ପର୍କରେ ନିଜ ପରିଜନଙ୍କୁ ନ ଜଣାନ୍ତି, ତେବେ ଏହାର କୌଣସି ମୂଲ୍ୟ ରହିବ ନାହିଁ। କାରଣ ଆପଣଙ୍କ ମୃତ୍ୟୁ ପରେ ସେମାନେ ହିଁ ଔପଚାରିକ ଭାବେ ଏହାକୁ ଦାନ କରିବେ । ପରିଜନ ଚାହିଁଲେ ଆପଣ ଫର୍ମ ପୂରଣ କରି ନ ଥିଲେ ବି ଅଙ୍ଗଦାନ କରିପାରିବେ। ଆଖି ବ୍ୟତୀତ ଅନ୍ୟ କୌଣସି ଅଙ୍ଗ ଦାନ କରିବା ପାଇଁ କାହାକୁ ଯୋଗାଯୋଗ କରିବାକୁ ହୁଏନି। କାରଣ କେବଳ ବ୍ରେନ୍‌ ଡେଥ୍‌ ଘୋଷିତ ହେବା ପରେ ଡାକ୍ତରମାନେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖିଲେ ହିଁ ଅନ୍ୟ ଅଙ୍ଗ ଦାନ ହୋଇପାରିବ। ଅଙ୍ଗଦାନ କରିବା ପାଇଁ ପରିଜନଙ୍କୁ କୌଣସି ଖର୍ଚ୍ଚ କରିବାକୁ ହୁଏ ନାହିଁ। ଜୀବିତ ବ୍ୟକ୍ତି ଅଙ୍ଗଦାନ କରିବା ପ୍ରକ୍ରିୟାରେ ଆଇନଗତ ପ୍ରତିବନ୍ଧକ ଅଛି। ପରିସ୍ଥିତିର ସମ୍ପୂର୍ଣ୍ଣ ଆକଳନ ପରେ ହିଁ ଏପରି କରିବା ସମ୍ଭବ। ଆମ ଦେଶରେ ‘ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍‌ ହ୍ୟୁମାନ ଅର୍ଗାନ୍‌ ଆକ୍ଟ-୧୯୯୪’ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତିରୋପଣ କାର୍ଯ୍ୟକ୍ରମ ହୁଏ। କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ ।
ସହ-ପ୍ରତିଋତ୍ୱିକ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri