୪୫ହଜାର ପିଲା କାହିଁକି ଅନୁପସ୍ଥିତ ରହିଲେ ତାହା ସେମାନେ ହିଁ କହିବେ : ମନ୍ତ୍ରୀ

କଟକ ଅଫିସ,୭ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫,୦୯୧ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ। ତେବେ କାହିଁକି ଅନୁପସ୍ଥିତ ରହିଲେ, ତାହା କେବଳ ସେମାନେ ହିଁ କହିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ା ବୁଧବାର ୨୦୨୧-୨୨ ଶିକ୍ଷାବର୍ଷର ପରୀକ୍ଷା ଫଳ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି ା ପରୀକ୍ଷା ପାଇଁ ସମୁଦାୟ ୫ ଲକ୍ଷ, ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥତ୍ ଫର୍ମପୂରଣ କରିଥିଲେ। ଆଉ ସେଥିରୁ ୪୫ ହଜାର ୯୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନାହାନ୍ତି ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୪,୪୯୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ସେହିପରି ଦ୍ୱିତୀୟରେ ଗଞ୍ଜାମରେ ୩,୩୩୨, ତୃତୀୟରେ ବଲାଙ୍ଗୀରରେ ୩,୨୧୮, ଚତୁର୍ଥରେ ବାଲେଶ୍ୱରରେ ୨,୮୦୩ ଏବଂ ପଞ୍ଚମରେ କେନ୍ଦୁଝରରେ ୨,୭୨୦ ପିଲା ରହିଛନ୍ତି। ହେଲେ ଏତେ ସଂଖ୍ୟକ ପିଲା କାହିଁକି ପରୀକ୍ଷା ଦେଇ ନାହାନ୍ତି ସେ ନେଇ କୌଣସି ଉତ୍ତର ଦେବାକୁ ମନ୍ତ୍ରୀ ମନା କରିଦେଇଛନ୍ତି।
ସୂଚନାଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସରିବା ପରେ ପ୍ରକୃତ କେତେ ସଂଖ୍ୟକ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରକୃତ ତଥ୍ୟ ଆମ ନିକଟରେ ନାହିଁ ବୋଲି କହି ବୋର୍ଡ ଏହାକୁ ଏଡ଼ାଇ ଦେଇଥିଲା। ଏପରି କି ପରୀକ୍ଷା ଫଳ ବାହାରିବା ଦିନ ପ୍ରକୃତ ସଂଖ୍ୟା ଜଣା ପଡ଼ିବ ବୋଲି ବୋର୍ଡ ପକ୍ଷରୁ ପରେ କୁହାଯାଇଥିଲା। ତେବେ ଫଳ ବାହାରିବା ପରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କାହିଁକି ଅନୁପସ୍ଥିତ ରହିଲେ ସେନେଇ ମନ୍ତ୍ରୀ କୌଣସି ମନ୍ତବ୍ୟ ଦେବାକୁ ମନା କରିବା ସହ ଏହି ପ୍ରଶ୍ନର ଉତ୍ତର ଏଠାରେ ଦେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ତେବେ ଦୁଇ ବର୍ଷ ହେବ କୋଭିଡ୍‌ କାରଣରୁ ଅନେକ ପିଲା ଶିକ୍ଷା ଛାଡ଼ି ଅନେକ କାର୍ଯ୍ୟରେ ନିୟୋଜିତ ହେବା ସହ ଅନେକ ଦାଦନ ଖଟିବାକୁ ଚାଲିଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri