ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ଚୋରି, ରୋଗୀଙ୍କୁ ଲୁଟୁଛନ୍ତି…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟ ପରିସରରୁ ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ଫଳରେ ଏହାକୁ ନେଇ ଅସନ୍ତୋଷ ବଢୁଛି। ଶୁକ୍ରବାର ରାତିରେ ଏସ୍‌ଏନ୍‌ସିୟୁ (ଶିଶୁ) ଓ୍ବାର୍ଡରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଶତିନ୍ଦ୍ର ମହାନ୍ତଙ୍କ ମୋବାଇଲ ଚୋରି ହେବା ନେଇ ଅଭିଯୋଗ ହୋଇଛି। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶୀପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଗତ ୧୨ ତାରିଖରୁ ଏଠାକୁ ଆସି ନବଜାତ ଶିଶୁର ଚିକିତ୍ସା କରାଉଛନ୍ତି। ସବୁଦିନ ଭଳି ଏସ୍‌ଏନ୍‌ସିୟୁ ଓ୍ବାର୍ଡ ବାହାରେ ବାରଣ୍ଡାରେ ଶୋଇଥିବାବେଳେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଜିଲା ମୁଖ୍ୟାଳୟ ଚିକିତ୍ସାଳୟରେ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଘରୋଇ ସଂସ୍ଥା ଜରିଆରେ ସୁରକ୍ଷା ବ୍ୟବସ୍ଥା କରାଯାଇଛ। ତେବେ ଉପଯୁକ୍ତ ତଦାରଖ ଅଭାବରୁ ସୁରକ୍ଷାକର୍ମୀମାନେ ଡ୍ୟୁଟି ସଠିକ୍‌ ଭାବରେ କରୁନାହାନ୍ତି। ଫଳରେ ଡାକ୍ତରଖାନା ପରିସରରୁ ଗାଡ଼ିଠାରୁ ଆରମ୍ଭ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ପ୍ରକାରର ସାମଗ୍ରୀ ଚୋରି ହେଉଛି। ଏନେଇ ଭୟରେ ଅନେକ କିଛି କହୁ ନ ଥିବାବେଳେ ଅନେକ ଥାନାରେ ଲିଖିତ ଅଭିଯୋଗ କରୁଛନ୍ତି। ଏପରିକି ମେଡିକାଲ ପରିସରରେ ଅବାଧ ମଦ, ଗଞ୍ଜେଇ ତଥା ଡ୍ରଗ୍ସ ଖାଇ ବାହାର ଅସାମାଜିକ ଲୋକ ଏଭଳି କାଣ୍ଡ ଭିଆଉଥିଲେ ହେଁ ସେସବୁ ରୋକାଯାଇ ପାରୁନାହିଁ ବୋଲି ସାମାଜିକ କର୍ମୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଘରୋଇ ଠିକା ସିକ୍ୟୁରିଟି ସଂସ୍ଥା ବିରୋଧରେ ନେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି। ସେହିପରି ଲକ୍ଷାଧିକ ଟଙ୍କା ବ୍ୟୟରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ହେଁ ବହୁ କ୍ୟାମେରା କାମ କରୁନାହିଁ। ତେବେ ଏହି କାମ କରିଥିବା ସଂସ୍ଥା ଏହାର ମରାମତି କରୁ ନ ଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ତାଗିଦ କରୁ ନ ଥିବାରୁ ଏହାର ଫାଇଦା ଅସାମାଜିକ ଲୋକମାନେ ଉଠାଉଛନ୍ତି ା ବିଶେଷକରି ରାତିରେ ସୁରକ୍ଷା କର୍ମୀମାନେ ଠିକ୍‌ ଭାବରେ ଡ୍ୟୁଟି କରୁ ନ ଥିବାରୁ ଅସାମାଜିକ ଲୋକ ତଥା ଚୋରଙ୍କୁ ସୁହାଉଛି। ଫଳରେ ମେଡିକାଲ କର୍ମଚାରୀ, ଡାକ୍ତରମାନେ ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ଏଣୁ ଏନେଇ ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅସାମାଜିକ ଲୋକ ଓ ଚୋରଙ୍କୁ ଦମନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri