ନାଚଗୀତରେ ଜମୁଛି ତ୍ରିରଙ୍ଗା ଯାତ୍ରା, କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାର…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଦେଶସାରା ଚାଲିଛି ତ୍ରିରଙ୍ଗା ଯାତ୍ରା । ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେଉଛନ୍ତି। ତ୍ରିରଙ୍ଗା ଯାତ୍ରା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ରୀଛାତ୍ର ବୁଧବାର ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ଛାତ୍ରୀଛାତ୍ର କଲେଜରୁ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ଏହି ସମୟରେ ଛାତ୍ରୀଛାତ୍ର ଦେଶାତ୍ମକବୋଧକ ନୃତ୍ୟ କରିଥିଲେ। ୧୦୦ ମିଟର ଲମ୍ବ ବିଶିଷ୍ଟ ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଏନ୍‌ସିସି ଆର୍ମି ୱିଙ୍ଗ, ନାଭାଲ ଓ୍ବିଙ୍ଗ, ଜାତୀୟ ସେବା ଯୋଜନା ଶାଖା ୧ ଓ ୨, ଯୁବ ରେଡ୍‌କ୍ରସ ସ୍ବେଚ୍ଛାସେବୀ ସମେତ ସମସ୍ତ ବିଭାଗର ଛାତ୍ରୀଛାତ୍ର ଭାଗ ନେଇଥିଲେ।
ଅତିରିକ୍ତ ଉପଜିଲାପାଳ ସୁମନ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଲିର ଶୁଭାରମ୍ଭ କରିଥିଲେ। ଏହି ସମୟରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରଥ, ହର ପ୍ରସାଦ ଶତପଥୀ, ରବିନ୍ଦ୍ର ମିଶ୍ର,ଅଧ୍ୟାପକ ସନାତନ ବେହେରା, ଦୁର୍ଗା ପ୍ରସାଦ ସାହୁ, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ନାଭାଲ ୱିଙ୍ଗ ସିଟି ଓ ବିଭୂତି ଗୌଡ଼, ଏନ୍‌ସିସି ଆର୍ମି ସିଟି ଓ
ଅର୍ପଣ ପ୍ରଧାନ, ଏନ୍‌ଏସ୍‌ଏସ୍‌ ଶାଖା ଏକ ଯୋଜନା ଅଧିକାରୀ ବି ପ୍ରଧାନ, ବୁଧିନାଥ ବେହେରା, ଆର୍‌ ହରିଶ, ଅଧ୍ୟାପିକା ତୃପ୍ତିମୟୀ ଦାସ, ସୁନିତା ରାଣୀ ଖଣ୍ଡୁଆଳ, ଏନ୍‌ଏସଏସ୍‌ ଯୋଜନା ଅଧିକାରିଣୀ
ସସ୍ମିତା ଦାସ,ସ୍ମରଣିକା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଓ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ୭୪୬ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟକୁ ଉକ୍ତ କାର୍ଯ୍ୟକ୍ରମ କରିବା ପାଇଁ ୧ କୋଟି ୨୦ ଲକ୍ଷ ୧୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦେଖି କଲେଜ ପିଛା ସର୍ବାଧିକ ୩୦ ହଜାର ଟଙ୍କା, ୧୫ ହଜାର ଟଙ୍କା ଏବଂ ସର୍ବନିମ୍ନ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ୩୦ ହଜାର ଟଙ୍କା ଆସିଥିବା ବେଳେ ସାବିତ୍ରୀ ମହିଳା ମହାବିଦ୍ୟାଳୟକୁ ମଧ୍ୟ ୩୦ ହଜାର ଟଙ୍କା ଆସିଛି। ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ୨୦୦ ତ୍ରିରଙ୍ଗା ପତାକା ପ୍ରଦାନ କରାଯିବ। ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକୁ ୫୦୦ ଏବଂ ବିଶ୍ବବିଦ୍ୟାଳୟକୁ ୧୦୦୦ ଲେଖାଏ ଜାତୀୟ ପତାକା ପ୍ରଦାନ କରାଯିବ। ସରକାର ପ୍ରଦାନ କରିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଆସନ୍ତା ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri