ଏହି ଦାବି ନେଇ ଟ୍ରାକ୍ଟର ମାଲିକଙ୍କ ମେଳି: କହିଲେ ମନ ଇଚ୍ଛା ଜରିମାନା ବନ୍ଦ କର, ନଚେତ୍‌…

ପାଟଣା,୨୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଗଠିତ ବୈତରଣୀ ଟ୍ରାକ୍ଟର ମାଲିକ ସଂଘ ଗୁରୁବାର ପାଟଣା ଷ୍ଟାଡିୟମରେ ପ୍ରଶାସନର ମନ ଇଚ୍ଛା ଜରିମାନାକୁ ବିରୋଧ କରି ଏକ ସଭା ଅନୁଷ୍ଠିତ ହୋଇଛି। ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ଅନୁଷ୍ଠିତ ହୋଇଛି। ପାଟଣା ଓ ସାହାରପଡ଼ା ତହସିଲ ଅଞ୍ଚଳରେ କୌଣସି ସ୍ବୀକୃତିପ୍ରାପ୍ତ ଲଘୁ ଖଣିଜ ସଂପଦ ଉତ୍ସ, ବାଲି, ମୋରମ, ମାଟି, ପଥର ଖଣି ନଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ , ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ନିର୍ମାଣ କାର୍ଯ୍ୟ, ରାସ୍ତା ଘାଟ, ସରକାରୀ ବେସରକାରୀ କୋଠା ନିର୍ମାଣ କିଭଳି ହେବ ସେନେଇ ଉଦବେଗ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଲଘୁ ଖଣିଜ ସମ୍ପଦ ଉତ୍ସ ନଥିବାରୁ ବେଆଇନ ଉତ୍ସରୁ ବାଲି ଉତ୍ତୋଳନ କଲେ ଖଣି ବିଭାଗ, ପୋଲିସ, ବନ ବିଭାଗ ଏବଂ ତହସିଲ ଅଧିକାରୀ ଚଢାଉ କରି ଟ୍ରାକ୍ଟର ପିଛା ଲକ୍ଷାଧିକ ଟଙ୍କା ଜରିମାନା ଓ ଟ୍ରାକ୍ଟରଗୁଡ଼ିକୁ ଜବତ କରି ପାଟଣା ଥାନା ଓ ରେଞ୍ଜ କାର୍ଯ୍ୟାଳୟରେ ରଖିବା ନେଇ ବୈଠକରେ ନିନ୍ଦା କରଯାଇଛି। ତୁରନ୍ତ ଜିଲା ପ୍ରଶାସନ ବନ୍ଦ ଥିବା କ୍ୱାରୀ କୁ ଅନୁମତି ଦେବା କିମ୍ବା ଟେମ୍ପୋରାରି ଟ୍ରାଞ୍ଜିଟ ପାସ୍‌ ଦେବା ଦାବିରେ ଫେବୃଆରୀ ୨ ତାରିଖରେ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ବୈତରଣୀ ଟ୍ରାକ୍ଟର ମାଲିକ ସଂଘ ଦାବିପତ୍ର ଦେବାକୁ ଆଜିର ସଭାରେ ନିଷ୍ପତ୍ତି ହୋଇଛି। ବୈଠକରେ ଟ୍ରାକ୍ଟର ମାଲିକ ସଂଘ ଉପସଭାପତି ଅମିତାଭ ସେଠୀ, ସମ୍ପାଦକ ଦିବ୍ୟଲୋଚନ ମହାନ୍ତ, ସହ ସମ୍ପାଦକ ରବି ନାରାୟଣ ସାହୁ, କୋଷାଧ୍ୟକ୍ଷ ସୁନୀଲ କୁମାର ସେଠୀ, ପରାମର୍ଶଦାତା ପ୍ରହଲ୍ଲାଦ ପଲେଇ, ମାଲିକ ସୁବ୍ରତ କୁମାର ଦାଶ, ରମେଶ ଚନ୍ଦ୍ର ମହାନ୍ତ, ସୁଜିତ କୁମାର ଦାଶ, ହିମାଂଶୁ ଦାଶ, ମେଘନାଦ ମହାନ୍ତ, ଅମରେଶ ମିଶ୍ର, ଉଦିତ ନାରାୟଣ ଚୌଧୁରୀ, ଭରତ ଚନ୍ଦ୍ର ମହାନ୍ତ, ରଞ୍ଜିତ କୁମାର ମହାନ୍ତ, ଘନଶ୍ୟାମ ସାହୁଙ୍କ ସହ ଶତାଧିକ ଟ୍ରାକ୍ଟର ମାଲିକ ସାମିଲ ହୋଇଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri