ଟମକା-ମଙ୍ଗଳପୁର ରାସ୍ତା କାର୍ଯ୍ୟ ନିମ୍ନମାନର

କାଳିଆପାଣି,୨୯ା୪(ଡି.ଏନ.ଏ.): ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଛି। ଠିକାଦାର ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ଯୋଗୁ କାର୍ଯ୍ୟ ଠିକ୍‌ରେ ହୋଇ ପାରୁନାହିଁ। ଚଳିତ ବର୍ଷ କୁହିକାଠାରୁ ଟାଟା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଚାଲିଛି। କୁହିକାଠାରୁ ଏକ ନମ୍ବର ଛକ ପର୍ଯ୍ୟନ୍ତ ପିଚୁ କାର୍ଯ୍ୟ ର-ଠ କରାଯାଇଛି। ଫଳରେ ରାସ୍ତାରୁ ପିଚୁ ଉଠିବା ଆରମ୍ଭ ହେଲାଣି। ସେହିପରି ଟାଟା ସିରିଏଲ ଗେଟ୍‌ଠାରୁ ଟାଟା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଯାଜପୁର ଜିଲା ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ କାର୍ଯ୍ୟର ସୂଚନା ଫଳକ ଲଗାଯାଇନାହଁ। ସୂଚନା ଫଳକ ନ ଥିବାରୁ କେତେ ଟଙ୍କାର କାମ, କେଉଁ ଠିକାଦାରଙ୍କ ନାମରେ ୱାର୍କ ଅର୍ଡର ରହିଛି ଓ ରାସ୍ତା ନିର୍ମାଣର ଭାଗ ମାପ କ’ଣ ରହିଛି ସେ ସମ୍ପର୍କରେ ଲୋକେ କିଛି ଜାଣି ପାରୁନାହାନ୍ତି। ଠିକାଦାର ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁସାରେ, ଗୋଟିଏ ସିମେଣ୍ଟରେ ବଡ଼ ଝୁଡିରେ ୪ ଝୁଡି ବାଲି ସହ ୬ ଝୁଡି ଗୋଡି (ଚିପ୍ସ) ମିଶାଇ ରାସ୍ତା ନିର୍ମାଣ କରାଯାଇଛି। ପ୍ରକୃତରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ୧ଟି ସିମେଣ୍ଟ, ଦେଢ଼ଟା ବାଲି ଓ ୩ଟା ଚିପ୍ସ ଭାଗରେ କରିବା କଥା। କାର୍ଯ୍ୟ ଆରମ୍ଭ ହେବା ଦିନରୁ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସୁନାହାନ୍ତି। ସରକାର ବିନା ଟେଣ୍ଡରରେ କେଟୁ ମାଧ୍ୟମରେ କୋଟିକୋଟି ଟଙ୍କା ଏହି ରାସ୍ତା ଉପରେ ଦୀର୍ଘ ବର୍ଷ ହେଲା ଅପବ୍ୟୟ କରି ଚାଲିଥିବା ବେଳେ ଚଳିତ ବର୍ଷ ଏହି ପୁରୁଣା ପ୍ରଥା ଆପଣେଇ ଥିବା ଶୁଣିବାକୁ ମିଳୁଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋଜ ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ କ’ଣ କରିପାରିବୁ। ଠିକାଦାର ଜଣକ ନେତାଙ୍କ ପାଖ ଲୋକ। ତେବେ ବିଭାଗୀୟ ଅଧିକାରୀ ଦେଉଥିବା ଏଭଳି ମନ୍ତବ୍ୟକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

ନୀତିନ ନବୀନଙ୍କ ନୂଆ ଦଳରେ କିଏ ସାମିଲ ହେଲେ? ବିନୋଦ ତାୱଡେଙ୍କ ସମେତ ତିନି ଜଣଙ୍କ ନାମ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି। ନୀତିନ ନବୀନ ଦଳର ସଭାପତି ଭାବରେ ଦାୟିତ୍ୱ ନେବା ମାତ୍ରେ ଏ ସମ୍ପର୍କରେ…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

UGC-NET: ‘ଭୁଲ NTA କରୁଛି, ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି’, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୭।୮: UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ୩ଟି ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାର ଓ NTAକୁ ଟାର୍ଗେଟ୍ କରିଛନ୍ତି ଲୋକ ସଭାର ବିରୋଧୀ…

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri