Posted inଖେଳ

ବ୍ରୁକ୍‌, ଗାର୍ଡନର ଶ୍ରେଷ୍ଠ ଖେଳାଳି

ଦୁବାଇ, ୧୧ା୧ (ପି.ଟି.): ହ୍ୟାରି ବ୍ରୁକ୍ସ ପ୍ରଥମ ଥର ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ତାଙ୍କର ବିସ୍ଫୋରକ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ପାକିସ୍ତାନରେ ଐତିହାସିକ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ସିରିଜ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆଶ୍‌ଲେ ଗାର୍ଡନରଙ୍କୁ ଆଇସିସି ମହିଳା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ମିଳିଛି। ଭାରତ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜରେ ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏଥିଯୋଗୁ ସେ ଆଇସିସି ପ୍ଲେୟର ର଼୍ୟାଙ୍କିଙ୍ଗ ଅଲରାଉଣ୍ଡର ବିଭାଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇପାରିଛନ୍ତି। ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି ଭୋଟ୍‌ ହୋଇଥିଲା। ଏଥିରେ ମିଡିଆ ପ୍ରତିନିଧି, ଆଇସିସି ହଲ୍‌ ଅଫ୍‌ ଫେମ୍‌ ସଦସ୍ୟ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଏବଂ ଆଇସିସି କ୍ରିକେଟ ଡଟ୍‌କମ୍‌ରେ ପଞ୍ଜୀକୃତ କ୍ରିକେଟପ୍ରେମୀମାନେ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ପାକିସ୍ତାନରେ ଇଂଲଣ୍ଡର ୩-୦ ସିରିଜ ବିଜୟରେ ବ୍ରୁକ୍‌ ପ୍ରତ୍ୟେକ ମ୍ୟାଚରେ ଶତକ ହାସଲ କରିଥିଲେ। ରାଓ୍ବଲପିଣ୍ଡିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୯୧ ଚୌକା ଓ ୫ ଛକା ସହ ୧୫୩ ରନ ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଦ୍ରୁତ ୮୭ ରନ କରିଥିଲେ। ପରେ ମୁଲ୍‌ତାନ ଓ କରାଚୀଠାରେ ସେ ତାଙ୍କ ଶତକୀୟ ଇନିଂସରେ ଯଥାକ୍ରମେ ୧୦୮ ଓ ୧୧୧ ରନ ସଂଗ୍ରହ କରିିଥିଲେ। ଅନ୍ୟପକ୍ଷରେ ଗତ ମାସରେ ଭାରତ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ ବିଜୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ପ୍ରତିଭାସମ୍ପନ୍ନ ଅଲ୍‌ରାଉଣ୍ଡର ଗାର୍ଡନର ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୬୬.୬୬ ଆଭରେଜରେ ମୋଟ ୧୧୫ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?