ଅବସାଦରେ ଗଛ କାନ୍ଦେ

ଜେରୁଜେଲମ୍‌, ୧।୪:  ମଣିଷ ଭାବପ୍ରବଣ ହେଲେ ପରିବାର ଲୋକ କିମ୍ବା ପ୍ରିୟଜନମାନଙ୍କୁ ନିଜ ଅନୁଭୂତି ସମ୍ପର୍କରେ ଜଣାଇଥାଏ, ଯାହା ଦ୍ୱାରା ମନ କିଛିମାତ୍ରାରେ ହାଲୁକା ହୁଏ। ଠିକ୍‌ ଏମିତି କିଛି ଉଦ୍ଭିଦଙ୍କ କ୍ଷେତ୍ରରେ ମଧ୍ୟ ଘଟିଥାଏ। ଅବସାଦରେ ଗଛ ମଧ୍ୟ କାନ୍ଦେ। ଏହି ସମୟରେ ଗଛରୁ ଏକ ସ୍ବତନ୍ତ୍ର ପ୍ରକାର ଶବ୍ଦ ବାହାରେ, ଯାହା ଫଳରେ କୌଣସି କାରଣରୁ ଗଛ ଆଘାତ ପାଇଥିବା ଜାଣିହୁଏ। ଇସ୍ରାଏଲସ୍ଥିତ ଟେଲ୍‌ ଅଭିଭ୍‌ ୟୁନିଭର୍ସିଟିର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।
ଅବସାଦ ସମୟରେ ଗଛ କିପରି ବ୍ୟବହାର କରେ ସେ ସମ୍ପର୍କରେ କିଛିଦିନ ପୂର୍ବେ ଏକ ଅଧ୍ୟୟନ କରାଯାଇଥିଲା। ଗଛରେ କମ୍ପନ (ଭାଇବ୍ରେଶନ୍‌) ସୃଷ୍ଟି ହେଉଥିବା ନେଇ ଗବେଷକମାନେ ଜାଣିବାକୁ
ଅବସାଦରେ ଗଛ ….
ପାଇଥିଲେ। ଗଛ ଦୋହଲିବା ଦ୍ୱାରା ଶବ୍ଦ ତରଙ୍ଗ ସୃଷ୍ଟି ହେବା ଯୁକ୍ତିକୁ ନେଇ ଗବେଷକଙ୍କ ପକ୍ଷରୁ ଆଉ ଏକ ଅଧ୍ୟୟନ ଆରମ୍ଭ କରାଯାଇଥିଲା। ସବୁଜଗୃହର ବିଲାତି ଓ ଗୁଆଗଛକୁ ନେଇ କରାଯାଇଥିବା ଅଧ୍ୟୟନ ଅନୁସାରେ, ଅବସାଦ ସମୟରେ ଗଛରୁ ଏୟାରବର୍ନ ଅଲ୍‌ଟ୍ରାସୋନିକ୍‌ ସାଉଣ୍ଡ ବାହାରେ, ଯାହାକୁ ଗଛ କାନ୍ଦେ ବୋଲି କୁହାଯାଉଛି। ପ୍ରତ୍ୟେକ ଗଛ ପାଇଁ ଅବସାଦର କାରଣ ଭିନ୍ନ ହୋଇଥିବାବେଳେ ପ୍ରତ୍ୟେକର ଶବ୍ଦ ଅଲଗା ହୋଇଥାଏ। ତେବେ ଏହି ଶବ୍ଦ ଅତି ଧୀର ହେବାଯୋଗୁ, ଯାହା ମଣିଷ ଶୁଣିପାରେ ନାହିଁ। କିନ୍ତୁ ଗଛର କାନ୍ଦକୁ ବାଦୁଡ଼ି, ମୂଷା ଓ ପୋକଜୋକ ଶୁଣିପାରନ୍ତି ବୋଲି ଗବେଷକମାନେ ଦାବି କରିଛନ୍ତି। ୧୬ କିଲୋହର୍ଜ ପର୍ଯ୍ୟନ୍ତ ଫ୍ରିକ୍ୱେନ୍ସି ଶବ୍ଦକୁ ମଣିଷ ଶୁଣିବା ପାଇଁ ସକ୍ଷମ।
ଗଛରୁ ବାହାରୁଥିବା ଶବ୍ଦକୁ ରେକର୍ଡ କରିବା ପାଇଁ ପ୍ରତିଗଛର ୧୦ ସେଣ୍ଟିମିଟର ଦୂରରେ ଅଲ୍‌ଟ୍ରାସୋନିକ୍‌ ମାଇକ୍ରୋଫୋନ ଲଗାଯାଇଥିଲା। ସଂଗୃହୀତ ଶବ୍ଦର ଫ୍ରିକ୍ୱେନ୍ସି ୨୦ରୁ ୨୫୦ କିଲୋହର୍ଜ ରହିଛି। କାନ୍ଦକୁ ମାପିବା ପାଇଁ ବିଶେଷପ୍ରକାର ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ (ଏଆଇ) ଆଲଗୋରିଦିମ୍‌ର ବ୍ୟବହାର କରାଯାଇଥିଲା। ଅଧିକ ଅବସାଦଗ୍ରସ୍ତ ଗଛ ଅଧିକମାତ୍ରାରେ ଶବ୍ଦ ବାହାର କରେ। ଜଳ ପାଇଁ କିମ୍ବା କୌଣସି କାରଣରୁ ଆଘାତ ପାଇଥିବା ଉଦ୍ଭିଦ ଘଣ୍ଟା ପ୍ରତି ଡଜନ୍‌ରୁ ଅଧିକ ଥର ଶବ୍ଦ କରନ୍ତି ବୋଲି ଗବେଷକ ଲିଲାଚ ହାଦାନି କହିଛନ୍ତି। ଜଳକୁ ନେଇ ଗଛଙ୍କଠାରେ ଦେଖାଯାଉଥିବା ଅବସାଦକୁ ରୋକିହେବ। ସେନ୍ସରର ପ୍ରୟୋଗ ଦ୍ୱାରା ଗଛ କେତେବେଳେ ଜଳ ଦରକାର କରୁଛି ତାହା ସହଜରରେ ଜାଣିହେବ। ତେବେ ଏହା କୃଷି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ, ଯାହା ଦ୍ୱାରା ଜଳ ଅପଚୟ ମଧ୍ୟ ରୋକି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?