ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନହୁଣ୍ଡି ଭାଙ୍ଗି ଚୋରି କରିଥିବା ଜଣାପଡ଼ିଛି। ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମନ୍ଦିର ପୂଜାରୀ ବୁଧବାର ସକାଳୁ ପୂଜା କରିବା ପାଇଁ ଆସିଥିଲେ। ପ୍ରଥମେ ମନ୍ଦିର ଗମ୍ଭୀରା ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ଖୋଲାଥିବା ସେ ଦେଖିଥିଲେ। ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଫାଟକ ନିକଟରେ ଥିବା ଦାନହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ଖବର ଦେଇଥିଲେ। ଖବର ପାଇ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ଓ ଗ୍ରାମବାସୀ ପହଞ୍ଚି ଦାନହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ସେଥିରୁ ପ୍ରାୟ ୫ ହଜାରରୁ ଊଦ୍ଧର୍‌ବ ଟଙ୍କା ନେଇଯାଇଥିବା ଜାଣିବାକୁ ପାଇଥିଲେ। ପରିଚାଳନା କମିଟି ସଭାପତି ଶୁକଦେବ ରେଡ୍ଡୀ, ସମ୍ପାଦକ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ କର୍ମକର୍ତ୍ତା ବୃନ୍ଦ ଏନେଇ ପାଟପୁର ଥାନାକୁ ଖବର ଦେଇଥିଲେ। ପାଟପୁର ଥାନା ପୋଲିସ ଟିମ୍‌ ମନ୍ଦିର ପରିସରରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିଲେ। ଚୋରି ସମ୍ପର୍କରେ ପାଟପୁର ଥାନାରେ ଏତଲା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ,ଗତ ଜୁଲାଇ ୯ ତାରିଖ ବିଳମ୍ବିତ ରାତିରେ ପାଟପୁର ଥାନାଠାରୁ ପ୍ରାୟ ୧ ଶହ ମିଟର ଦୂର ଶ୍ରୀଶନିଶ୍ଚର ମନ୍ଦିରର ଦାନ ବାକ୍ସ ଭାଙ୍ଗି ସେଥିରୁ ପ୍ରାୟ ୪ ହଜାର ଟଙ୍କା ନେଇଯାଇଥିଲେ। ସେହିପରି ଗତ ୨୦୨୫ ଜୁଲାଇ ୨୪ ତାରିଖ ବିଳମ୍ବିତ ରାତିରେ ପାଟପୁର ଥାନାଠାରୁ ପ୍ରାୟ ୧ କି.ମି ଦୂର ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ରତ୍ନମାଳାପୁର ଗ୍ରାମ ଶ୍ରୀ ବୁଦ୍ଧେଶ୍ୱର ଶୈବପୀଠର ଦାନହୁଣ୍ଡି ଓ ଶୈବପୀଠ ଭିତରେ ଥିବା ଦୁଇଟି ଦାନ ବାକ୍ସଭାଙ୍ଗି ସେଥିରୁ ପ୍ରାୟ ୩୦ ହଜାର ଟଙ୍କା ନେଇଯାଇ ହୁଣ୍ଡିକୁ ବାହାରକୁ ଫୋପାଡ଼ି ଦେଇଥିଲେ। ଶୈବପୀଠ ପରିଚାଳନା କମିଟି ତତ୍କାଳୀନ ସଭାପତି ବସନ୍ତ କୁମାର ପାଢ଼ୀ ଥାନା ରେ ଏତଲା ଦେଇଥିଲେ। ଗତ ୨୦୨୧ ଡିସେମ୍ବର ୩ ତାରିଖ ରାତିରେ ପାଟପୁର ଥାନା କଙ୍କୋରଡା ଗ୍ରାମସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ମନ୍ଦିର ତାଲା ଭାଙ୍ଗି କିଛି ଦୁବୃର୍ତ୍ତ ମା’ଙ୍କ ସୁନା ନାକ ଗୁଣା , ୩ଟି ମଥାଗୁଣା, ସୁନା ଶିରି , ଆଖି ଓ ପ୍ରାୟ ୪ ଭରି ଓଜନର ସୁନା ଅଳଙ୍କାର ଓ ୫୦ ଭରି ଓଜନର ରୁପା ଅଳଙ୍କାର ଲୁଟି ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri