ଆମେରିକା ଶେୟାର ବଜାର ଓ ଚାଇନା କମ୍ପାନୀ

ଶାଙ୍ଗ ଜିନ୍‌ ଓ୍ବି

ହଂକଂ କିମ୍ବା ଅଫ୍‌ଶୋର ସେଣ୍ଟର୍‌ରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକ ସମେତ ୨୫୦ ଚାଇନା କମ୍ପାନୀ ସେମାନଙ୍କର ବାର୍ଷିକ ଆୟ ଏବଂ ଲାଭ ଚାଇନା ଓ ଆମେରିକା ଶେୟାର ବଜାରରୁ ହିଁ ପାଉଛନ୍ତି। କିନ୍ତୁ ନିକଟରେ ଚାଇନା ଓ ଆମେରିକାରେ ଶେୟାର ବଜାର କ୍ଷେତ୍ରରେ ନିଆଯାଇଥିବା ସରକାରୀ ପଦକ୍ଷେପ ସୂଚାଉଛି କି ଉଭୟ ସରକାର ଆମେରିକା ଶେୟାର ବଜାରରେ ଚାଇନା କମ୍ପାନୀଗୁଡ଼ିକର ସୂଚୀଭୁକ୍ତ ବା ଲିଷ୍ଟିଂ ପ୍ରକିୟା ଜାରି ରଖିବାକୁ ଆଗ୍ରହୀ ହେଉନାହାନ୍ତି। ସମ୍ପ୍ରତି ଚାଇନାର ପ୍ରଭାବଶାଳୀ ଅନ୍‌ଲାଇନ କମ୍ପାନୀ ଡିଡି ଗ୍ଲୋବାଲ ୩୦ ଜୁନ୍‌ରେ ନ୍ୟୁୟର୍କ ଶେୟାର ବଜାରରେ ଇନିସିଆଲ ପବ୍ଲିକ ଅଫରିଂ ବା ଆଇପିଓରେ ସଫଳତାର ସହ ୪.୪ ବିଲିୟନ ଡଲାର ବୃଦ୍ଧି କରିପାରିଛି। ଏହାର ୪୮ ଘଣ୍ଟା ମଧ୍ୟରେ ସାଇବର ଆଡ୍‌ମିନିଷ୍ଟ୍ରେଶନ ଅଫ୍‌ ଚାଇନା( ସିଏସି)ତଥ୍ୟ ସୁରକ୍ଷା ଭଙ୍ଗ ହେବାର ସନ୍ଦେହ ପ୍ରକାଶ କରିଥିଲା ଏବଂ ଘୋଷଣା କରିଛି ଯେ,ନୂଆ ୟୁଜରମାନଙ୍କୁ ସାମିିଲ କରିବାରେ କମ୍ପାନୀର କ୍ଷମତା ଉପରେ କଟକଣା ଲଗାଇବ। ତା’ପରେ ସିଏସି ଡିଡିକୁ ଚାଇନାର ଡୋମେଷ୍ଟିକ ଆପ୍‌ରୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛି। ଏହାସହ ଷ୍ଟେଟ୍‌ ଆଡ୍‌ମିନିଷ୍ଟ୍ରେଶନ ଅଫ୍‌ ମାର୍କେଟ ରେଗୁଲେଶନ ଯାହା ଏକଚାଟିଆ ମନୋଭାବକୁ ଆୟତ୍ତ କରି ଏକ ସ୍ବଚ୍ଛ ପ୍ରତିଯୋଗିତା ସମ୍ପନ୍ନ ବ୍ୟବସାୟକୁ ଉତ୍ସାହିତ କରେ, ତାହା ଡିଡି ଉପରେ ମଧ୍ୟ ଜରିମାନା ଲାଗୁ କରିଛି। ଅନ୍ୟ କମ୍ପାନୀ ସହ ପ୍ରଥମରୁ ମିଶିବା ଓ ଅଧିଗ୍ରହଣ କରିବା ପାଇଁ ବିଧିବଦ୍ଧ ଅନୁମୋଦନ ଲାଭ କରି ନ ଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ଯେଉଁ କମ୍ପାନୀଗୁଡ଼ିକ ବିନା ଅନୁମତିରେ ଆମେରିକା ଶେୟାର ବଜାରରେ ସୂଚୀଭୁକ୍ତ ହେଉଛନ୍ତି ସେମାନଙ୍କ ବିରୋଧରେ ଡିଡି ଉପରେ ଲାଗୁ କରାଯାଇଥିତ୍ବା ଜରିମାନା ଏକ ସତର୍କଘଣ୍ଟି ବୋଲି ବିବେଚନା କରାଯାଉଛି। ଏହାଯୋଗୁ ଚାଇନାର ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରେ ତିନୋଟି ଭୟ ପ୍ରକାଶ ପାଇଛି। ଚାଇନାର ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଠିକଣା ସମେତ ସମ୍ବେଦନଶୀଳ ଡିଜିଟାଲ ଡେଟା ଆମେରିକାର ଗୋଇନ୍ଦା ଏବଂ ପ୍ରତିରକ୍ଷା ହାତରେ ପଡ଼ିଯିବ ବୋଲି ଅଧିତ୍କାରୀମାନେ ବିବ୍ରତ ହୋଇଯାଇଛନ୍ତି। ସେମାନେ ଚାଇନାର ଟେକ୍‌ନୋଲୋଜି କମ୍ପାନୀଗୁଡ଼ିକୁ ଅଧିତ୍କ କ୍ଷମତାଶାଳୀ ହେବା ଲାଗି ଚାହଁୁ ନାହାନ୍ତି। ବୃହତ ଟେକ୍‌ନୋଲୋଜି କମ୍ପାନୀଗୁଡ଼ିକ ଆର୍ଥିକ ବଜାରରେ ପ୍ରବେଶ କଲେ ତାହା ଆର୍ଥିକ ସ୍ଥିରତାକୁ ଦୁର୍ବଳ କରି ଦେବାର ସମ୍ଭାବନା ରହିଛି ବୋଲି ସେମାନେ ଭୟ କରୁଛନ୍ତି।
ତେବେ ଏହା ପଛରେ ୪ର୍ଥ କାରଣ ରହିଥିତ୍ବାର ମୁଁ ସନ୍ଦେହ କରୁଛିି। ଆମେରିକାର ଲାଭ କମାଇବା ଲାଗି ଚାଇନା ଅଧିତ୍କାରୀମାନେ ଏହା କରୁଥିତ୍ବାର ଅନୁମାନ କରାଯାଉଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ କାର୍ଯ୍ୟକାଳର ଶେଷ ଆଡ଼କୁ ଆମେରିକାର ହୋଲଡିଂ ଫରେନ୍‌ କମ୍ପାନିଜ୍‌ ଆକାଉଣ୍ଟେବଲ୍‌ ଆକ୍ଟ ଲାଗୁ କରିଥିଲେ। ଏହି ଆଇନ ଆମେରିକା ଶେୟାର ବଜାରରୁ ଚାଇନା କମ୍ପାନୀଗୁଡ଼ିକୁ ହଟେଇ ଦେବାର ଅଧିକାର ଦେଇଛି। ଏହାବାଦ୍‌ ଆଇନରେ ଅଛି, ଯଦି ଆମେରିକାର ପବ୍ଲିକ୍‌ କମ୍ପାନୀ ଆକାଉଣ୍ଟିଂ ଓଭର୍‌ସାଇଟ୍‌ ବୋର୍ଡ(ପିସିଏଓବି)କୁ ଲଗାତର ତିନି ବର୍ଷ ପରେ କମ୍ପାନୀର ଅଡିଟରମାନଙ୍କ ଓ୍ବାର୍କସିଟ୍‌ ପାଇବାକୁ ଅନୁମତି ଦେବାରେ ଚାଇନା ବିଫଳ ହୁଏ,ତେବେ ତା’କମ୍ପାନୀଗୁଡ଼ିକୁ ହଟାଇ ଦିଆଯିବ । ୨୨ ଜୁନ୍‌ରେ ଆମେରିକା ସିନେଟ୍‌ ମଧ୍ୟ ଆଉ ଏକ ବିଲ୍‌ ପାସ୍‌ କରିଛି, ଯାହାଦ୍ୱାରା କମ୍ପାନୀକୁ ହଟାଇବା ପ୍ରକ୍ରିୟା ଆଗକୁ ବର୍ଷେ ଯାଏ କରାଯାଇପାରିବ। ବହୁ ସଂଖ୍ୟାରେ ଓ ବିଶୃଙ୍ଖଳିତ ଢଙ୍ଗରେ ଚାଇନା କମ୍ପାନୀଗୁଡ଼ିକୁ ଶେୟାର ବଜାର ସୂଚୀରୁ ହଟାଇ ଦେବାର ବିକଳ୍ପ ରହଥିବାରୁ ଆମେରିକା ତାହାକୁ ଚାଇନା ଅର୍ଥବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି କରିବାକୁ ଉପଯୋଗ କରିବାର ସମ୍ଭାବନା ରହିଛି। ଏଣୁ ଚାଇନା ଅଧିକାରୀମାନେ ଏଭଳି ପ୍ରଭାବକୁ କମାଇବା ବା ଦୂର କରିବାକୁ ସାବଧାନତାର ସହ ନିଷ୍ପତ୍ତି ନେବା ଦରକାର।
ଚାଇନାର ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ହଟାଇ ଦେବାର ଧମକ ପଛରେ ଆମେରିକା ନୀତିନିର୍ଦ୍ଧାରକମାନଙ୍କର ତଥାକଥିତ କାରଣ ରହିଛି। ଆମେରିକୀୟ ନିବେଶକମାନଙ୍କୁ ସମ୍ଭାବ୍ୟ ଆକାଉଣ୍ଟିଂ ଫ୍ରଡ୍‌ ବା ଆୟବ୍ୟୟ ଠକାମୀକୁ ସୁରକ୍ଷା ଦେବାକୁ ଏହା କରାଯାଉଛି। ଆମେରିକୀୟ ନିବେଶକମାନେ ଆମେରିକାର କମ୍ପାନୀଗୁଡ଼ିକର ଆକାଉଣ୍ଟିଂ ସ୍କାଣ୍ଡାଲ ବା ଘୋଟାଲାରେ ଅତ୍ୟଧିକ ଟଙ୍କା ହରାଇଛନ୍ତି। ଏଥିରେ ଏନରୋନ୍‌, ଓ୍ବାଲର୍‌ଡକମ୍‌, ହେଲଥ୍‌ସାଉଥ୍‌, ଫ୍ରିଡି ମ୍ୟାକ୍‌, ଆମେରିକାନ ଇଣ୍ଟର୍‌ନ୍ୟାଶନାଲ ଗ୍ରୁପ୍‌ ଏବଂ ଲେହେମ୍ୟାନ ବ୍ରଦର୍ସ ଜଡ଼ିତ ଅଛନ୍ତି । ଏଭଳି ଅନିୟମିତତା ମଧ୍ୟରୁ କେତୋଟି ପିସିଏଓବି ଗଠନ ହେବା ପରେ ହିଁ ଘଟିଛି। ତେବେ ଚାଇନା କମ୍ପାନୀର ସବଠୁ ଭୟଙ୍କର ଆକାଉଣ୍ଟିଂ ଫ୍ରଡ୍‌ ପ୍ରଫେଶନାଲ ଶଟ୍‌ ସେଲର୍‌ ଦ୍ୱାରା ବାହାରକୁ ଆସିପାରେ। ଏହା ଗୁପ୍ତରେ କମ୍ପାନୀ ପରିଦର୍ଶନ କରିବା କୌଶଳ ଉପଯୋଗରେ ହେବ । କିନ୍ତୁ ଅଡିଟିଂ ଫାର୍ମ ଏହା କାର୍ଯ୍ୟକାରୀ କରୁନାହାନ୍ତି।
ସମୟଥିଲା ଚାଇନା ଅଧିକାରୀମାନେ କାହାକୁ କିଛି ନ ଜଣାଇ ଆମେରିକା ଶେୟାର ବଜାରରେ ତାଲିକାଭୁକ୍ତ ହେବା ଲାଗି ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରୁଥିଲେ ଓ ଚାଇନା ବିଶ୍ୱ ପୁଞ୍ଜି ବଜାରକୁ କୋଳେଇ ନେଇଛି ବୋଲି ଜଣାଇଦେବାକୁ ଚାହଁୁଥିଲେ। ଚାଇନାର ବହୁ ଟେକ୍‌ନୋଲୋଜି ଫାର୍ମ ପାଇଁ ୨୦୧୮ ପୂର୍ବରୁ ଆମେରିକା ଶେୟାର ବଜାରରେ ତାଲିକାଭୁକ୍ତ ହେବାର କମ୍‌ ବିକଳ୍ପ ରହିଥିଲା। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ପୂର୍ବରୁ ଚାଇନା କମ୍ପାନୀଗୁଡ଼ିକ ସାଂଘାଇ କିମ୍ବା ସେନ୍‌ଚେନ ବଦଳରେ ନ୍ୟୁୟର୍କରେ ତାଲିକାଭୁକ୍ତ ହେବା ଲାଗି ଚାହଁୁଥିଲେ। କାରଣ ସେମାନଙ୍କର ଫରେନ୍‌ ପ୍ରାଇଭେଟ୍‌ ଇକ୍ୟୁଟି କିମ୍ବା ଭେଞ୍ଚର କ୍ୟାପିଟାଲ ଇନ୍‌ଭେଷ୍ଟର୍‌ମାନେ ଚାଇନାର ବୈଦେଶିକ ବିନିମୟ ନିୟନ୍ତ୍ରଣରୁ ଦୂରେଇ ରହିବାକୁ ଚାହଁୁଥିଲେ। ତେବେ ଚାଇନାରେ ଶେୟାର ବଜାରରେ ତାଲିକୁଭୁକ୍ତ ହେବାରେ ଜଟିଳତା ରହିଛି। ନିୟମିତ ସ୍ବୀକୃତି ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ହୁଏ ଏବଂ ସେଥିରେ କୌଣସି ନିର୍ଦ୍ଦିଷ୍ଟତା ନ ଥାଏ। ଉଦାହରଣ ସ୍ବରୂପ ଆମାଜନ ଏବଂ ଫେସବୁକ୍‌ ଚାଇନାରେ ତାଲିକାଭୁକ୍ତ ହେବା ଲାଗି ଅନୁମତି ପାଇନାହାନ୍ତି। ସେହିଭଳି ଯଦିଓ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜ କୌଣସି ପୁଞ୍ଜି ନିୟନ୍ତ୍ରଣ ଲାଗୁ କରିନାହିଁ, ତେବେ ୨୦୧୮ ପର୍ଯ୍ୟନ୍ତ ଶେୟାର ବଜାରରେ କାରବାର କରିବା ଆମେରିକାଠାରୁ ଜଟିଳ ଥିଲା। ନିର୍ଦ୍ଦିଷ୍ଟ ଭାବେ ଆମେରିକା ବିଭିନ୍ନ ଭୋଟିଂ ରାଇଟ୍‌ ଥାଇ ବିଭିନ୍ନ ବର୍ଗର ଶେୟାରକୁ ଅନୁମତି ଦେଉଛି, ଯାହା ଅଲିବାବା ଓ ଡିଡି କ୍ଷେତ୍ରରେ ଘଟିଛି। କିନ୍ତୁ ହଂକଂରେ ଭୋଟିଂ ଅଧିକାର ଓ ଫାଇନାନସିଆଲ ଷ୍ଟେକ୍‌ ପୂରା ସମାନ ହେବା ଦରକାର। ଅଧିକାଂଶ ଦେଶରେ ଭୋଟିଂ ରାଇଟ୍‌ ଓ କ୍ୟାସ୍‌ ଫ୍ଲୋ ରାଇଟ୍‌ ମଧ୍ୟରେ ପ୍ରଭେଦ ରହିଥିତ୍ବାରୁ ସେଠାରେ କର୍ପୋରେଟ ସମ୍ବନ୍ଧିତ ଶାସନ ପଦ୍ଧତି ଖରାପ ଅବସ୍ଥାରେ ରହିଛି। ଏଣୁ ଚାଇନାର ଅନେକ କମ୍ପାନୀ ନ୍ୟୁୟର୍କ ଷ୍ଟକ ୍‌ଏକ୍ସଚେଞ୍ଜକୁ ପସନ୍ଦ କରୁଥିବାରୁ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜ ଟେକ୍‌ନୋଲୋଜି ପାଇଁ ଆମେରିକା ଆପଣାଇଥିବା ବିବିଧ ଶେୟାର ବର୍ଗର ଶୈଳୀକୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ନେଲା। ସେବେଠୁ ଅଧିକ ଚାଇନା କମ୍ପାନୀ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜରେ ସୂଚୀଭୁକ୍ତ ହୋଇଛନ୍ତି କିମ୍ବା ହଂକଂ ଓ ଆମେରିକା ଉଭୟ ଶେୟାର ବଜାରରେ ପ୍ରବେଶ କରିଛନ୍ତି।
ଏଥିରୁ ଜଣାପଡୁଛି, ଶେୟାର ବଜାରରୁ ଚାଇନା କମ୍ପାନୀଗୁଡ଼ିକୁ ହଟାଇ ଦେବା ପ୍ରଭାବକୁ ଉଭୟ ଚାଇନା ଓ ଆମେରିକା ନିୟନ୍ତ୍ରଣରେ ରଖିପାରିବେ। ଉଚ୍ଚ ସଞ୍ଚୟକାରୀ ତଥା ପୁଞ୍ଜି ଯୋଗଣକାରୀ ଦେଶ ଭାବେ ଚାଇନାକୁ ଅଧି ପୁଞ୍ଜି ସଂଗ୍ରହ କରିବାକୁ ଆମେରିକା ଶେୟାର ବଜାରରେ ସୂଚୀଭୁକ୍ତ କରାଇବାକୁ ଦରକାର ପଡିବ ନାହିଁ। ସେହିଭଳି ଆମେରିକାର ଅଧିକାଂଶ ହେଜ୍‌ ଫଣ୍ଡ୍‌, ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ଧନୀବର୍ଗର ବ୍ୟକ୍ତି ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର କରୁଥିତ୍ବା ଚାଇନା କମ୍ପାନୀଗୁଡ଼ିକରେ ନିବେଶ କରିବାକୁ ସକ୍ଷମ। ଏପରି କି ଚାଇନା ଶେୟାର ବଜାରରେ ଥିବା କମ୍ପାନୀଗୁଡ଼ିକ କମ୍‌ ସୁବିଧାଜନକ ହେଲେ ବି ସେଠାରେ ଏମାନେ ନିବେଶ କରିପାରିବେ। ଆମେରିକା ଶେୟାର ବଜାରରୁ ଚାଇନା କମ୍ପାନୀଗୁଡ଼ିକୁ ହଟାଇ ଦେଲେ କମ୍ପାନୀଗୁଡ଼ିକ ଆମେରିକାର ମଧ୍ୟବିତ୍ତ ପରିବାର ଯାହାଙ୍କର ପେନ୍‌ସନ ଫଣ୍ଡ୍‌ କେବଳ ଆମେରିକା ତାଲିକାଭୁକ୍ତ ସୁକ୍ୟୁରିଟି ମଧ୍ୟରେ ସୀମିତ ରହିଛି ସେମାନଙ୍କ ପାଇଁ ରିଟର୍ନ କମ୍‌ କରିପାରନ୍ତି। ସାଧାରଣ ଆମେରିକୀୟ ସେମାନଙ୍କ ପେନ୍‌ସନ ବଣ୍ଡ୍‌ ଉପରେ କମ୍‌ ରିଟର୍ନ ପାଇବା ଉପରେ ଗୁରୁତ୍ୱ ଦେଉ ନ ଥିତ୍ବାରୁ ଚାଇନା କମ୍ପାନୀଗୁଡ଼ିକୁ ଶେୟାର ବଜାରରୁ ହଟାଇବାରେ ଆମେରିକୀୟ ରାଜନେତାମାନେ ଦୃଢ଼ ବିରୋଧର ସମ୍ମୁଖୀନ ହେବାର ସମ୍ଭାବନା ନାହିଁ। ଏହି କାରଣରୁ ଚାଇନା କମ୍ପାନୀଗୁଡ଼ିକୁ ଶେୟାର ବଜାରରୁ ହଟାଇ ଦେବାର ଅଧିକ ସମ୍ଭାବନା ଦେଖାଯାଇଛି।
ପୂର୍ବତନ ମୁଖ୍ୟ ଅର୍ଥନୀତିିଜ୍ଞ, ଆସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?