ବିଭିନ୍ନ ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା

ଜଟଣୀ,୧୫।୮(ଡି.ଏନ୍‌.ଏ): ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ(ଜଟଣୀ) ପକ୍ଷରୁ ରବିବାର ପୂର୍ବାହ୍ନରେ କୋଭିଡ୍‌ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ କାର୍ମିକ ଅଧିକାରୀ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ପତାକା ଉତ୍ତୋଳନ ଉତ୍ସବରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ରେଳମଣ୍ଡଳର ସଫଳତାରେ ଭାଗୀଦାରି ସମସ୍ତ ବିଭାଗକୁ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ରେଳ ପ୍ରବନ୍ଧକ ଅଶୋକ କୁମାର ଏବଂ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ।

ଜଟଣୀ କୋର୍ଟ ପରିସରରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜଟଣୀ କୋର୍ଟର ନ୍ୟାୟାଧୀଶ ଧ୍ରୁବି ଶୋଲାଙ୍କୀ ପତାକା ଉତ୍ତୋଳନ କରିଥିଲେ  । ଏହି ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ କୋର୍ଟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା। ପତାକା ଉତ୍ତୋଳନରେ ଜଟଣୀ କୋର୍ଟର ସମସ୍ତ କର୍ମଚାରୀଙ୍କ ସହିତ ଜଟଣୀ ବାର୍‌ ଆସୋସିଏଶନ ଏବଂ ଲୟର୍ସ ଆସୋସିଏଶନ୍‌ର ଅଧିବକ୍ତା ଉପସ୍ଥିତ ରହିଥିଲେ।

ଜଟଣୀ ଅରଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଆଇଆଇଟି ଭୁବନେଶ୍ୱର ଡାଇରେକ୍ଟର ଆର୍‌.ଭି. ରାଜକୁମାର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଭି.ଆର୍‌. ପେଡିରେଡୀ, ପ୍ରଭାସ ରଞ୍ଜନ ସାହୁ, କୁଳସଚିବ ଦେବରାଜ ରଥ, ଡ.ଶାନ୍ତନୁ ପାଳ, ଡ.ଶ୍ରୀକାନ୍ତ ଗୋଲାପୁଡି ପ୍ରମୁଖ ଉପସ୍ଥିତ ଥିଲେ। ଡ. ବଙ୍କିମ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର...

ବାକି ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ବସ୍ତା, ୧୩।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ସାମାନ୍ୟ ବାକି ପଇସାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...

ଜାପାନରେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ

କଟକ ଅଫିସ, ୧୩।୭: ଅନେକ ଓଡ଼ିଆ ନିଜ ପ୍ରତିଭା ବଳରେ ଦେଶବିଦେଶରେ ନାମ ଅର୍ଜନ କରୁଛନ୍ତି। ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଅଧିକ...

୬ ଶିକାରୀ ଗିରଫ, ୫୦ ପକ୍ଷୀ ଉଦ୍ଧାର

ଭୋଗରାଇ , ୧୦ା୯( ପ୍ରଦୀପ ଦାସ)ବାଲେଶ୍ୱର ଜିଲା ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇ ଉଦୟପୁର ବନପାଳ କାର୍ଯ୍ୟାଳୟ ଅଧୀନ ଏନଏମ ପଡ଼ିଆ ପକ୍ଷୀ ସୁରକ୍ଷା କ୍ୟାମ୍ପ...

ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର, ମା-ପୁଅ ଗୁରୁତର

ଆନନ୍ଦପୁର,୨୯ା୬(ସନ୍ତୋଷ ରାଉତ): ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ...

ସୀମାନ୍ତରେ ଭୁଶୁଡ଼ିପଡ଼ିଛି ପ୍ରାକ୍‌ଶିକ୍ଷା ବ୍ୟବସ୍ଥା

ନନ୍ଦପୁର,୧୭ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତରେ ପ୍ରାକ୍‌ଶିକ୍ଷା ବ୍ୟବସ୍ଥା ଭୁଶୁଡିପଡିଛି। ଓଡ଼ିଆ ଭାଷାଠାରୁ କ୍ରମଃଶ ଦୂରେଇ ଯାଉଛନ୍ତି ସୀମାନ୍ତବାସୀ। ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ...

ଫନୀ ଉଜାଡ଼ିଦେଇଛି ଝାଟିମାଟିର ଘର:ଆବାସଟିଏ ମାଗିଲେ ଦୃଷ୍ଟିହୀନ ଦମ୍ପତି

ଅନୁଗୋଳ ଅଫିସ, ୫।୧୧ ଦୃଷ୍ଟିହୀନ ହେଲେ ବି ସେମାନେ ସଂସାର କରିଛନ୍ତି। ଅନୁଗୋଳର କେଦାରଗୌରୀ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ କାମ କରି ଯେନେତେନେ ପେଟ ପୂରାଉଛନ୍ତି।...

କଳାହାଣ୍ଡିରେ କରୋନା ପଜିଟିଭ୍‌ ସଂଖ୍ୟା ୩୧୩୧ରେ ପହଞ୍ଚିଲା

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଶନିବାର ସନ୍ଧ୍ୟା ୫ ଟା ସୁଦ୍ଧା ୫୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୫ ତାରିଖ...

Advertisement
Archives

Model This Week