ଭଦ୍ରକ ଏସ୍‌ପିଙ୍କ ଗାଡିକୁ ଧକ୍କା ଦେଲା ଟ୍ରକ୍‌

ଭଦ୍ରକ ଅଫିସ, ୫।୧: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ଏସ୍‌ପି ଚରଣ ସିଂ ମୀନା। ଏସ୍‌ପିଙ୍କ କାରକୁ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିବା ଜଣାଯାଇଛି। ଉକ୍ତ ଟ୍ରକକୁ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଭଣ୍ଡାରିପୋଖରୀ ଚେକ୍‌ ପୋଷ୍ଟ ନିକଟକୁ ଯାଇଥିଲେ। ସେଠାରୁ ସେ ଭଦ୍ରକ ଫେରୁଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ଏସ୍‌ପିଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ହନୁମାନ ଛକ ନିକଟରୁ ଭଣ୍ଡାରିପୋଖରୀ ପୁଲିସ ଗାଡିକୁ ଜବତ କରିଥିଲା। ଏହାପରେ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ତେବେ ଭଦ୍ରକ ଏସ୍‌ପି ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରୁ ୟୁଜି, ପିଜି ପାଇଁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସ୍ଥିତି ଲାଗି ଚଳିତବର୍ଷ ଅଣ୍ଡର ଗ୍ରାଜୁଏଟ(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ(ପିଜି) ଶିକ୍ଷାବର୍ଷକୁ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ପରିବର୍ତ୍ତେ ଏଥର ନଭେମ୍ବରରୁ ନୂତନ ଶିକ୍ଷାବର୍ଷ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀଙ୍କ ସହ କାରାବାର ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ବ୍ରାଉନ୍‌ସୁଗାର ଆଣି ଏଠାରେ କିଭଳି କାରବାର...

ତେଲନଦୀରେ ବନ୍ୟାଜଳ: ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କଣ୍ଟାମାଳ,୧୩।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲାର ତେଲନଦୀରେ ବନ୍ୟାଜଳ ଆସିବାରୁ ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉଦେପୁରଠାରେ କଣ୍ଟାମାଳ-ବାଲିଗୁଡା ରାସ୍ତାରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ...

ଅନ୍ତର୍ଜାତୀୟ ପାରା ଆଥଲେଟ ରମେଶଙ୍କୁ ଡକ୍ଟରେଟ ଡିଗ୍ରୀ

ଛତ୍ରପୁର,୨୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଗିଲଟିପେଟା ସାହିର ଆର୍ନ୍ତଜାତୀୟ ପାରା ଆଥଲେଟ ଭି.ରମେଶ ରାଓଙ୍କୁ ଜର୍ମାନୀର ପିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି...

ଆଜି ପ୍ରକାଶ ପାଇବ ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଆସନ୍ତା ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନ ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ...

ନାଟମଣ୍ଡମ ବିମ୍‌ରେ ଫାଟ

ପୁରୀ ଅଫିସ, ୧୧।୬: ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତକୁ ଧରି ରଖିଥିବା କଲମ କାପିଟାଲ ବିମ୍‌ରେ ଫାଟ ସୃଷ୍ଟି ହୋଇଛି । ନାଟମଣ୍ଡପ ମରାମତି ପର୍ଯ୍ୟାୟରେ...

ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ

ଟିକିରି(ଡି.ଏନ୍‌.ଏ.)/ଭବାନୀପାଟଣା(ସ୍ବ.ପ୍ର.),୧୮ା୧୧:କଳାହାଣ୍ଡି ଜିଲାର ଅନେକ ଦୁର୍ଗମ ଅଞ୍ଚଳକୁ ଏବେବି ପକ୍କାରାସ୍ତା ହୋଇପାରି ନାହିଁ। ଫଳରେ ଅନେକ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆ, ଭାର ଏବଂ ଷ୍ଟ୍ରେଚରରେ...

ଉଚ୍ଛେଦ ହେଲା ଏମାର ମଠ

ପୁରୀ ଅଫିସ, ୨୬ା୨: ବହୁଚର୍ଚ୍ଚିତ ତଥା ପୁରୀର ସବୁଠୁ ବିତ୍ତଶାଳୀ ମଠ ଭାବେ ପରିଚିତ ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ...

Advertisement
Archives

Model This Week