ସୁଧୁରୁନି ଟ୍ରାଫିକ ସମସ୍ୟା, ଲୋକେ ହଇରାଣ

ଖୋର୍ଦ୍ଧା ଅଫିସ,୨୭ା୧୦: ଖୋର୍ଦ୍ଧା ସହରରେ ଟ୍ରାଫିକ ସମସ୍ୟା ସୁଧୁରୁନି। ସହରର ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ସଂଖ୍ୟା ମଧ୍ୟ ବଢିଚାଲିଛି। ଉଠାଦୋକାନୀ, ଜବରଦଖଲ, ରାସ୍ତାକୁ ଲାଗିରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଯୋଗୁ ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ପୁଣି ରାସ୍ତାର ଉଭୟ ପାର୍ଶ୍ୱରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହେଉଛି। ରାସ୍ତା ଉପରେ ରହିଥିବା କ୍ୟାବିନ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାଜନୈତିକ ଇଚ୍ଛାଶକ୍ତି ଏବଂ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଖୋର୍ଦ୍ଧା ସହରକୁ କ୍ୟାବିନମୁକ୍ତ ଅଭିଯାନ ସରକାରୀ କାଗଜକଲମରେ ସୀମିିତ ହୋଇ ରହିଛି। ଗତ ବିଧାନସଭାରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ରାଜେନ୍ଦ୍ର ସାହୁ ଏ ସମ୍ପର୍କରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ। ସହରବାସୀ ଆଶା କରିଥିଲେ ଖୁବଶୀଘ୍ର ଏହି ସମସ୍ୟା ସମାଧାନ ହେବ। ମାତ୍ର ଏଯାବତ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ। ନେତା, ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ଖୋର୍ଦ୍ଧା ସହର ବିକାଶ ଧିମେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ପ୍ରକାଶ ଯେ, ଖୋର୍ଦ୍ଧା- ନୟାଗଡ଼ ରାସ୍ତାର ମୁକୁନ୍ଦ୍ରପ୍ରସାଦଠାରୁ ମେଡିକାଲ, ଟ୍ରାଫିକ ଛକଠାରୁ ନୂଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ ରହୁଛି। ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହେଉଛି। ମୁକୁନ୍ଦ୍ରପ୍ରସାଦଠାରୁ ମାରୱାଡି ପଟି, ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ପେଟ୍ରୋଲ ପମ୍ପ ଛକରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡି ପଟି ରାସ୍ତା ସଙ୍କୁଚିତ ହୋଇଛି। କୌଣସି ପର୍ବପର୍ବାଣି ବା ଉତ୍ସବ ସମୟରେ ରାସ୍ତାରେ ଗହଳି ହେଲେ ସ୍କୁଲ କଲେଜ ଓ ଆମ୍ବୁଲାନ୍ସ ଯିବା ମୁସ୍କିଲ ହୋଇପଡୁଛି। ଉଭୟ ପାର୍ଶ୍ୱ ଦୋକାନ ଆଗରେ ବାଇକ ପାର୍କିଂ ଯୋଗୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ସନ୍ଧ୍ୟାରେ ବେଶି ଭିଡ଼ ହେଉଛି। ଏହି ରାସ୍ତା ପାର୍ଶ୍ୱରେ ମେଡିକାଲ, ବନ ବିଭାଗ କାର୍ଯ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ, ଶପିଙ୍ଗ ମଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ସିଡିଏମଓଙ୍କ କାର୍ଯ୍ୟାଳୟ, ମୁଖ୍ୟ ଡାକଘର, ଶତାଧିକ କ୍ୟାବିନ ରହିଛି। ସେହିପରି ସକାଳ ସମୟରେ ନୟାଗଡ଼ଠାରୁ ଭୁବନେଶ୍ୱରକୁ ଦୈନିକ ବହୁ ବସ ଚଳାଚଳ କରୁଛି। ଯାତ୍ରୀ ଉଠାଇବା ଏବଂ ଓହ୍ଳାଇବା ଲାଗି ବସ୍‌ଗୁଡ଼ିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସଷ୍ଟାଣ୍ଡ ନିକଟରେ ଅଟକି ରହୁଛନ୍ତି। ପୁରୁଣା ବସଷ୍ଟାଣ୍ଡରେ ହଳଦିଆ, ଗଡମାଣିତ୍ରୀ, ଜଟଣୀ ପ୍ରଭୃତି ଅଞ୍ଚଳକୁ ମିନିବସ, କ୍ୟାଣ୍ଟର ଚଳାଚଳ କରୁଛି। ଏହି ବସ୍‌ଗୁଡିକ ମଧ୍ୟ ଯାତ୍ରୀଙ୍କୁ ଅପେକ୍ଷା କରି ରହୁଛନ୍ତି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ସବୁ ସମୟରେ ଭିଡ଼ ହେଉଛି। ଗୁରୁଜଙ୍ଗ ପେଟ୍ରୋଲ ପମ୍ପଶ୍‌ଠାରୁ ସହର ଉଭୟପଟୁ (ମୁକୁନ୍ଦପ୍ରସାଦଠାରୁ ଖୋର୍ଦ୍ଧା କ୍ଲବ) ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ଟ୍ରାଫିକ ଛକ ଠାରୁ ସମବାୟ ଛକ ଏବଂ ସମବାୟ ଛକ ଠାରୁ ପୁରୁଣା ମେଡିକାଲ ରାସ୍ତା ସବୁ ସମୟରେ ଭିଡ ରହୁଛି। କୋର୍ଟ ଛକ ହାବେଳି ପଡ଼ିଆ ଏବଂ ନୂଆବସଷ୍ଟାଣ୍ଡରେ ରାସ୍ତାରେ ବାଇକ ପାର୍କିଂ ଯୋଗୁ ଯାତାୟାତରେ ଲୋକଙ୍କୁ ହଇରାଣ ହେବାବକୁ ପଡୁଛି। ବ୍ୟାଙ୍କ ଛକଠାରୁ ନୂଆବସଷ୍ଟାଣ୍ଡ ରାସ୍ତାରେ ଗହଳି ହେଉଛି। ଅନେକ ସମୟରେ ଟ୍ରାଫିକ ସମସ୍ୟା ଯୋଗୁ ଦୁର୍ଘଟଣା ଘଟୁଛି। ଏ ନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ନୂଆବସଷ୍ଟାଣ୍ଡ ସମେତ ସମସ୍ତ ଜନଗହଳି ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ସହରବାସୀଙ୍କ ସହଯୋଗ ଆବଶ୍ୟକ। ସେହିପରି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, କ୍ୟାବିନ ସମସ୍ୟା ଦୂର ଲାଗି ପ୍ରଚେଷ୍ଟା ଜାରି ରହିଛି। ଖୁବଶୀଘ୍ର ଏହି ସମସ୍ୟା ସମାଧାନ କରାଯିବ। ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି ସହରର ଟ୍ରାଫିକ ସମସ୍ୟା ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri