ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ ଉତ୍ପାଦନ ହୋଇପାରିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଦିଅନ୍ତି। ବେକାର ଯୁବତୀ ଯୁବକମାନେ କିପରି କୃଷି କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ସହିତ ଅନ୍ୟକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରିପାରିବେ ସେ ଦିଗରେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପାତ୍ରପଡା ଗ୍ରାମର ରଞ୍ଜନ କୁମାର ସାହୁ।

ଶିକ୍ଷକ ସହ ଜଣେ ଉଦ୍ୟାନ ଚାଷୀ ଭାବେ ପରିଚିତ ସାହୁ ଦୀର୍ଘ ୧୧ ବର୍ଷ ହେଲା ଚାରା ଉତ୍ପାଦନ କରିଆସୁଛନ୍ତି। ଇତିମଧ୍ୟରେ ଲକ୍ଷାଧିକ ଚାରା ସେ ବିକ୍ରି କରିଛନ୍ତି। ପ୍ରାୟ ୩୦ଟିରୁ ଅଧିକ ପରିବାରକୁ ରୋଜଗାର ଯୋଗାଇ ପାରିଛନ୍ତି। ଏ ସମ୍ପର୍କରେ ସାହୁ କହିଛନ୍ତି, ଚାଷ ସମ୍ପର୍କରେ ବାପା ବୁଲା ସାହୁଙ୍କ ଠାରୁ ସେ ଶିକ୍ଷା ପାଇଛନ୍ତି। ବାପା ଏ ସବୁ କାର୍ଯ୍ୟ କରୁଥିବା ପିଲାଦିନରୁ ସେ ଦେଖି ଅସିଛନ୍ତି। ତେଣୁ ବାପାଙ୍କ ସେହି କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ୨୦୦୮ରୁ ସେ ବାଗଡିଆ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ବାପାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ୨୦୧୨ରେ ଉଦ୍ୟାନ କୃଷିକୁ ନେଇ କିପରି ଅଧିକ ରୋଜଗାର କରାଯାଇପାରିବ ସେ ନେଇ ବିଭିନ୍ନ କୃଷି ଅଧିକାରୀ, କୃଷି ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୩ରେ ପ୍ରଥମେ ଚାରା କଲମୀ କରି ବିକ୍ରି କରିବା ଆରମ୍ଭ କରିଥିଲେ। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପ୍ରାୟ ୨୦ ଏକରରେ ବିଭିନ୍ନ ପ୍ରକାରର ଆମ୍ବ ଚାରା ଲଗାଇବା ସହିତ କଲମୀ କରୁଛନ୍ତି। ଏଥିସହ କଦଳୀ, ପିଜୁଳି, ଲେମ୍ବୁ, ବରକୋଳି, ଅମୃତଭଣ୍ଡା, ଶାଳ ଚାରା ଆଦି ବିକ୍ରି କରୁଛନ୍ତି। ଆମ୍ରପଲ୍ଲୀ, ଦଶେରୀ, ବାଇଗଣପଲେଇ ଚାରା ସହିତ ବଜାରରେ ମିଳୁଥିବା ମାହାଙ୍ଗା ହାଇବ୍ରିଡ଼ ଆମ୍ବ ମିଆଁଜାକି, ନୁରଜାନ, ପାଲମର, ଡି -୫୯ ଆଦିରୁ ଚାରା ପ୍ରସ୍ତୁତ କରୁଛନ୍ତି। ଥାଇଲାଣ୍ଡ ବରକୋଳି, ସବୁଜ ଓ ନାଲି ବରକୋଳି ଚାରା ସହିତ ଥାଇଲାଣ୍ଡ ପିଜୁଳି, ନାଲି ପିଜୁଳି, ଏଲ -୪୯, ଭିଏନ୍‌ଆର୍‌ ଆଦି ଅଧିକ ଅମଳ ଦେଉଥିବା ଚାରା ସହିତ ଫୁଲ ଚାରା ମଧ୍ୟ କଲାମୀ କରି ପ୍ରସ୍ତୁତ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଚାରା ବିକ୍ରି କରି ସେ ଟଙ୍କା ଉପାର୍ଜନ କରିବା ସହିତ ଏ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି l କେହି କେହି ଶିକ୍ଷକ ରଞ୍ଜନ ସାହୁଙ୍କୁ ସବୁଜ ଶିକ୍ଷକ ବୋଲି ଡାକିଥାନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri