Posted inଖେଳ

କିଶୋରଙ୍କୁ ହଙ୍ଗେରୀ ଭିଜା ମିଳିଲା

ନୂଆଦିଲ୍ଲୀ, ୧୯।୮ (ପି.ଟି.): ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବୁଦାପେଷ୍ଟରେ ହେବାକୁଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିପାରିବେ। ଶୁକ୍ରବାର ସକାଳେ ତାଙ୍କ ସହ ସାକ୍ଷାତ୍‌ ପରେ ଭିଜା କ୍ଲିୟର କରି ଦିଆଯାଇଥିବା ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରେ କିଶୋର ତାଙ୍କର ଭ୍ରମଣଜନିତ ଦସ୍ତାବିଜ୍‌ ପାଇଥିଲେ। ବୁଧବାର ଭାରତରେ ଅବସ୍ଥାପିତ ହଙ୍ଗେରିଆନ ଦୂତାବାସ ପକ୍ଷରୁ କିଶୋରଙ୍କ ଭିଜା ବାତିଲ କରି ଦିଆଯାଇଥିଲା। କିଶୋରଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ ଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା। ସେ ଏ କ୍ଷେତ୍ରରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ଜୟଶଙ୍କରଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା।
ଗତ ଜୁଲାଇ ୩୦ରେ ଅନୁଷ୍ଠିତ ଶ୍ରୀଲଙ୍କାନ୍‌ ଜାତୀୟ ଚାମ୍ପିୟନଶିପ୍‌ରେ ୨୭ ବର୍ଷୀୟ କିଶୋର କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୮୪.୩୮ ମିଟର ଦୂରକୁ ଜାଭେଲିନ ଥ୍ରୋ କରିଥିଲେ। ଫଳରେ ବିଶ୍ୱ ର଼୍ୟାଙ୍କିଙ୍ଗ ଅନୁସାରେ ତାଙ୍କୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ପାଇଁ କୋଟା ମିଳି ଯାଇଥିଲା। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟର ଶେଷ ତାରିଖ ଥିଲା ଜୁଲାଇ ୩୦। ସେହିଦିନ କିଶୋର ଶ୍ରୀଲଙ୍କାନ୍‌ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ (ଡବ୍ଲ୍ୟୁଏ) ପକ୍ଷରୁ ଅପ୍‌ଡେଟ୍‌ କରାଯାଇଥିବା ‘ରୋଡ୍‌ ଟୁ ବୁଦାପେଷ୍ଟ’ ତାଲିକାରେ କିଶୋର ୩୬ତମ ସ୍ଥାନରେ ରହିଥିଲେ। ଫଳରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୪ ଭାରତୀୟଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ। ନୀରଜ ଓ କିଶୋରଙ୍କ ବ୍ୟତୀତ ଯୋଗ୍ୟତା ପାଇଥିବା ଅନ୍ୟ ଦୁଇ ଭାରତୀୟ ହେଲେ ଡି.ପି. ମନୁ ଓ ରୋହିତ ଯାଦବ। ମାତ୍ର ପରେ କହୁଣିରେ ଅସ୍ତ୍ରୋପଚାର କାରଣରୁ ରୋହିତ ଓହରି ଯାଇଥିଲେ। ଗତ ଜୁନ୍‌ରେ ଅନୁଷ୍ଠିତ ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ କିଶୋର ରୌପ୍ୟ ପଦକ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri