କଠୋର ହେଲା ଟ୍ରାଫିକ ପୋଲିସ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଗକୁ ହକି ବିଶ୍ୱକପ୍‌ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ବ୍ୟବସ୍ଥାର ସୁପରିଚାଳନା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବେଆଇନ୍‌ ପାର୍କିଂ ଉପରେ ରୋକ୍‌ ଲଗାଇବା ପାଇଁ କଡ଼ା ଆଭମୁଖ୍ୟ ଗ୍ରହଣ କରାଯାଉଛି। ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ୟୁନିଟ୍‌-୧ ମାର୍କେଟ୍‌, ଜୟଦେବ ବିହାର, ନୟାପଲ୍ଲୀ, ସିଆର୍‌ପି ଓ ପଟିଆ ଆଦି ଅଞ୍ଚଳରୁ ଟ୍ରାଫିକ୍‌ ସମସ୍ୟା କମାଇବା ପାଇଁ ପଦକ୍ଷେପ ନିଆଯାଉଛି। ମୋଟର ଭେହିକିଲ୍‌ ଆକ୍ଟ ୨୦୧୯ ଅନୁସାରେ ବେଆଇନ୍‌ ପାର୍କିଂ କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଏହି କ୍ରମରେ ରବିବାର ସହରର ବିଭିନ୍ନ ସ୍ଥାନରୁ ୨୫ଟି ଗାଡ଼ି ଜବତ କରାଯାଇ ସେମାନଙ୍କ ଠାରୁ ୨୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୁଇଟି ଟ୍ରାଫିକ୍‌ ପୋଲିସ୍‌ ଷ୍ଟେଶନ୍‌ (ଏଜି ଛକ ଓ ଚନ୍ଦ୍ରଶେଖରପୁର)କୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଦୁଇଟି କ୍ରେନ୍‌ ନିୟୋଜିତ ଥିବା ଜଣାପଡ଼ିଛି। ତେବେ ଜବତ ଗାଡ଼ିଗୁଡ଼ିକର ମାଲିକମାନେ ‘ସାରଥି’ କିମ୍ବା ‘ବାହନ’ ଆପ୍‌ ମାଧ୍ୟମରେ ଯୋଗାଯୋଗ କରି ଗାଡ଼ି ସମ୍ପର୍କିତ ତଥ୍ୟ ଏବଂ ଜରିମାନା ଦେଇ ସେମାନଙ୍କ ଗାଡ଼ି ନେଇପାରିବେ। ବେଆଇନ୍‌ ପାର୍କିଂ ବାବଦରେ ୫୦୦ ଟଙ୍କା ସହ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ବାବଦକୁ ଅତିରିକ୍ତ ଦେୟ ପୈଠ କରିବାକୁ ପଡ଼ିବ।
ସୂଚନାଥାଉ କି, ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସେହିପରି ଟ୍ରାଫିକ ପରିଚାଳନାକୁ ବ୍ୟବସ୍ଥିତ କରିବା ଦିଗରେ ଟ୍ରାଫିକ୍‌ ପୋଲିସ୍‌ ପକ୍ଷରୁ ବିଡିଏକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସହରରେ ୪୨ ପାର୍କିଂ ଜୋନ୍‌ ଥିବା ବେଳେ ପୁଣି ଥରେ ପାର୍କିଂ ଜୋନ୍‌ ଚିହ୍ନଟ କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ମ୍ୟାପ୍‌ ମାଧ୍ୟମରେ ପାର୍କିଂ ଜୋନ୍‌ ଏବଂ ନୋ ପାର୍କିଂ ଜୋନ୍‌ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯିବ। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ସିସି କ୍ୟାମେରା ସଂଖ୍ୟା ମଧ୍ୟ ବଢ଼ାଯିବ। ଗଳିରେ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ଜୋନାଲ ଏସିପି ମାନଙ୍କ ସୂଚନା କ୍ରମେ ସିସିଟିଭି ସଂଖ୍ୟା ବଢ଼ାଯାଇପାରେ। କଳିଙ୍ଗ ଷ୍ଟାଡିୟମ ଗେଟ୍‌-୩ ଓ ଗେଟ୍‌-୮ରେ ଏନ୍‌ପିଆର କ୍ୟାମେରା ଲଗାଇବା ପାଇଁ ଟ୍ରାଫିକ୍‌ ପୋଲିସ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଏସିପି (ଟ୍ରାଫିକ) ସ୍ବସ୍ତିିକ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସହରର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇ ସିସିଟିଭି କ୍ୟାମେରା ଲଗାଯିବ। ବେଆଇନ୍‌ ପାର୍କିଂ ରୋକିବା ପାଇଁ ନିୟମ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ନିୟମ ଊଲ୍ଲଂଘନ କଲେ ଇ-ଚାଲାଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯିବ। ଅନ୍ୟପଟେ ରାଜମହଲ ଓ ଶହୀଦନଗରରେ ନିର୍ମାଣ କରାଯାଇଥିବା ମଲ୍ଟି କାର୍‌ ପାର୍କିଂକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇ ପାର୍କିଂ ସମସ୍ୟାକୁ କମାଇବା ଦିଗରେ ମଧ୍ୟ ଯୋଜନା କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri