ଛାଡୁନି ମୋହ: ଗ୍ରାମବାସୀଙ୍କୁ ଉସୁକାଇ ରାଜୁଗୁଡ଼ା ହାଇସ୍କୁଲରେ ତାଲା ପକାଇଲେ ନିଲମ୍ବିତ ଶିକ୍ଷକ

ପଟାଙ୍ଗି,୨ା୮(ଶରତ ଧଳ): ନିଲମ୍ବିତ ହେବା ପରେ ମଧ୍ୟ ସ୍କୁଲରୁ ମୋହ ଛାଡୁ ନ ଥିବା ସହ ଗ୍ରାମବାସୀଙ୍କୁ ମତାଇ ସ୍କୁଲରେ ତାଲା ପକାଇ ପୁଣି ଆରମ୍ଭ କରିଛନ୍ତି ଆଉ ଏକ ନୂଆ ବିବାଦ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତରେ ରହିଥିବା ରାଜୁଗୁଡା ହାଇସ୍କୁଲରେ।

ସୂଚନା ମୁତାବକ ଉକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିଥିବା ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନାମରେ ବିଭିନ୍ନ ସମୟରେ ଅନେକ କିଛି ଅଭିଯୋଗ ଯଥା ଛାତ୍ରମାନଙ୍କୁ ବିଦ୍ୟାଳୟରେ ଶ୍ରମିକ ଭାବେ କାମ କରାଇ ଗାତ ଖୋଳାଉ ଥିବା ସମ୍ପର୍କିତ ଭିଡିଓ ଭାଇରାଲ ପରି ଘଟଣାରେ ଉକ୍ତ ଶିକ୍ଷକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଉକ୍ତ ଶିକ୍ଷକ ଜଣକ ଜଣେ ଛାତ୍ରଙ୍କଠାରୁ ମାଟ୍ରିକ ସାର୍ଟିଫିକେଟ୍‌ ଦେବା ପାଇଁ ୫୦୦ ଟଙ୍କା ନେଉଥିବା ଭିଡିଓ ଭାଇରାଲ ଦୃଶ୍ୟକୁ ଜିଲାପାଳ ଗୁରୁତର ଭାବେ ଗ୍ରହଣ କରି ଏଡିଏମ (ରାଜସ୍ବ) ଆଲୋମଣି ସେଠୀ ଏବଂ ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ତଦନ୍ତ ଭାର ଦେଇ ଘଟଣା ସତ୍ୟାସତ ଜାଣିବା ପରେ ଉକ୍ତ ଶିକ୍ଷକ ପଟ୍ଟନାୟକଙ୍କୁ ଗତ ୨୪ ତାରିଖରେ ନିଲମ୍ବିତ କରିଥିଲେ କିନ୍ତୁ ଶିକ୍ଷକ ଜଣକ ନିଲମ୍ବିତ ହେବାର ୨୪ ଘଣ୍ଟା ମଧ୍ୟରେ ସ୍କୁଲ ପରିସର ଛାଡ଼ିବା ସରକାରୀ ନିୟମ ରହିଥିବା ବେଳେ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ସ୍କୁଲର ଏକ ଗୃହକୁ ନିଜ ଦଖଲରେ ରଖି ସ୍କୁଲ ଭିତରେ ରହି ପୁଣି ଏକ ନୂଆ ଚାଲ୍‌ କରି ଗ୍ରାମବାସୀଙ୍କୁ ମତାଇ ଶୁକ୍ରବାର ବିଦ୍ୟାଳୟକୁ ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚିବା ପୁର୍ବରୁ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିବାଦ ଆରମ୍ଭ
କରିଥିବା ଜଣାପଡ଼ିଛି। ଏହିପରି କି ସ୍କୁଲ ଫାଟକରେ ତାଲା ପକାଇଥିବା ଗ୍ରାମବାସୀ ଆମେ ଜିଲା ପ୍ରଶାସନଙ୍କୁ
ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଲିଖିତ ଦାବିପତ୍ର ଦେଇଥିଲୁ କିନ୍ତୁ ଏହା କ’ଣ ପାଇଁ ହେଲା ନାହିଁ ବୋଲି ଦାବି ଉଠାଇଥିବା ବେଳ ସେପଟେ ଛାତ୍ରୀଛାତ୍ର ନିଲମ୍ବିତ ଶିକ୍ଷକ ଆମମାନଙ୍କୁ ନିଜର ପ୍ୟାଣ୍ଟ ସାର୍ଟ ସଫା କରାଇ ଏକ ପ୍ରକାର ଭୟଭୀତ କରାଉଥିଲେ ଏବଂ ସ୍କୁଲରେ ରହିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚି ଆମମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ଛାତ୍ରୀଛାତ୍ର ଉଭୟ ମତାମତକୁ ଦୃଷ୍ଟିରେ ରଖିଲେ ଜଣାପଡୁଛି କି ବିଦ୍ୟାଳୟରେ ତାଲା ପକାଇ ଏହା ଗୋଟିଏ ଚାଲ୍‌ ସୃଷ୍ଟି କରିବା ସହ ନିଲମ୍ବିତ ଶିକ୍ଷକଙ୍କୁ ସୁରକ୍ଷା ଦେବା ହେଉଛି ଏହା ଏକ ପ୍ରଚେଷ୍ଟା।

ସୂଚନା ଥାଉକି, ଗତ ୨୪ ତାରିଖରୁ ଶିକ୍ଷକ ପଟ୍ଟନାୟକ ନିଲମ୍ବିତ ହୋଇଥିଲେ ମଧ୍ୟ ଶିକ୍ଷକ ପଟ୍ଟନାୟକ ରାଜୁଗୁଡା ହାଇସ୍କୁଲର ଏକ ଗୃହକୁ ମାଡ଼ି ବସି ଦୀର୍ଘ ୧୦ ଦିନ ହେଲା ରହୁଛନ୍ତି। ଖବର ପାଇ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ବ୍ଲକ ଶିକ୍ଷା ଅଧିକାରୀ ମିନତି ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ସେଠୀ ପ୍ରମୁଖ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରି ବିଦ୍ୟାଳୟର ଫାଟକରୁ ତାଲା ଖୋଲି ଉପସ୍ଥିତ ଗ୍ରାମବାସୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?