Posted inଖେଳ

ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୩।୮: ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଇଂଲଣ୍ଡରେ ପହଞ୍ଚିଛନ୍ତି। କିନ୍ତୁ ଲର୍ଡସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦଳର ଅଂଶ ନୁହଁନ୍ତି। ଉଭୟ ପୃଥ୍ବୀ ଏବଂ ସୂର୍ଯ୍ୟକୁମାର ଏବେ ଇଂଲଣ୍ଡରେ କ୍ୱାରାଣ୍ଟାଇନରେ ଅଛନ୍ତି। ଏହି କ୍ୱାରାଣ୍ଟାଇନ ସମୟରେ ଉଭୟ ଖେଳାଳି ମଧ୍ୟ ବହୁତ ମଜା କରୁଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ସେମାନଙ୍କ କ୍ୱାରାଣ୍ଟାଇନ ସମୟ ଅତିବାହିତ କରିବାର ଏକ ନିଆରା ଉପାୟ ଖୋଜିଛନ୍ତି। ଉଭୟ ଖେଳାଳି ନିଜେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଥିଲେ। ଏହି ଭିଡିଓରେ ଉଭୟ ପ୍ରସିଦ୍ଧ କମେଡି ଚଳଚ୍ଚିତ୍ର ‘ଅନ୍ଦାଜ ଅପ୍‌ନା ଅପ୍‌ନା’ ଏକ ସଂଳାପ କହୁଥିବାର ନଜର ଆସିଛନ୍ତି । ସୁର୍ଯ୍ୟକୁମାର ସଲମାନ ଖାନଙ୍କ ସଂଳାପ କହୁଥିବାବେଳେ ପୃଥ୍ବୀ ଅମିର ଖାନଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ସୂର୍ଯ୍ୟକୁମାର ଯାଦବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରିଛନ୍ତି। ଏହି ଭିଡିଓ ଶେୟାର କରିବାବେଳେ ସେ କ୍ୟାପସନରେ ସମାନ ଚଳଚ୍ଚିତ୍ରର ଏକ ସଂଳାପ ମଧ୍ୟ ଲେଖିଛନ୍ତି – ‘ସାର୍‌, ଆପ୍‌ ପୁରୁଷ୍‌ ନେହିଁ, ମହାପୁରୁଷ୍‌ ହେଁ’ ଏହି ଭିଡିଓଟି ଅତ୍ୟନ୍ତ ମଜାଳିଆ ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଅନେକ କ୍ରିକେଟର ମଧ୍ୟ ଏହି ଭିଡିଓ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓ ଉପରେ ଶ’ଙ୍କ ଗର୍ଲଫ୍ରେଣ୍ଡ ପ୍ରୀତି ସିଂ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓ ଉପରେ କମେଣ୍ଟ ଦେଇ ପ୍ରୀତି ଲେଖିଛନ୍ତି – ଆପଣ ଏପରି ଅଭିନୟ କେଉଁଠୁ ଶିଖିଛନ୍ତି? ଦୀର୍ଘ ଦିନ ଧରି ଅଭିନେତ୍ରୀ ପ୍ରୀତି ସିଂଙ୍କ ସହ ପ୍ରୀତି ଖାଁଙ୍କ ନାମ ଜଡିତ ରହିଛି। ଉଭୟଙ୍କୁ ମଧ୍ୟ ଅନେକ ପାର୍ଟିରେ ଏକତ୍ର ଦେଖାଯାଇଛି।
ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଇଂଲଣ୍ଡରେ ୧୦ ଦିନିଆ କ୍ପାରାଣ୍ଟାଇନରେ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ୧୨ ଅଗଷ୍ଟରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଅଂଶ ହୋଇପାରି ନାହାଁନ୍ତି। ଏହି ଦୁଇ ଖେଳାଳି ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟରେ ଟିମ ଇଣ୍ଡିଆରେ ଯୋଗଦେବେ। ଉଭୟ ଖେଳାଳି ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରେ ଟିମ ଇଣ୍ଡିଆର ଅଂଶ ହୋଇଥିଲେ। ସେ ପ୍ରଥମେ ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇ ନ ଥିଲେ, କିନ୍ତୁ ଶଭମନ ଗିଲ, ମୟଙ୍କ ଅଗ୍ରୱାଲ, ଆବେଶ ଖାନ ଏବଂ ୱାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ଆହତ ହୋଇଥିଲେ। ବିସିସିଆଇ ପୃଥ୍ବୀ ଏବଂ ସୂର୍ଯ୍ୟକୁମାରଙ୍କୁ ଇଂଲଣ୍ଡ ଗସ୍ତରେ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?