ତୃତୀୟ ସାମ୍ମୁଖ୍ୟ ‘ଯିବେ ନ ଯିବେ’

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ନିଜ ଆଭିମୁଖ୍ୟ ବଦଳାଇବେ ନାହିଁ। ମନ୍ମଥ ନାଥ ଦାସଙ୍କ ଭଳି ଜଣେ ବିଶିଷ୍ଟ ଐତିହାସିକଙ୍କୁ ରାଜ୍ୟ ସଭା ନିର୍ବାଚନରେ ବିଜେଡି ସମର୍ଥନ କରି ନ ଥିଲା। ହେଲେ ନିକଟରେ ଭାଜପା ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କିନ୍ତୁ ଭୋଟ ଦେଇ ବିଜେଡି ଜିତାଇଲା। ସେଥିରୁ ହିଁ ସବୁ କିଛି ବୁଝିଯିବାର ଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ଏବଂ ନବୀନ ପଟ୍ଟନାୟକଙ୍କୁ ଭଲ ଭାବେ ଜାଣନ୍ତି ନାହିଁ। ନବୀନ ଓଡ଼ିଶାରେ ଭାଜପା ସହିତ ଅଫିସିଆଲି ୯ ବର୍ଷ ଏବଂ ନନ୍‌ ଅଫିସିଆଲି ୧୪ ବର୍ଷ ଭିତିରିଆ ରହି ସରକାର ଚଳାଇଲେଣି। ତେଣୁ ନବୀନ ଭାଜପା ସହିତ ଅତି ନିବିଡ଼ ସମ୍ପର୍କ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।
ନିକଟରେ ମମତା ଏବଂ ନୀତୀଶ ଓଡ଼ିଶା ଗସ୍ତରେ ଆସି ନବୀନଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟ କୌଣସି ରାଜନୈତିକ ନ ଥିଲା ବୋଲି ନବୀନ ଗଣମାଧ୍ୟମକୁ କହିଥିଲେ। ତେବେ କେନ୍ଦ୍ରର ଭାଜପା ସମର୍ଥିତ ଏନ୍‌ଡିଏ ସରକାର ବିରୋଧରେ ଦେଶବ୍ୟାପୀ ଏବେ ବିରୋଧୀ ଦଳଗୁଡ଼ିକ ଏକାଠି ହେବାରେ ଲାଗିଛନ୍ତି। ଏପରିକି ଏନ୍‌ଡିଏ ସହ ଏକାଠି ଥିବା ଅନେକ ସହଯୋଗୀ ଦଳ ବି ଏବେ ଭାଜପାଠାରୁ ଦୂରେଇ ସାରିଲେଣି। ଅକାଳୀ, ଶିବଶେନା, ଜେଡିୟୁ ଏବଂ ଟିଆର୍‌ଏସ୍‌ ଭଳି ଦଳଗୁଡ଼ିକ ପ୍ରଥମରୁ କେନ୍ଦ୍ରରେ ଭାଜପା ସହ ଯୋଡ଼ିହୋଇ ରହିଥିଲେ। ହେଲେ ସମୟକ୍ରମେ ଏହି ଦଳଗୁଡ଼ିକ ନିଜ ଆଭିମୁଖ୍ୟ ବଦଳାଇ ନରେନ୍ଦ୍ର ମୋଦି ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ସହ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଶପଥ ନେବାଭଳି କାମରେ ଲାଗିପଡ଼ିଲେଣି। ଏହି ବିରୋଧୀ ମେଣ୍ଟରେ ଆମ୍‌ ଆଦ୍‌ମୀ ପାର୍ଟି, ପଶ୍ଚିମବଙ୍ଗର ଟିଏମ୍‌ସି ମଧ୍ୟ ରହିଛନ୍ତି। ତେଣୁ ଅନ୍ୟ ଯେଉଁ ରାଜ୍ୟରେ ଭାଜପାକୁ ହରାଇ ଆଞ୍ଚଳିକ ଦଳଗୁଡ଼ିକ କ୍ଷମତାରେ ଅଛନ୍ତି ସେମାନଙ୍କୁ ଏକାଠି କରିବା ଲାଗି ବହୁ କେନ୍ଦ୍ରୀୟ ନେତା ଉଦ୍ୟମ ଚଳାଇଛନ୍ତି। ଯେହେତୁ ଓଡ଼ିଶାରେ ବିଜେଡି ଦୀର୍ଘଦିନ ହେଲା ଶାସନ ଗାଦିରେ ଅଛି ଏବଂ ଭାଜପା ଏଠାରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି, ସେଥିଲାଗି ନବୀନଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରାଯାଇପାରିବ ବୋଲି ମମତା ଏବଂ ନୀତୀଶଙ୍କର ଏକ ଭରସା ଥାଇପାରେ। ହେଲେ ସେମାନେ ସେଥିରେ ଅସଫଳ ହୋଇଥିଲେ।
ମୂଳ କଥା ଉପରେ ନବୀନ କେବେହେଲେ ଗୁରୁତ୍ୱ ଦେଇନାହାନ୍ତି। କେନ୍ଦ୍ରରେ ଭାଜପା ସରକାରଙ୍କ ସବୁ ପ୍ରକାର ନୀତି ନିଷ୍ପତ୍ତିରେ ବିଜେଡି-ଭାଜପା ଏକାଠି ଥିବା ଦେଖିବାକୁ ମିଳୁଛି। ନବୀନ ସବୁବେଳେ ଗୋଟେ ସପକ୍ଷରେ ରହିଆସୁଛନ୍ତି। ହେଲେ ସମଦୂରତା କଥା କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଓଡ଼ିଶା ଲୋକମାନେ ମଧ୍ୟ ଏହି କଥାକୁ ଦିନେ ଭଲଭାବେ ବୁଝିବେ ଏବଂ ବିଜେଡି କ୍ଷମତାଚ୍ୟୁତ ହେବ। ଅନ୍ୟପଟେ ଭାଜପା ମଧ୍ୟ ଆମ୍ବ ଚୋରି, କଖାରୁ ଚୋରି ଭଳି ମୂଲ୍ୟହୀନ କଥାକୁ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଜରିଆରେ ଆଣୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଦୂରେଇ ରହୁଛି। ସେମାନେ ଏଭଳି ଦୂରେଇ ରହିବା ବି ସ୍ବାଭାବିକ, କାରଣ ରାଜ୍ୟ ଗସ୍ତରେ ଆସି ବିରୋଧୀ ମେଣ୍ଟର ନେତାମାନେ ଯେତେବେଳେ ନବୀନଙ୍କୁ ଭେଟୁଛନ୍ତି ତା’ର କିଛିଦିନ ମଧ୍ୟରେ ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଇଆ ହିଁ ହେବ। କର୍ନାଟକରେ କଂଗ୍ରେସ ଜିତିଗଲେ ଯେ ନବୀନ ଭାଜପାଠାରୁ ଦୂରେଇବେ ସେକଥା ଭାବିବା ଭୁଲ୍‌। ଭବିଷ୍ୟତରେ ରାଜସ୍ଥାନରେ ବି ଯଦି କଂଗ୍ରେସ ପୁଣିଥରେ ସରକାରକୁ ଆସେ ତଥାପି ମଧ୍ୟ ସେ ଭାଜପା ସହିତ ରହିବେ ବୋଲି ଶ୍ରୀକାନ୍ତ କହିଛନ୍ତି।
ଅନ୍ୟପଟେ ନବୀନ ଏବଂ ମୋଦିଙ୍କ ଭେଟଘାଟକୁ ନେଇ ରାଜନୈତିକ ସମୀକ୍ଷକମାନେ କିନ୍ତୁ ଭିନ୍ନ ପ୍ରକାର ଆକଳନ କରିଛନ୍ତି। ଦେଶର ରାଜନୈତିକ ବାତାବାରଣ କ’ଣ ଘଟିବାକୁ ଯାଉଛି ସେନେଇ ନବୀନ ଆଗରୁ ଜାଣିପାରନ୍ତି ବୋଲି ଅନେକ ସମୟରେ ସେ ତାଙ୍କ ରାଜନୈତିକ ଗୋଟିଚାଳନାରୁ ବୁଝାଇ ଦେଇଥାଆନ୍ତି। ହେଲେ ପ୍ରଥମ ଥର ନବୀନ ହଠାତ୍‌ ଯାଇ ମୋଦିଙ୍କୁ ଭେଟି ଏକ ଭୁଲ୍‌ ଦିଗରେ ଯାଇଥିବା ସେମାନେ ମତ ରଖୁଛନ୍ତି। ସେମାନଙ୍କ କହିବା କଥା, ନବୀନ ଯାଇ ମୋଦିଙ୍କୁ ଭେଟିଲେ ଏବଂ ବାହାରକୁ ଆସି ତୃତୀୟ ସାମ୍ମୁଖ୍ୟ ସହ କେବେ ନ ଥିବା କଥା କହିଲେ। ଏହାର ଅର୍ଥ ମମତା ଏବଂ ନୀତୀଶଙ୍କୁ ଭେଟିବା ସତ୍ତ୍ୱେ ସେ ସେମାନଙ୍କ ସହ ରହିବେ ନାହିଁ ବୋଲି ସ୍ପଷ୍ଟ କଲେ। ଅର୍ଥାତ୍‌ ମମତା ଏବଂ ନୀତୀଶ ଓଡ଼ିଶା ଆସି ନବୀନଙ୍କ ସହ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା କଥା ଆଲୋଚନା କରିଥିଲେ। କିନ୍ତୁ କର୍ନାଟକ ଫଳାଫଳ ବାହାରିବା ପୂର୍ବରୁ ନବୀନ ଯାଇ ମୋଦିକୁ ଭେଟିବା ଉଦ୍ଦେଶ୍ୟ ସଫଳ ହେଲା ନାହିଁ। କାରଣ ଦେଶରେ ଯେଉଁ ମୋଦି ମ୍ୟାଜିକ୍‌ କାମ କରିବାର ଦମ୍ଭୋକ୍ତି ଭାଜପା କହିଆସୁଥିଲା କର୍ନାଟକ ନିର୍ବାଚନରେ ତାହା ଫେଲ୍‌ ହେଲା। ସାଉଥ୍‌ ଇଣ୍ଡିଆ ଏବେ ଭାଜପା ମୁକ୍ତ ହୋଇଗଲା। ଏହି ଫଳାଫଳ କ’ଣ ହେଉଛି ତାହା ନ ଦେଖି ନବୀନ ଯାଇ ମୋଦିଙ୍କୁ ଭେଟିବା ଭୁଲ୍‌ ହେଲା ବୋଲି ମଧ୍ୟ ସେ ନିଜେ ସ୍ପଷ୍ଟ କରିଛନ୍ତି। କାରଣ ଓଡ଼ିଶା ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡ଼ା ଉପନିର୍ବାଚନ ସଫଳତା ବିଜୟ ଉତ୍ସବରେ ଯୋଗଦେଇ ନବୀନ କହିଲେ, ସିଙ୍ଗିଲ୍‌ କି ଡବଲ୍‌ ଇଞ୍ଜିନ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଗୁଡ୍‌ ଗଭର୍ନାନ୍ସ ଓ ପ୍ରୋ ପିପୁଲ ଗଭର୍ନାନ୍ସ ସବୁବେଳେ ଜରୁରୀ। ଏହି କଥାରୁ ସମୀକ୍ଷକମାନେ ବୁଝୁଛନ୍ତି, କର୍ନାଟକ ଫଳାଫଳ ପୂର୍ବରୁ ମୋଦିଙ୍କୁ ଭେଟିବା ନିଷ୍ପତ୍ତି ବୋଧହୁଏ ନବୀନ ନିଜେ ନ ନେଇ ଅନ୍ୟ କାହା ଉପରେ ଭରସା କରି ନେଇଛନ୍ତି, ଯାହାର ସଂଶୋଧନ ଓଡ଼ିଶା ଆସି ନିଜେ କରିବା ସହ ଗୁଡ୍‌ ଗଭର୍ନାନ୍ସର ମତ ରଖି ସେଥିରେ ତାଳି ପକା ଉଦ୍ୟମ ଜରିଆରେ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri