୮ ଲେନ୍‌ ରାସ୍ତା ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା

ଚଣ୍ଡିଖୋଲ,୪ା୨(ଡି.ଏନ.ଏ.): ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ କରି ଓଡ଼ିଶାରେ ଏହା ଚଣ୍ଡିଖୋଲଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୭୭ କି.ମି. ରାସ୍ତା ୮ ଲେନ ବିଶିଷ୍ଟ ହେବ। ଏହି ରାସ୍ତା ନିର୍ମାଣ ପାଇଁ ୨୮୦୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଜଣାପଡ଼ିଛି। ୭୭ କି.ମି. ରାସ୍ତାକୁ ୪ ଭାଗରେ ବିଭକ୍ତ କରାଯାଇ ୪ ନିର୍ମାଣକାରୀ ସଂସ୍ଥାକୁ ଦିଆଯାଇଛି। ଜାନୁୟାରୀ ୩୦ରେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଚଣ୍ଡିଖୋଲଠାରୁ ୧୮ କି.ମି. ରାସ୍ତାକୁ ଗୋଟିଏ ଟେଣ୍ଡର କରାଯାଇ ୭୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ୧୮ କି.ମି.ରୁ ୩୯ କି.ମି. ପର୍ଯ୍ୟନ୍ତ ୭୧୭ କୋଟି, ୩୯ କି.ମି.ରୁ ୬୦ କି.ମି. ପର୍ଯ୍ୟନ୍ତ ୬୬୮ କୋଟି, ୬୦ କି.ମି.ରୁ ୭୬.୬୪୬ କି.ମି. ପର୍ଯ୍ୟନ୍ତ ୬୭୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପାରାଦୀପଠାରୁ ଗୁଜରାଟର ହାଜିରା ପର୍ଯ୍ୟନ୍ତ ଲମ୍ବିଥିବା ୧୭୯୫ କି.ମି. ଲମ୍ବ ବିଶିଷ୍ଟ ଏହି ରାଜପଥରେ ଚଣ୍ଡିଖୋଲ-ପାରାଦୀପ ପ୍ରଥମ ୮ ଲେନ ରାସ୍ତା ନିର୍ମାଣ ହେବ।
ଆସନ୍ତା ମାର୍ଚ୍ଚରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପାରାଦୀପ ବନ୍ଦର ଦେଶର ଏକ ବୃହତ ବନ୍ଦର ହୋଇଥିବା ହେତୁ ଏଠାରୁ ବିଦେଶକୁ ଆମଦାନୀ ଓ ରପ୍ତାନି ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ଏହି ରାଜପଥରେ ସାଧାରଣତଃ କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲାର ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପାରାଦୀପ ବନ୍ଦର ଦେଇ ବିଦେଶକୁ ରପ୍ତାନି କରାଯାଇଥାଏ। ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ ସମେତ କୋଇଲା ଆଦି ଏହି ରାସ୍ତା ଦେଇ ପରିବହନ କରାଯାଏ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଆକଳନ ଅନୁସାରେ ଏହି ରାଜପଥ ଦେଇ ଦୈନିକ ୧୦ ହଜାର ଭାରିଯାନ ଓ ୨ ହଜାର ପାସେଞ୍ଜର ଗାଡ଼ି ଯାତାୟାତ କରିଥାଏ। ସେଥିପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୪ ଲେନ ବିଶିଷ୍ଟ ଏହି ରାସ୍ତାକୁ ୬ ଲେନ କରାଯିବା ପାଇଁ ସର୍ଭେ ଆରମ୍ଭ ହୋଇଥିବା ବେଳେ ଏହାକୁ ଅଧାରୁ ବନ୍ଦ କରି ପୁନର୍ବାର ୮ ଲେନ ରାସ୍ତା ପାଇଁ ସର୍ଭେ କରାଯାଇଥିଲା।
ପ୍ରଥମେ ୧୯୬୨ରେ ଚଣ୍ଡିଖୋଲ-ପାରାଦୀପ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ୧୯୬୮ରେ ଶେଷ ହୋଇଥିଲା। ସେତେବେଳେ ଏହି ରାସ୍ତାର ନାମ ତ୍ୱରିତ ରାଜପଥ ନାମକରଣ କରାଯାଇଥିଲା। ପରେ ଏହାକୁ ପରିବର୍ତ୍ତନ କରାଯାଇ ଜାତୀୟ ରାଜପଥ ୫ନଂ.(କ) ରଖାଗଲା। ପୁନର୍ବାର ଏହାର ନାମ ପରିବର୍ତ୍ତନ କରାଯାଇ ୫୩ନଂ. ଜାତୀୟ ରାଜପଥ ରଖାଯାଇଛି। ଏହି ରାଜପଥର ୭୭ କି.ମି. ଦୂରତା ମଧ୍ୟରେ ୫ଟି ବଡ଼ ନଦୀ ରହିଛି। ସେଗୁଡ଼ିକ ହେଲା ମହାନଦୀ, ଲୁଣା, ଗୋବରୀ, ବିରୂପା ଓ ଗେଙ୍ଗୁଟି। ଏହି ୫ ନଦୀରେ ବଡ଼ ସେତୁ ନିର୍ମାଣ ହେବାକୁ ଥିବା ବେଳେ ୬୦ରୁ ଊଦ୍ଧର୍‌ବ ଛୋଟ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ କରାଗଲେ ଜାତୀୟ ରାଜପଥ କଡ଼ରେ ରହିଥିବା ବହୁ ଦୋକାନ ଉଚ୍ଛେଦ ହେବ। ଏଥିପାଇଁ ଗତ ଅଗଷ୍ଟ ମାସରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଏନ୍‌ଏଚ୍‌ଏଆଇର ଜେନେରାଲ ମ୍ୟାନେଜର ରାମ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ମାର୍ଚ୍ଚ ପରେ କାର୍ଯ୍ୟ ଆରମ୍ଭ କରାଯିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?