ଜନଜାତି ଶିକ୍ଷୟିତ୍ରୀ ଏବେ ଦିନମଜୁରିଆ

ଫୁଲବାଣୀ ଅଫିସ, ୧୦ା୪: ଅନୁସୂଚିତ ଜନଜାତିର ଜଣେ ଶିକ୍ଷୟିତ୍ରୀ(ଶିକ୍ଷା ସହାୟକ) ଚାକିରି କ୍ଷେତ୍ରରେ ୩ ବର୍ଷ ୮ ମାସ ପୂରଣ କରିସାରିବା ପରେ ଏବେ ତାଙ୍କୁ ଦିନମଜୁରିଆ ସାଜିବାକୁ ପଡ଼ିଛି। ପ୍ରଶାସନର ଅଣଦେଖା ହେତୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଦେହ ଖରାପ ହେବାରୁ ୩/୪ ଦିନ ମେଡିକାଲରେ ରହିଗଲେ। ସୁସ୍ଥ ହୋଇ ବିଦ୍ୟାଳୟକୁ ଯିବାରୁ ତାଙ୍କ ଛୁଟି ଦରଖାସ୍ତ ଗ୍ରହଣ କଲେନାହିଁ କି କର୍ମକ୍ଷେତ୍ରରେ ଯୋଗଦେବାକୁ ଦେଲେନି ପ୍ରଧାନଶିକ୍ଷକ। ଏହାପରେ ସେ ବ୍ଲକ ଶିକ୍ଷାଧିକାରୀ, ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକ(ଡିପିସି), ଜିଲା ଶିକ୍ଷାଧିକାରୀ ଏବଂ ଜିଲାପାଳଙ୍କ ପାଖରେ ଗୁହାରି ଜଣାଇଲେ। ହେଲେ ସେମାନେ ଖାଲି ଏ ଅଫିସ୍‌ରୁ ସେ ଅଫିସ୍‌କୁ ଯିବାକୁ କହି କିଛି ବୁଝିଲେନାହିଁ। ଫଳରେ ଆଜକୁ ୯ ବର୍ଷ ହେବ ଶିକ୍ଷୟିତ୍ରୀ ଜଣକ ଦିନମଜୁରିଆ କାର୍ଯ୍ୟ କରୁଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକରେ ଦେଖିବାକୁ ମିଳିଛି।
କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅଧୀନ କାମ୍ବାନାଜୁ ଗ୍ରାମର ଧରିତ୍ରୀ ପ୍ରଧାନ ୨୦୧୧ ଏପ୍ରିଲ ୧୦ରେ ଜିଲାପାଳଙ୍କ ଚିଠି ନଂ.୪୯୧୫ରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ। ପ୍ରଥମେ ସେ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ନୂତନ ପ୍ରାଥମିକ ବିଦ୍ୟାଳୟ(ଏନ୍‌ପିଏସ୍‌)ରେ ଯୋଗଦେଇଥିଲେ। ଏହାପରେ ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେହିବର୍ଷ ଅଗଷ୍ଟ ୯ରେ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ବାନ୍ଦାବାଜୁ ବିଦ୍ୟାଳୟକୁ ବଦଳି କରାଗଲା। ପୁଣି ସେଠାରୁ ସେ ଡେପୁଟେଶନରେ ଜୁଗାପଦର ସ୍କୁଲ ଯାଇ ପାଠ ପଢ଼ାଉଥିଲେ। ପ୍ରଧାନଶିକ୍ଷକଙ୍କ ଚିଠି ନଂ.୩୨/୧୭ା୧୨ା୨୦୧୪ରେ ରିଲିଭ୍‌ ହୋଇ ପୁନଃ ବାନ୍ଦାବାଜୁ ବିଦ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହାର କିଛିମାସ ପରେ ତାଙ୍କ ଦେହ ଖରାପ ହେଲା। ଫଳରେ ସେ ମେଡିକାଲରେ ଭର୍ତ୍ତି ହେଲେ। ୩/୪ ଦିନ ପରେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବାରୁ ସେ ଗ୍ରହଣ କଲେନାହିଁ। ଆଜିପର୍ଯ୍ୟନ୍ତ ଶିକ୍ଷୟିତ୍ରୀ ଧରିତ୍ରୀ ପ୍ରଧାନ ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡୁଛନ୍ତି। ହେଲେ ତାଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଏ ନେଇ ଶିକ୍ଷୟିତ୍ରୀ କହିଛନ୍ତି, ସବୁ ଅଫିସ୍‌ ଦୌଡ଼ି ନିରାଶ ହେବାପରେ ଜିଲାପାଳଙ୍କୁ ଭେଟିଥିଲି। ସେ କହିଲେ ଏହା ଶିକ୍ଷା ବିଭାଗର କାମ। କ’ଣ ହୋଇଛି ବୁଝିବା। ମଁୁ ଜଣେ ଆଦିବାସୀ ସମ୍ପ୍ରଦାୟର ଶିକ୍ଷୟିତ୍ରୀ ହୋଇ ବି ଏବେ ଦିନମଜୁରିଆ ଭାବେ କାମ କରୁଛି। କେବେ ପ୍ରଶାସନ ମୋ ଦୁଃଖ ଶୁଣିବ ବୋଲି ଧରିତ୍ରୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ କ’ଣ ହୋଇଛି ବୁଝିଲା ପରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri