Posted inଫୁରସତ

କେବଳ ଅଣ୍ଡରଓ୍ବେୟାର ପିନ୍ଧି ଚୋରି କରନ୍ତି ଏହି ଚୋର, କାରଣ ଜାଣିଲେ…

ରବିନ୍‌ ହୁଡ୍‌ଙ୍କ ବିଷୟରେ ଶୁଣିଥିବେ ନିଶ୍ଚିତ। ସେ ଧନୀମାନଙ୍କଠାରୁ ଟଙ୍କା ଚୋରି କରି ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଆଜି ବି ଏକବିଂଶ ଶତାବ୍ଦୀର ରବିନ ହୁଡ୍‌ଙ୍କ ପରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚୋରି କରୁଥିଲେ। କିନ୍ତୁ ଏହି ଚୋରିରେ ଅନେକ ବିଶେଷ କଥା ଛପି ରହିଥିଲା। ପ୍ରଥମେ ଏହି ଚୋର କେବଳ ଧଳା ରଙ୍ଗର ଟାଇଟ୍‌ ଅଣ୍ଡରଓ୍ବେୟାର(ଚଡି) ପିନ୍ଧି ଚୋରି କରୁଥିଲେ। ଦ୍ୱିତୀୟରେ ଚୋରି ସାମଗ୍ରୀଗୁଡ଼ିକରେ କେବଳ ମୋବାଇଲ ହିଁ ଥିଲା। ଏହି ଚୋରଙ୍କୁ ଧରାଯିବା ବେଳକୁ ତାଙ୍କଠାରୁ ୧୦୦ରୁ ଅଧିକ ମୋବାଇଲ ଜବତ ହୋଇଥିଲା। ଏକ ଭଡ଼ା ଘରୁ ପୋଲିସ ଚୋର ଜଣଙ୍କୁ ଗିରଫ କରିଛି।

ଥାଇଲ୍ୟାଣ୍ଡରୁ ଏପରି ମାମଲା ଆସିଛି। କିଛିଦିନ ତଳେ ଏକ ସମୟରେ ଅନେକ ମୋବାଇଲ ଦୋକାନରୁ ଚୋରି ହେବାର ଖବର ଆସିଥିଲା। ଏହି ଚୋରଙ୍କ ଟାର୍ଗେଟରେ ଏକ ନିର୍ଦ୍ଦିଷ୍ଟ ଦୋକାନ ରହିଥିଲା। ଏହି ଚୋର ଥାଇଲ୍ୟାଣ୍ଡରେ ବାନାନା ଆଇଟି ଷ୍ଟୋର୍‌ରୁ ଚୋରି କରିଛନ୍ତି। ପ୍ରାୟ ୯ଟି ଦୋକାନରୁ ୧୦୦ରୁ ଅଧିକ ମୋବାଇଲ ଚୋରି ହୋଇଥିଲା। ଯେତେବେଳେ ଏହି ଦୋକାନଗୁଡ଼ିକର ସିସିଟିଭି ଯାଞ୍ଚ କରାଯାଇଥିଲା, ପୋଲିସ ଜାଣିବାକୁ ପାଇଲା ଯେ ଚୋର ଜଣକ ଧଳା ରଙ୍ଗର ଏକ ଚଡ଼ି ପିନ୍ଧିଛନ୍ତି। ଅର୍ଥାତ୍‌ ଏହି ସମସ୍ତ ଚୋରି ଗୋଟିଏ ଲୋକଙ୍କ ଦ୍ୱାରା ହିଁ କରାଯାଇଛି ବୋଲି ସ୍ପଷ୍ଟ ହୋଇଥିଲା।

ଧଳା ରଙ୍ଗର ଚଡ଼ି ପିନ୍ଧି ପ୍ରାୟ ୯ଟି ଦୋକାନରୁ ଚୋରି କରିବା ପରେ ଏହି ଚୋରଙ୍କ ନାମ ଶ୍ରୀ ଅଣ୍ଡରପ୍ୟାଣ୍ଟସ ରଖାଯାଇଥିଲା। ଏହି ଚୋର ଜଣଙ୍କ ବୟସ ୨୩ । ତାଙ୍କ ନାଁ ଜେହ୍‌ ଇସ୍‌ମା-ଏ-ହେମା। କୁହାଯାଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୧୨୮ ମୋବାଇଲ ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷଗୁଡ଼ିକର ମୂଲ୍ୟ ପ୍ରାୟ ୩୪ ଲକ୍ଷ ୮୨ ହଜାର ଟଙ୍କା ହେବ।

ଜେହ୍‌ଙ୍କ ଠାରୁ ପୋଲିସ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଚୋରିର ପରଦିନ ଅର୍ଥାତ୍‌ ଜୁଲାଇ ୩ ତାରିଖ ରାତିରେ ପୋଲିସ ଜେହଙ୍କୁ ଧରିଥିଲା। ଧରାପଡ଼ିବା ପରେ ସେ ନିଜ ଅପରାଧ ସ୍ବୀକାର କରିଥିଲେ। ତାଙ୍କଠାରୁ ଅନେକ ମୋବାଇଲ ମଧ୍ୟ ମିଳିଥିଲା। ସେ କହିଛନ୍ତି, ଆଇଟିରୁ ଚୋରି କରିବାର ଅର୍ଥ ହେଉଛି ବାନାନା ଫୋନ୍‌। ଯେହେତୁ ସେ କଦଳୀ ଖାଇବାକୁ ଭଲ ପାଉଥିଲେ ତେଣୁ ସେ ବାନାନା ମୋବାଇଲ ଚୋରି କରୁଥିଲେ। ଚଡି ପିନ୍ଧି ଚୋରି କରିବା ବିଷୟରେ ସେ କହିଛନ୍ତି, ଏପରି କରିବା ଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବଢ଼ିଲା। ସେ ଜାନୁୟାରୀ ୨୦୨୧ରୁ ଏପରି ଚୋରି କରିଆସୁଛନ୍ତି। ଚୋରି ପୂର୍ବରୁ ସେ ଦୋକାନଗୁଡ଼ିକର ସିସିଟିଭି ଲୁଟୁଥିଲେ। ପରେ ଚୋରି କରୁଥିଲେ। ମାତ୍ର ଏଥର କ୍ୟାମେରାରେ ଧରା ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri