ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌-୧ ଡ. ଇନ୍ଦୁ ଶର୍ମା ସୋମବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଦୁଇ ଜଣ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତ। ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରୁଆମ୍ବ ଗ୍ରାମର କୈଳାସ ଗୌଡ଼(୨୮) ଓ ଉକ୍ତ ଥାନା ଅନ୍ତର୍ଗତ ଢେଙ୍କା ସିନ୍ଧବା ଗ୍ରାମର ମୁନା ସେଢସିଂ(୨୪)। ଉଭୟ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ବର୍ଷ ଲେଖାଏ କାରାଦଣ୍ଡରେ ଦଣ୍ଡିତ ପାଇଁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୧ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉକି, ଗତବର୍ଷ ଜୁନ୍‌ ୮ରେ ଅବକାରୀ ଗୋଇନ୍ଦା ଟିମ୍‌ ସଦର ଥାନା ଅନ୍ତର୍ଗତ ବାଲିପଡ଼ାରୁ ଏକ ବୋଲେରୋରୁ ୩୦୦କେଜି ଗଞ୍ଜେଇ ଜବତ କରିଥିଲା। ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ  ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି। ଫଳରେ...

ଚିତ୍ରତ୍ପୋଳାରେ ଭାସିଗଲେ ଛାତ୍ର

କେନ୍ଦ୍ରାପଡ଼ା,୨୦।୭: ଚିତ୍ରତ୍ପୋଳା ନଦୀରେ ଭାସିଗଲେ ଛାତ୍ର। ନଦୀରେ ଗାଧୋଇବାବେଳେ ଏପରି ଅଘଟଣ ଘଟିଛି। ଛାତ୍ର ଜଣକ ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାପଡିଛି। ଛାତ୍ରଙ୍କୁ ଉଦ୍ଧାର...

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର...

ମରାମତି ପରେ ଅବସ୍ଥା ଆହୁରି ଦୟନୀୟ

ଦାରିଙ୍ଗବାଡ଼ି,୨୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ...

୩ ଘଣ୍ଟା ପାଇଁ ଏହି ୫ ଜିଲାକୁ ଅରେଞ୍ଜ ୱାର୍ନିଂ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର,୨୦।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି...

ଆଜି ବାହାରିବ ନୀଳାଚଳ ଅବଢା: ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ

ପୁରୀ,୨୦।୭: ନିଳାଦ୍ରୀ ବିଜେ ପରେ ଘୋଷଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କର ଲୀଳାଖେଳା ଆରମ୍ଭ ହୋଇଯାଇଛି । ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ,...

ଅଭିଯୁକ୍ତଙ୍କୁ ଧରିବାପାଇଁ ଗାଁକୁ ଯାଇଥିଲା ପୋଲିସ: ଏସ୍‌ଆଇଙ୍କୁ ନିର୍ଘାତ ପିଟି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ

ନୂଆପଡ଼ା,୨୦।୭: ଏସ୍‌ଆଇଙ୍କ ସହ ପୋଲିସ ଟିମ୍‌କୁ ପିଟିଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା ଅଧୀନ ବରକୋଟ ଗାଁରେ।...

ମାଲକାନଗିରିରେ ପ୍ରବଳ ବର୍ଷା: ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri