ତିର୍ତ୍ତୋଲ-ପୋଷଳ ମହାନଦୀ ସେତୁ ନିମର୍ମାଣ ହେବ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରାଯିବ। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ୮୮୮.୮୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୧୮.୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ସରିଲା ପରେ ସେତୁ ନିର୍ମାଣ କାମ ଆରମ୍ଭ ହେବ।
ଏହି ସେତୁ ନିର୍ମାଣ କରିବା ଲାଗି ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ଏହି ସେତୁ ନିର୍ମାଣ ହେଲେ ଜିଲାର ବହୁ ପଞ୍ଚାୟତ, ଗ୍ରାମ ଯଥା-ଅଇନ୍ତ, ଗୋପାଳପୁର, କନିମୂଳ, ବିଶନପୁର, ପୋଷାଳ, ବିଜିପୁର, ସରଳପୁର, ତେନ୍ତୁଳିପଡା ଗାଁରେ ବସବାସ କରୁଥିବା ପ୍ରାୟ ୫୦ ହଜାର ଲୋକ ଉପକୃତ ହେବେ। ସରକାର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧତ୍ କରି ଉକ୍ତ ଅଞ୍ଚଳର ଗମନାଗମନ, ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସ ନୀହାରିକା ହତ୍ୟା ମାମଲାର ଭିନ୍ନ ମୋଡ଼: କଟକରେ କରାଯାଇଛି ହତ୍ୟା, ବାଇକ୍‌ରେ ନେବା ଦୃଶ୍ୟ ସିସିଟିଭିରେ କଏଦ

କଟକ ଅଫିସ/ଜଗତସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପ୍ରଥମେ ତାଙ୍କ ପ୍ରେମିକ ହାଜିପୁରର କିଶୋର...

ଅନୁଗୋଳ ଜିଲାରେ ପ୍ରଥମ ମୁଣ୍ଡ ନେଲା କରୋନା: ନାଲକୋ ଡିଜିଏମ୍‌ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୩୦।୬: ଅନୁଗୋଳ ଜିଲା ନାଲ୍‌କୋ ଡିଜିଏମ୍‌ଙ୍କର କାରାନାରେ ମୃତ୍ୟୁ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ସେ କରୋନା ସଙ୍କ୍ରମିତ ହୋଇ ତାଳଚେର କୋଭିଡ ମେଡିକାଲରେ ଚିକିତ୍ସିତ...

କୋଭିଡ୍‌-୧୯ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୩୦।୩(ବ୍ୟୁରୋ)- କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରିକାଳୀନ ଭିତ୍ତିରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ...

୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆଜି ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର। ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା...

୬ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୫।୭: ଆସନ୍ତା ୬ତାରିଖରେ ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର...

ଆବଶ୍ୟକତାକୁ ଦେଖି ବ୍ୟଗ୍ର

ଭୁବନେଶ୍ୱର,୮।୫(ବ୍ୟୁରୋ) ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଏକ ଟିକା ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍‌) ସହ ୭ ବର୍ଷ...

ଭୋଟ ପାଇଁ ୧୩ ପରିଚୟପତ୍ର, ଏକାଧିକ ପ୍ରାର୍ଥୀଙ୍କୁ ଦେଲେ ନାକଚ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଫେବୃୟାରୀ ୧୬ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର...

ରାଜ୍ୟରେ ଆରମ୍ଭ ହେବ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ରାଜ୍ୟରେ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’ କାର୍ଯ୍ୟକ୍ରମ ପ୍ରଚଳନ କରିବା ପାଇଁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇବିଏମ୍‌ ଇଣ୍ଡିଆ...

Advertisement
Archives

Model This Week