Posted inଖେଳ

ପ୍ରଥମ ପାଳିରେ ମାତ୍ର ୧୫ ରନ୍‌ ଅଲଆଉଟ୍‌ ହୋଇଯାଇଥିଲା ଏହି ଦଳ, ତଥାପି ୧୫୫ ରନ୍‌ରେ ଜିତିଥିଲା ମ୍ୟାଚ୍‌: ଜାଣନ୍ତୁ କେମିତି

କ୍ରିକେଟ ପଡ଼ିଆରେ ଅନେକ ସମୟରେ ଚମତ୍କାର ଘଟେ। ଅନେକ ମ୍ୟାଚ ଏପରି ଖେଳାଯାଇଛି ଯେତେବେଳେ ଏକ ଦଳର ପରାଜୟ ନିଶ୍ଚିତ ମନେହୁଏ, କିନ୍ତୁ ଏହା ସତ୍ତ୍ୱେ ଦଳ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଥାଏ । କିନ୍ତୁ ଗୋଟିଏ ଦଳ ପ୍ରଥମ ଇନିଂସରେ ମାତ୍ର ୧୫ ରନ୍‌ ଆଉଟ୍‌ ହେବା ପରେ ମଧ୍ୟ ମ୍ୟାଚ୍‌କୁ ୧୫୫ ରନରେ ଜିତିବା କ୍ରିକେଟ୍‌ରେ ବହୁତ କମ୍‌ ଦେଖାଯାଏ। ହଁ, ଠିକ ୯୯ ବର୍ଷ ପୂର୍ବେ ଆଜି, ଏପରି ଏକ ମ୍ୟାଚ ଖେଲାଯାଇଥିଲା। ମ୍ୟାଚ୍‌ରେ ଗୋଟିଏ ଦଳର ପ୍ରତ୍ୟାବର୍ତ୍ତନ ଚମତ୍କାରଠାରୁ କମ ନୁହେଁ।
ଜୁନ ୧୬, ୧୯୨୨ ରେ, ହାମ୍ପସାୟର୍‌ ଏବଂ ୱାରଓ୍ବିକଶାୟର୍‌ ମଧ୍ୟରେ ମ୍ୟାଚ ଏଜବାଷ୍ଟନରେ ଖେଲାଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ହାମ୍ପସାୟାରର ପ୍ରଥମ ଇନିଂସ ମାତ୍ର ୧୫ ରନରେ ଅଲଆଉଟ୍‌ ହୋଇଥିଲା। ତଥାପି ସେମାନେ ୱାରଓ୍ବିକଶାୟର୍‌କୁ ପରାସ୍ତ କରିଥିଲେ। ଏହି ମ୍ୟାଚରେ ୧୦ ନମ୍ବର ବ୍ୟାଟ୍ସମ୍ୟାନ ଶତକ ହାସଲ କରି ମ୍ୟାଚ ଜିତାଇବା ସହ ପ୍ରମାଣ କରିଥିଲେ ଯେ କ୍ରିକେଟରେ କିଛି ଅସମ୍ଭବ ନୁହେଁ।
ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୱାରଓ୍ବିକଶାୟର୍‌ ପ୍ରଥମ ଇନିଂସରେ ୨୨୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ମାତ୍ର ୧୫ ରନରେ ହାମ୍ପସାୟାର ଅଲଆଉଟ୍‌ ହୋଇଯାଇଥିଲ। ହାମ୍ପସାୟାର ଖେଳାଳିମାନେ ମାତ୍ର ୮.୫ ଓଭର ପାଇଁ କ୍ରିଜରେ ରହିବାକୁ ସକ୍ଷମ ହୋଇଥିଲେ। ୮ ଜଣ ବ୍ୟାଟ୍ସମ୍ୟାନ ଫାତା ଖୋଲିପାରି ନ ଥିଲେ ଏବଂ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଫିଲ ମିଡ ୬ ରନ୍‌ରେ ଅପରାଜିତ ରହିଥିଲେ। ୱାକର୍ସକ୍ସାୟାରର ମାତ୍ର ୨ ବୋଲର ହାମ୍ପସାୟାର ଦଳକୁ ବାନ୍ଧି ରଖିଥିଲେ। ହାରି ହାୱେଲ ୭ ରନ ଦେଇ ୬ଟି ଉଇକେଟ ନେଇଥିବାବେଳେ ଫ୍ରେଡି କାଲଥୋର୍ପେ ୪ଟି ଉଇକେଟ ନେଇଥିଲେ।
ମାତ୍ର ୧୫ ରନ ଅଲଆଉଟ୍‌ ହେବା ପରେ ହାମ୍ପସାୟର୍‌କୁ ୱାରଓ୍ବିକଶାୟର୍‌ଠାରୁ ଏକ ଫଲୋଅନ୍‌ ମିଳିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ହାମ୍ପସାୟାର ଦଳ ଅସୁବିଧାରେ ପଡ଼ିଥିଲା। ଦଳ ମାତ୍ର ୧୭୭ ରନରେ ୬ ଉଇକେଟ ଯାଇଥିଲା। ଲାଗୁଥିଲା ଯେ ୱାରଓ୍ବିକଶାୟର୍‌ ଏହି ମ୍ୟାଚ୍‌ରେ ଅତି ଆରାମରେ ଜିତିବ,କିନ୍ତୁ ତାହା ହୋଇ ନ ଥିଲା। ଜର୍ଜ ବ୍ରାଉନଙ୍କ ଭଲ ବ୍ୟାଟିଂ ଯୋଗୁ ହାମ୍ପସାୟାର ୨୭୨ ରନ୍‌ରେ ପହଞ୍ଚିଥିଲା। ଏହାପରେ ଉଇକେଟ କିପର ୱାଲ୍ଟର ଲିଭସି କ୍ରିଜରେ ପାଦ ଦେଇଥିଲେ। ୱାଲ୍ଟର ବ୍ରାଉନଙ୍କ ସହ ୯ମ ଉଇକେଟ ପାଇଁ ୧୭୭ ରନ ଯୋଡିଥିଲେ। ୧୦ ନମ୍ବରରେ ଅବତରଣ କରିଥିବା ୱାଲ୍ଟର ଲାଇଭେସି ଏକ ଚମତ୍କାର ଶତକ ହାସଲ କରିଥିବାବେଳେ ଜର୍ଜ ବ୍ରାଉନ ୧୭୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ଦୁଇଟିର ଇନିଂସ ଯୋଗୁଁ ହାମ୍ପସାୟର୍‌ ଦ୍ୱିତୀୟ ଇନିଂସରେ ୫୨୧ ରନ ସଂଗ୍ରହ କରି ୱାରଓ୍ବିକଶାୟର୍‌କୁ ୩୧୪ ରନର ଏକ ବଡ଼ ଲକ୍ଷ୍ୟ ଦେଇଥିଲା। ଦ୍ୱିତୀୟ ଇନିଂସରେ ୱାରଓ୍ବିକଶାୟର୍‌ ୧୫୮ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ହାମ୍ପସାୟାର ୧୫୫ ରନ୍‌ରେ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?