ଘାଟିରେ ସରିଗଲା ପେଟ୍ରୋଲ, ଅଟୋ ଭଡ଼ା କରି ଟାଙ୍କିକୁ ଆସିଲେ ଆଦିବାସୀ ଚାଷୀ, କହିଲେ ୨୦୦ ଟଙ୍କାର ତେଲ ପାଇଁ…

ଦାରିଙ୍ଗବାଡ଼ି,୨୮ା୭(ଅରୁଣ ସାହୁ): ରାଜ୍ୟ ସରକାର ପ୍ଲାଷ୍ଟିକ୍‌ ବୋତଲ, ଜାର୍‌ରେ ପେଟ୍ରୋଲ ଦେବାକୁ ସମସ୍ତ ପେଟ୍ରୋଲ ଟାଙ୍କିକୁ ବାରଣ କରିଛନ୍ତି। ତେବେ ଏହାକୁ ନେଇ ଦୁର୍ଗମ ଅଞ୍ଚଳର ଚାଷୀ ମୂଲିଆଙ୍କ ସମେତ ସରକାରୀ ଓ ବେସରକାରୀ କର୍ମଚାରୀମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏବେ ଏକାଧିକ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ କିଏ ବାଇକ୍‌ ଟାଙ୍କି ଖୋଲି ଟାଙ୍କିରେ ପହଞ୍ଚିଲାଣି ତ ଆଉ କିଏ ଅଟୋ, ମିନିଟ୍ରକ୍‌ ଭଡ଼ା କରି ଟାଙ୍କିରେ ବାଇକ୍‌ ସମେତ ପାୱାର ଟିଲର ଆଣି ଟାଙ୍କିରେ ତେଲ ଭର୍ତ୍ତି କରିନେଉଛନ୍ତି। ଏଭଳି ଜଣେ ଆଦିବାସୀ ଚାଷୀ କୌଣସି କାର୍ଯ୍ୟରେ ଦାରିଙ୍ଗବାଡ଼ି ଆସୁଥିଲେ ତାଙ୍କ ଗ୍ରାମ ପ୍ରାୟ ୨୦ କିମି ଦୂରତାରେ ରହିଥିବା ବେଳେ ତାଙ୍କ ବାଇକ୍‌ରୁ ତେଲ ଏକ ଘାଟିରେ ସରିଯାଇଥିଲା। ସେଠାରୁ ସେ ଦାରିଙ୍ଗବାଡ଼ି ବାଇକ୍‌ ଠେଲି ଠେଲି ଆସିବା ସମ୍ଭବ ନ ଥିବାରୁ ସେ ଏକ ଅଟୋ ୨ ଶହ ଟଙ୍କାରେ ଭଡ଼ା କରି ଆଣିଲେ। ଟାଙ୍କିରେ ତାଙ୍କ ନିକଟରେ ରହିଥିବା ଆଉ ୨ ଶହ ଟଙ୍କାର ପେଟ୍ରୋଲ ଭରିଥିବା ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ପେଟ୍ରୋଲ ତାଙ୍କୁ ଲିଟର ୨ ଶହରୁ ଅଧିକ ଟଙ୍କା ଦେବାକୁ ପଡ଼ିଲା ବୋଲି ଟେକାଙ୍ଗିଆ ଗ୍ରାମର ବାଇକ ମାଲିକ ସୁମନ୍ତ ପ୍ରଧାନ ଉଦ୍‌ବେଗର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଚମତ୍କାର ପ୍ରଦର୍ଶନ: ସଂସ୍କୃତି ଟପ୍ପର

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷବର୍ଷ ପରୀକ୍ଷାଫଳରେ ବରଗଡ଼ର ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଉତ୍କୃଷ୍ଟ…

ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ବେଳେ ଅଶ୍ଳୀଳ ଭିଡିଓ ଚାଲିଲା,ଆଉ ତା’ପରେ…

ନୂଆଦିଲ୍ଲୀ,୩୦ା୪: ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ଚାଲିଥିଲାବେଳେ ଏକ ଅଶ୍ଳୀଳ କଣ୍ଟେଣ୍ଟ ଚାଲିବାରୁ ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। କୋର୍ଟରୁମ୍‌ରେ ସାଇବର ସୁରକ୍ଷାର ଉଲ୍ଲଂଘନକୁ ନେଇ ଚିନ୍ତା ପ୍ରକଟ…

୯୯୩ ଟଙ୍କା ବଢ଼ିଲା ଗ୍ୟାସ ସିଲିଣ୍ଡର ଦର: ଆଜିଠୁ ଲାଗୁ

ନୂଆଦିଲ୍ଲୀ,୧।୫: ମେ ୧ରୁ ସାରା ଦେଶରେ ନୂତନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲାଗୁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦେଶର ସରକାରୀ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ…

ଭାରତରେ ଜଳ ସଙ୍କଟ ବଢ଼ିବ: ଜାଣନ୍ତୁ କାରଣ କ’ଣ…

ନୂଆଦିଲ୍ଲୀ,୩୦ା୪: ଭାରତରେ ଇନ୍ଧନ ସଙ୍କଟ ଦୂର କରିବାକୁ ଯାଇ ୮୦% ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରାଯାଉଥିବାବେଳେ ଆଗାମୀ ଦିନରେ ୧୫% ପେଟ୍ରୋଲରେ ୮୫% ଇଥାନଲ ମିଶ୍ରଣ…

ଭାଜପା ଆଗରେ ରହିବା ପୂର୍ବାନୁମାନକୁ ଟିଏମ୍‌ସିର ଖଣ୍ଡନ

କୋଲକାତା,୩୦ା୪: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ଆଗରେ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଥିବାବେଳେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଏହାକୁ ଖଣ୍ଡନ…

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri