ଦରମା ନ ପାଇ ମୂଲ ଲାଗିବାକୁ ଛୁଟି ମାଗିଥିଲେ ଶିକ୍ଷକ, ଖବର ପ୍ରସାରଣ ପରେ ମିଳିଲା ଦରମା

ବଲାଙ୍ଗୀର,୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର): ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି।

ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ପ୍ରଭୁଦତ୍ତ ସାହୁ ବୁଧବାର ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଏକ ଛୁଟି ଦରଖାସ୍ତ ଦେଇଥିଲେ। ତେବେ ଉକ୍ତ ଛୁଟି ଦରଖାସ୍ତରେ ଶିକ୍ଷକ ଜଣକ ଯେଉଁ ଉଦ୍ଦେଶ୍ୟରେ ଛୁଟି ମାଗିଥିଲେ ତାକୁ ପଢ଼ି ପ୍ରଧାନଶିକ୍ଷକ ଚକିତ ହୋଇଯାଇଥିଲେ। ଦରଖାସ୍ତରେ ସହକାରୀ ଶିକ୍ଷକ ସାହୁ ଉଲ୍ଲେଖ କରିଛନ୍ତି, ଦୀର୍ଘ ୩ ମାସ ହେଲା ଦରମା ପାଇ ନ ଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି। ଏଣୁ ସେ ମଜୁରି କରିବାକୁ ଯିବେ। ଏଥିସକାଶେ
୨୦ ତାରିଖ ଗୁରୁବାର ସ୍କୁଲରେ ଉପସ୍ଥିତ ହୋଇପାରିବେ ନାହିଁ ।
ପ୍ରଧାନଶିକ୍ଷକ ଉକ୍ତ ଛୁଟି ଦରଖାସ୍ତ ଗ୍ରହଣ କରିବା ପରେ ଗୁରୁବାର ସେ ଜଣେ ଚାଷୀଙ୍କ କ୍ଷେତରେ ମୂଲ ଲାଗିବାକୁ ଯାଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ସହ ଦରମା ପାଇ ନ ଥିବା ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ବକେୟା ଦରମା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ଖବରଦାତା: ଚଳନ୍ତା ଟ୍ରେନ୍‌ରୁ କୁଆଡ଼େ ଉଭାନ୍‌

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରର ଯୁବ ଖବରଦାତା ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଏବଂ ମା’ ଗୁରୁବାର ନାଗାଲାଣ୍ଡର ଦିମାପୂର୍‌ ଅଭିମୁଖେ ଟ୍ରେନରେ ଯାଇଥିଲେ। ବାଟରେ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

ମାଲିକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଦ୍ରାବିଡ଼…ଲଗାତର ୫ ମ୍ୟାଚ୍‌ ହାରିବା ପରେ କୋଚ ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ,୧୧।୯: ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL) ରେ ରାହୁଲ ଦ୍ରାବିଡ଼ଙ୍କ ଦଳ ‘ଡବ୍ଲିନ ଗାର୍ଡିଆନ୍ସ’ର ଆରମ୍ଭ ଭଲ ହୋଇ ନ ଥିଲା। ଯଦିଓ ଗତ ବୁଧବାର…

ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୦ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ…

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri