ପର୍ଯ୍ୟଟକଙ୍କ ଆକର୍ଷଣ ତାରାତାରିଣୀଙ୍କ ଭବ୍ୟ ଆଦିପୀଠ

ଜିତେନ୍ଦ୍ର କୁମାର ନାୟକ
ତାରାତାରିଣୀ ପୀଠ, ୧୮।୫: ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ସତୀଙ୍କ ମୃତଦେହକୁ ଶିବ କାନ୍ଧରେ ପକାଇ ସମଗ୍ର ଭାରତ ବୁଲୁଥିବା ବେଳେ ବିଭିନ୍ନ ସ୍ଥାନରେ ମା’ଙ୍କ ଶରୀରର କିଛି ଅଂଶ ପଡ଼ିଥିଲା। ସେଥିମଧ୍ୟରୁ ୪ ସ୍ଥାନକୁ ପ୍ରମୁଖ ଶକ୍ତିପୀଠ ଭାବେ ଅଭିହିତ କରାଯାଇଛି। ପୁରୀଠାରେ ମା’ଙ୍କ ପାଦ ଖଣ୍ଡ ପଡ଼ିଥିଲା ଓ ତାହା ବିମଳା ଭାବେ ପରିଚିତ। ବ୍ରହ୍ମପୁର ନିକଟସ୍ଥ ଛତ୍ରପୁରରେ ସ୍ତନଖଣ୍ଡ ପଡ଼ିଥିବାରୁ ତାରାତାରିଣୀ, ଆସାମର ଗୁଆହାଟୀର କାମାକ୍ଷାଠାରେ ଯୋନି ଖଣ୍ଡ ପଡ଼ିଥିବା ବେଳେ ପଶ୍ଚିମବଙ୍ଗର କାଳୀଘାଟରେ ମା’ଙ୍କ ମୁଖଖଣ୍ଡ ପଡ଼ି ଦକ୍ଷିଣ କାଳିକା ଭାବେ ପ୍ରସିଦ୍ଧି ଅର୍ଜନ କରିଆସିଛନ୍ତି। ତେବେ ତାରାତାରିଣୀଙ୍କ ପୀଠ ବିଷୟରେ ସପ୍ତଦଶ ଶତାବ୍ଦୀ ଯାଏ ଅଜଣା ରହିଥିଲା। ଏକ ଲୋକକଥାରୁ ଜଣାପଡ଼ିଛି, ଗଞ୍ଜାମ ଜିଲାର ଖରିଦା ବୀର ଜଗନ୍ନାଥପୁର ଗ୍ରାମରେ ବସୁ ପ୍ରହରାଜ ନାମକ ଜଣେ ବ୍ରାହ୍ମଣ ପଣ୍ଡିତ ଥିଲେ। ସେ ମା’ଙ୍କ ବଡ଼ ଭକ୍ତ ଭାବେ ପରିଚିତ। ହେଲେ ସେ ଥିଲେ ସନ୍ତାନହୀନ। ଏକଦା ମା’ ତାରାତାରିଣୀ ପ୍ରହରାଜଙ୍କ ଘରେ ଦୁଇ ଭଉଣୀ ଭାବେ ଉଭା ହୋଇଥିଲେ। କିଛିବର୍ଷ ରହିବା ପରେ ସେମାନେ ଦିନେ ତାଙ୍କ ଘରୁ ଉଭାନ ହୋଇଗଲେ। ଗ୍ରାମବାସୀ କହନ୍ତି, ଦୁଇ ଭଉଣୀ କୁମାରୀ ପର୍ବତ ଆଡ଼କୁ ଯାଇଥିବା ବେଳେ କେଉଁଆଡ଼େ ଉଭାନ ହୋଇଗଲେ ତାହା କେହି ଜାଣିପାରିଲେ ନାହିଁ। ସେହି ଦୁଇ ଭଉଣୀଙ୍କୁ ପ୍ରହରାଜ ଯେତେ ଖୋଜିଲେ ମଧ୍ୟ ପାଇଲେ ନାହିଁ। ଏଥିରେ ବ୍ରାହ୍ମଣ ବିଷାଦଗ୍ରସ୍ତ ହୋଇ ଭାଙ୍ଗିପଡ଼ିଲେ। ହେଲେ ସେହିଦିନ ରାତିରେ ତାରାତାରିଣୀ ସ୍ବପ୍ନରେ ଆସି କହିଲେ ସେମାନେ ତାଙ୍କ ଦୁଇ ଝିଅ ନ ଥିଲେ। ଉଭୟ ଥିଲେ ଆଦିଶକ୍ତି-ତାରା ଓ ତାରିଣୀ। ଏହା ପରେ ମା’ ପ୍ରହରାଜଙ୍କୁ ନିର୍ଦ୍ଦେଶ ଦେଲେ ବିଷାଦମୁକ୍ତ ହୋଇ ଅତି ଭକ୍ତିର ସହ ତାରିଣୀ ପର୍ବତର ଶିଖରରେ ମନ୍ଦିର ତୋଳି ଦେବୀଙ୍କୁ ସ୍ଥାପନ କରିବାକୁ। ସେହି ଅନୁଯାୟୀ ପଣ୍ଡିତ ପ୍ରହରାଜ ମା’ଙ୍କୁ ସ୍ଥାପନ କଲେ। ସେବେଠାରୁ ତାରାତାରିଣୀ ଶାନ୍ତି ଓ ଶକ୍ତିର ପ୍ରତୀକ ଭାବେ ଦିଗବିଦିଗ ହେବା ପରେ ସମଗ୍ର ଭାରତବର୍ଷରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ତେବେ ଓଡ଼ିଶା ସରକାରଙ୍କ ଦୀର୍ଘ ଦୁଇ ଦଶନ୍ଧିର ନିରବଚ୍ଛିନ୍ନ ଉଦ୍ୟମର ଫଳସ୍ବରୂପ ଆଜି ଏହି ପୀଠ ନବ୍ୟରୂପ ଧାରଣ କରି ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଆକର୍ଷଣର ଭବ୍ୟ କେନ୍ଦ୍ର ପାଲଟିଛି।
ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୫ ମେ’ରୁ ଆରମ୍ଭ ହୋଇଛି। ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ବ୍ରାହ୍ମଣ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସସ୍ତ୍ରୀକ ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ରେ ଏଭଳି ଏକ ଭବ୍ୟ ମନ୍ଦିରର ପରିକଳ୍ପନା କରିଥିଲେ ଯେତେବେଳେ ତାଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅଧୀନରେ ଏହା ଆସୁଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହାକୁ ଏକ ଜାତୀୟ ସ୍ତରର ପର୍ଯ୍ୟଟନ କେନ୍ଦ୍ର କରିବା ସହ ଏଠାରେ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାପ୍ତ ସୁବିଧା ଦେବା ଲାଗି ପ୍ରୟାସ କରାଯାଇଛି। ଗତ କୋଡ଼ିଏ ବର୍ଷ ମଧ୍ୟରେ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୀଠ ଓ ଆଖପାଖ ଅଞ୍ଚଳର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ହୋଇଛି। ସର୍ପିଳ ଗତିରେ ସଡ଼କ ଯେଭଳି ହିଲ୍‌ଟପ୍‌କୁ ଯାଇଛି ଯାତ୍ରୀ ଯାନରେ ଗଲା ବେଳେ ପାହାଡ଼ ଓ ବନାନୀଯୁକ୍ତ ମନୋରମ ଦୃଶ୍ୟକୁ ଉପଭୋଗ କରିପାରୁଛନ୍ତି। ପର୍ବତ ଶିଖରରେ ଅଧିଷ୍ଠିତ ଆଦିଶକ୍ତିଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଏହାର ପାଦଦେଶକୁ ଚାହିଁଲେ ଋଷିକୁଲ୍ୟା ନଦୀର ଧାର ଦେଖିପାରୁଛନ୍ତି। ନୂଆକରି ଯଜ୍ଞ ମଣ୍ଡପ, ଦୀପ ଘର, ଭ୍ୟୁ ପଏଣ୍ଟ, ମେଡିଟେଶନ୍‌ ସେଣ୍ଟର୍‌, ପ୍ରଶାସନିକ ଭବନ, ମୁଣ୍ଡନ କକ୍ଷ, ବଜାର ଗୃହ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ବ୍ୟବସ୍ଥିତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ତାରାତାରିଣୀ ଉନ୍ନୟନ ବୋର୍ଡ ୨୦୦୩ରେ ଗଠନ ହୋଇଥିଲା। ତତ୍କାଳୀନ ଗଞ୍ଜାମ ଜିଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ମନ୍ଦିର ପୁନଃ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହି ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ସ୍ପର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ ମେ’୨୦୨୨ରେ ମା’ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଓଡ଼ିଆଙ୍କୁ ଆଉ ଏକ ଭେଟି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri