୧୪ ଏସ୍‌ଡିସି ଶୁଭାରମ୍ଭ ନେଇ ରାଜନୀତି

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୪ ଜିଲାରେ ନୂତନ ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ହୋଇଥିଲା। ଏବେ ମୋଟ୍‌ ୨୩ ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ନିର୍ବାଚନ ଆସିଲେ ସରକାରଙ୍କର ଆଦିବାସୀଙ୍କ କଥା ମନେପଡ଼େ ବୋଲି ଉଭୟ ବିରୋଧୀ ଭାଜପା ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି। ଏହା କେବଳ ନିର୍ବାଚନୀ ଥୋପ, ପୂର୍ବରୁ ଥିବା ୯ ଜିଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ କେବଳ ରାଜନୈତିକ କାର୍ଯ୍ୟକ୍ରମ ଲାଗି ବ୍ୟବହାର ହେଉଥିବା ବିରୋଧୀ କହିିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝି କହିଛନ୍ତି, ଜନଜାତି ବହୁଳ ଜିଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ ଓ ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ଲାଗି ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଗଠନ କରିଥିଲେ। ମାତ୍ର ନିର୍ବାଚନ ପରେ ଏହି ପରିଷଦ ସ୍ଥାଣୁ ପାଲଟି ଯାଇଥିଲା। ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ରାଜ୍ୟ ସରକାର ଜାଣିଶୁଣି ଏହାକୁ ବନ୍ଦକରି ଦେଇଥିଲେ। ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ ଏବଂ ୬୨ ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସମ୍ପ୍ରଦାୟର ଜନଜାତି ବସବାସ କରନ୍ତି। ଗତ କେନ୍ଦ୍ର ବଜେଟରେ ମୋଦି ସରକାର ପିଭିଟିଜି ସମ୍ପ୍ରଦାୟର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥକ ଅନୁଦାନ ଯୋଗାଇ ଦେଇଥିବା ବେଳେ ରାଜ୍ୟ ସରକାର ଠିକ୍‌ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଖଣି ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଡିଏମ୍‌ଏଫ ପାଣ୍ଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍‌ କରିବାରୁ ବିକାଶ ବାଧାପ୍ରାପ୍ତ ହୋଇଛି ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସରକାର ଏସ୍‌ଡିସି ଗଠନ କରିଛନ୍ତି ଠିକ୍‌ ଅଛି। ହେଲେ ଏମାନେ ରାଜ୍ୟସ୍ତରୀୟ ବୈଠକ କେତେଥର କଲେଣି। ଜିଲାରେ କେତେ ଟଙ୍କା କେଉଁଠି ଦେଇଛନ୍ତି ଏବଂ ଆଦିବାସୀ ଅଞ୍ଚଳର କ’ଣ ସବୁ ବିକାଶ କରିଛନ୍ତି। ବାସ୍ତବ କଥା ହେଲା ଏମାନେ ଏସ୍‌ଡିସି ଗଠନ କରି କିଛି କରିନାହାନ୍ତି। ନିର୍ବାଚନ ୮ ମାସ ରହିଲା। ସେଥିପାଇଁ ଏମାନେ ଆଉ ୧୪ ଜିଲାରେ ଏସ୍‌ଡିସି ପ୍ରସାରିତ କରିଛନ୍ତି। ଯେଉଁମାନେ ବିଜେଡିର ଆଶାୟୀ ପ୍ରାର୍ଥୀମାନେ ଅଛନ୍ତି ସେମାନଙ୍କୁ ଥଇଥାନ କରିବାର ଏହା ଏକ ଯୋଜନା। ତେଣୁ ଏହା ଥଇଥାନ କେନ୍ଦ୍ର ହୋଇଛି।
ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି କହିଛନ୍ତି, ଏସ୍‌ଡିସି ୯ଟି ଆଦିବାସୀ ବହୁଳ ଜିଲା ଯେଉଁଠି ୫୦ ଭାଗ ଆଦିବାସୀ ରହୁଛନ୍ତି, ସେଠାରେ ଯେପରି ଆମୂଳଚୂଳ ପରିବର୍ତ୍ତନ ଆସିପାରିବ ସେଥିଲାଗି କାମ କରୁଛନ୍ତି। ଆଦିବାସୀ କଳା ସଂସ୍କୃତି ଆମୂଳଚୂଳ ପରିବର୍ତ୍ତନ ଉପରେ ବହୁତ ଧ୍ୟାନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ବହୁଳ ଜିଲାରେ ଆମୂଳଚୂଳ ପରିବର୍ତ୍ତନ ଆଣିବ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri