ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏଥିରେ ଶିଶୁମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଉଥିବା ବେଳେ ମୟୂରଭଞ୍ଜ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ା
ଅଦ୍ୟାବଧି ଜିଲାରେ ୩୯ହଜାର ୪୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ହଜାର ୯୪୭ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫୩ ଥିବା ନେଇ ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦ୍ୱିତୀୟ ଲହରରେ ୨୬ଅଗଷ୍ଟ ପର୍ଯ୍ୟନ୍ତ ୧୮ବର୍ଷରୁ କମ୍‌ ୧୫୮ଜଣ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି। ତୃତୀୟ ଲହରର ମୁକାବିଲା କରିବା ପାଇଁ ପିଆର୍‌ଏମ୍‌ ମେଡିକାଲରେ ୧୮୦ଟି ଶଯ୍ୟା, ୨୦ଟି ଆଇସିୟୁ ଓ ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ଏଚଡିୟୁ(ହାଇ ଇଣ୍ଟେନସିଭ୍‌ କେୟାର ୟୁନିଟ) ସ୍ଥାପନ କରାଯାଇଛି। ସେହିପରି ଜିଲାର ପ୍ରତ୍ୟେକ ଉପଖଣ୍ଡସ୍ତରରେ ଥିବା ଡାକ୍ତରଖାନାଗୁଡ଼ିକରେ ୫ରୁ ୧୦ଟି ଲେଖାଏ ଶଯ୍ୟା ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ୨ଟି ଶଯ୍ୟା ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ା ଚିକିତ୍ସା ପାଇଁ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଉଛି ା ଚିକିତ୍ସା ନିମନ୍ତେ ଆବଶ୍ୟକ ସରଞ୍ଜାମ ଓ ଯନ୍ତ୍ରପାତି ଯେଗାଇ ଦେବା ପାଇଁ ବିଭାଗକୁ ଅବଗତ କରାଯାଇଛି। ସେହିପରି ଶିଶୁମାନଙ୍କ ସୁରକ୍ଷା ନିମନ୍ତେ କୋଭିଡ୍‌ ସଚେତନତା ରଥ ଗଁାଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରୁଛନ୍ତି। ଜନଗହଳିକୁ ନ ଯିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ଟିକାକରଣ ହେଲେ ଅଗ୍ରାଧିକାର ଭିତ୍ତିରେ ଶିଶୁମାନଙ୍କୁ ଟିକା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି ା ୯ମ, ୧୦ମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ସେହିପରି ପ୍ରତି ବ୍ଳକରେ ତ୍ୱରିତ ସେବା ଯୋଗାଇଦେବା ପାଇଁ ୨୪ଘଣ୍ଟିିଆ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ା ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ଗଚ୍ଛିତ ରଖାଯାଇଥିବା ନେଇ ଅତିରିକ୍ତ ଜିଲାପାଳ ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି। ତୃତୀୟ ଲହର ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲୁ ରହିଥିବା ବେଳେ ସ୍ଥିତି ଅନୁଯାୟୀ ମୁକାବିଲା କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ଓ ଜନକଲ୍ୟାଣ ଅଧିକାରୀ ଡା.ରୂପଭାନୁ ମିଶ୍ର କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri