ଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ହାଟଡିହୀ,୨୭ା୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ହଦଗଡ଼ ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଏବଂ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର, ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକ ହଦଗଡ଼-ଛେନାପଦୀ ରାସ୍ତାର ଚେତନା କେନ୍ଦ୍ରଠାରେ ରାସ୍ତାରୋକୋ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଥିବା ବେଳେ ଛତୁଆ ବୋଝେଇ ଟ୍ରକ୍‌କୁ ଜବତ କରିଛି।


ସୂଚନାନୁସାରେ ଭଦ୍ରକ ଜିଲା ବନ୍ତ ଥାନା ଦୋଳପଦୀ ଗ୍ରାମର ବାପା କାଳିଆ ମୁଣ୍ଡା, ମା ମୁକ୍ତା ମୁଣ୍ଡାଙ୍କ ସହ ପୁଅ ଆକାଶ (୫ ବର୍ଷ) ଯୀଶୁ ଖ୍ରୀଷ୍ଟଙ୍କ ଏକ ପର୍ବ ଉତ୍ସବରେ ଯୋଗ ଦେବାକୁ ହଦଗଡ଼ ଚେତନା କେନ୍ଦ୍ର ନିକଟକୁ ଆସିଥିଲେ। ପୁଅ ଆକାଶ ଗୋଟିଏ ପଟୁ ଅନ୍ୟ ପଟକୁ ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ହଦଗଡ଼ ପଟୁ ଛେନାପଦୀ ଅଭିମୁଖେ ଯାଉଥିବା ଛତୁଆ ବୋଝେଇ ଟ୍ରକ୍‌ ଆକାଶଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଆକାଶଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ରାସ୍ତାରେ ଉପରେ ରଖି ରାସ୍ତାରୋକୋ କରାଯାଇଥିଲା। ଘଟଣାସ୍ଥଳରେ ଅସନ୍ତୋଷ ଏବଂ ଉତ୍ତେଜନା ଲାଗି ରହିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଜଣେ ସରପଞ୍ଚଙ୍କ ସ୍ବାମୀଙ୍କ ହୋଇଥିବା ବେଳେ ତାଙ୍କ ଗୋଦାମ ଘରୁ ଛତୁଆ ବୋଝେଇ କରି ଫେରୁଥିଲା। କିନ୍ତୁ କେଉଁଠାକୁ ଛତୁଆ ପରିବହନ ହେଉଥିଲା ତାହା ସ୍ପଷ୍ଟ ହୋଇନି। ଅପରପକ୍ଷେ ଅଙ୍ଗନଓ୍ବାଡିକୁ ଯୋଗାଣ ହେଉଥିବା ଛତୁଆ ଉକ୍ତ ଟ୍ରକ୍‌ରେ ଚୋରାଚାଲାଣ ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇରଙ୍ଗପୁରରେ ରାଷ୍ଟ୍ରପତି : ଆଜି ଆସିବେ ପ୍ରଧାନମନ୍ତ୍ରୀ

ବାରିପଦା/ରାଇରଙ୍ଗପୁର,୨୦ା୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ମହାନ୍ତି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ୫ଟାରେ ରାଇରଙ୍ଗପୁରରେ ପହଞ୍ଚତ୍ଛନ୍ତି। ପ୍ରତିକୂଳ…

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ଗିରିଜାଶଙ୍କରଙ୍କ ବିବାହ ସମ୍ପନ୍ନ

ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ଅଗଷ୍ଟ ୧୯ରୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବାକୁ ନିଷ୍ପତ୍ତି…

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ…

ଜମି ବିବାଦରୁ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୁରୁବାର ରାତିରେ ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଉପରେ ମରଣାନ୍ତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri