ବର୍ତ୍ତମାନ କରୋନା ମହାମାରୀଠାରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଓ ମାସ୍କ ହିଁ ଏକ ମାତ୍ର ଭରସା। ଏହି କଥାକୁ ମଣିଷ ବୁଝି ମଧ୍ୟ ପାଳନ କରୁ ନାହିଁ। ରାସ୍ତାରେ କେତେକ ଲୋକଙ୍କ ମାସ୍କ ନାକ ତଳେ ତ ଆଉ କାହାର ବେକରେ ଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ପରିସ୍ଥିତିରେ ହଂସ ହିଁ ମାସ୍କର ଗୁରୁତ୍ୱକୁ ବୁଝି ପାରିଛି। ସେ ଜଣେ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ମହିଳା ହଂସ ସହିତ ଖେଳୁଥିବା ବେଳେ ତାଙ୍କ ବେକରେ ଥିବା ସାସ୍କକୁ ହଂସ ଥଣ୍ଟରେ ନେଇ ମୁହଁରେ ଲଗାଉଛନ୍ତି। ମହିଳା ଜଣକ ପ୍ରଥମେ ଭୟ କରୁଛନ୍ତିି, ହଂସ ତାକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଭାବି ଡରିଯାଉଛନ୍ତି। ପରେ ହଂସ ମାସ୍କ ଲଗାଉଥିବା ଜାଣୁଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି ଯେ, ‘ନୋ ମାସ୍କ, ନୋ ପ୍ଲେ ’ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
No mask
No play…🎬:@IrmaRaste pic.twitter.com/6S9WaWHNln
— Susanta Nanda IFS (@susantananda3) September 13, 2020