Advertisement

ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ, ବାଇକ୍‌ ଆରୋହୀ ମୃତ

କେନ୍ଦୁଝର,୧୦ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ। ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ମହାଦେଇଯୋଡା ପଞ୍ଚାୟତ ଟିକରପଡା ରଥମରାସାହିର କୃଷ୍ଣୁ ମୁଣ୍ତା(୫୮) ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିହାର ଅଞ୍ଚଳର ୧୪ ଚକିଆ ଟ୍ରକ ଚାଳକ ମହେନ୍ଦ୍ର ଯାଦବ(୭୫)ଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଗୁରୁବାର ବାଇକରେ କୃଷ୍ଣୁ ଡିଜେଲ ଆଣିବାକୁ ଯାଉଥିଲେ। ସେହି ସମୟରେ ଜିଟି ପେଟ୍ରୋଲ ପମ୍ପ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ କୁଷ୍ଣୁ ବାଇକ୍‌ ସହିତ ଟ୍ରକ ସାମ୍ନାରେ ଲାଖି ରହିଯାଇଥିଲେ। ଟ୍ରକ ଡ୍ରାଇଭର ଗାଡ଼ି ନ ଅଟକାଇ ଆଗକୁ ଚଳାଇଥିଲେ। ଟ୍ରକରେ ବାଇକ ସହିତ କୁଷ୍ଣୁଙ୍କୁ ପାଖାପାଖି ଦେଢ଼ କିଲୋମିଟର ରାସ୍ତା ଘୋଷାଡି ନେଇ ସଦର ଥାନା ନିକଟରେ ଗାଡ଼ି ଅଟକାଇଥିଲେ। ପୋଲିସ ମୃତଦେହ ଜବତ କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ସଦର ଥାନାରେ (୪୪୦/୨୨)ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଶିଳ୍ପ ସ୍ଥାଣୁ

ଢେଙ୍କାନାଳ ଅଫିସ, ( ରତନ ନାୟାର ) ୨୪।୮: ପର୍ଯ୍ୟଟନରେ ପୁଞ୍ଜି ପ୍ରବାହର ଆଶା ବଢ଼ାଏ ହୋଟେଲ ଶିଳ୍ପ। ହୋଟେଲ ଶିଳ୍ପର ବିକାଶ ଟୁରିଜମ୍‌ ଭବିଷ୍ୟତକୁ ଦେଇଥାଏ...

ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ: ପ୍ରସ୍ତାବରେ ସୀମିତ ରେଲୱେ ଡିିଭିଜନ

ଯାଜପୁର ଅଫିସ,୭ା୮: ଯାଜପୁର ଜିଲାର ଅନ୍ୟତମ ପୌର ପରିଷଦ ବ୍ୟାସନଗର ଓ ଏହାର ପାରିପାର୍ଶ୍ୱିକ ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏକାଧିକ ପ୍ରକଳ୍ପ ଅଧାରେ...

ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କରେ ରହିଛି ୭୦ ୟୁନିଟ୍‌ ରକ୍ତ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ସମୟରେ ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ୟରେ...

କଥା ଦେଇ ପ୍ରତିଶ୍ରୁତି ପୂରଣ କଲେ ସରପଞ୍ଚ

ଦଶମନ୍ତପୁର,୧୫ା୧୧ (ଡି.ଏନ୍‌.ଏ.): ଅନେକେ ଅଛନ୍ତି ନିର୍ବାଚନ ସମୟରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ରଖନ୍ତି ନାହିଁ। ମାତ୍ର ଏଭଳି କିଛି କମ ରାଜନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତି...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା...

ରାତି ନ ପାହୁଣୁ ଲମ୍ବୁଛି ଧାଡ଼ି

ବଇଣ୍ଡା,୯।୫: ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ବିଶେଷକରି ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଉପରେ ଏଥିରେ ଗୁରୁତ୍ୱ...

୭ ଡାକ୍ତରଖାନାକୁ ୬ ଡାକ୍ତର

ବାଲିଆପାଳ,୨୮।୨(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଆପାଳ ବ୍ଲକର ୩ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବାବେଳେ ପଡ଼ୋଶୀ ଜଳେଶ୍ୱର ଏବଂ ବସ୍ତା ବ୍ଲକର...

Advertisement
Archives

Model This Week