Posted inଜାତୀୟ

ଦେଶଦ୍ରୋହ ଆଇନ ସମୀକ୍ଷାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୧।୫: ଦେଶଦ୍ରୋହ ଆଇନର ସମୀକ୍ଷା ଲାଗି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ତେବେ ସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଏହି ଉପନିବେଶୀୟ ଆଇନରେ ଦାଏର ହେଉଥିବା ନୂଆ ମାମଲାଗୁଡ଼ିକର ବିଚାର ସ୍ଥଗିତ ରଖାଯିବ କି ନାହିଁ, ତାହା ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଛୋଟମୋଟ ଘଟଣାରେ ଧାରା ୧୨୪ଏ ଲଗାଯାଉଥିବାରୁ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିଥିଲେ। ତେବେ ଉପଯୁକ୍ତ ଫୋରମ୍‌ ଦ୍ୱାରା ଏହି ଆଇନର ପୁନର୍ବିଚାର ଓ ସମୀକ୍ଷା କରିବା ଲାଗି କେନ୍ଦ୍ର କହିଥିବାରୁ ସେଥିପାଇଁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଯେଉଁମାନେ ଏହି ଆଇନରେ ଗିରଫ ହୋଇଛନ୍ତି, ସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ଗାଇଡ୍‌ଲାଇନ ଆଣିବେ କି ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ବିଚାରାଧୀନ ମାମଲା ତଥା ଭବିଷ୍ୟତ ମାମଲାଗୁଡ଼ିକର କିପରି ପରିଚାଳନା କରାଯିବ ସେ ନେଇ ବୁଧବାର ସୁଦ୍ଧା ସରକାର ଜବାବ ରଖିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ...

ହାଇଦ୍ରାବାଦ ପରେ ମୁମ୍ବାଇରେ ପ୍ରବଳ ବର୍ଷା: ରେଡ ଆଲର୍ଟ ଜାରି

ମୁମ୍ବାଇ,୧୫ ।୧୦:ହାଇଦ୍ରାବଦରେ ବୁଧବାର ହୋଇଥିବା ବର୍ଷାରେ ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବର୍ଷାରେ ମୁମ୍ବାଇ ହୋଇଛି ବେହାଲ ।...

୫ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ଜଗନ

ଅମରାବତୀ,୧୨।୪: ଆନ୍ଧ୍ର ପ୍ରଦେଶର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ନୂଆ କ୍ୟାବିନେଟରେ ୫ଜଣ ଉପ-ମୁଖ୍ୟମନ୍ତ୍ରୀ ବଛାଯାଇଛି। ୨୦୧୯ କ୍ୟାବିନେଟର ଡେପୁଟି ସିଏମ୍‌...

ମହାରାଷ୍ଟ୍ରରେ ଖୋଲିଲା ସିନେମା ହଲ୍‌: ଦର୍ଶକେ ଦେଖିବେ ଡିଡିଏଲ୍‌

ମୁମ୍ବାଇ,୬ ।୧୧: କରୋନା ମହାମାରୀ କାରଣରୁ ପ୍ରାୟ ସାରା ଦେଶରେ ସିନେମା ହଲ୍ ବନ୍ଦ ଥିବା ବେଳେ ଏବେ କିଛି କିଛି ରାଜ୍ୟରେ ଏହା ଖୋଲୁଥିବା...

ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ସମ୍ପର୍କରେ ତଥ୍ୟ ନେବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୭।୬: ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାକୁ ୩ ସେନାଙ୍କ ନିକଟରେ ଥିବା ଯୁଦ୍ଦାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହାସହ ଯଦି...

ରାତିରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର: ହାଇକୋର୍ଟ…

ମୁମ୍ବାଇ, ୨୮।୩ : ଯେଉଁମାନେ ରାତିରେ ବୁଲାବୁଲି କରିଥାନ୍ତି ସେମାନଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର ରହିଛି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ସହିତ...

କେନ୍ଦ୍ର ଟାର୍ଗେଟରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨।୮: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ବିରୋଧି...

ବଳାତ୍କାରୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଲେ ପୀଡ଼ିତାଙ୍କ ବାପା

ଖାଣ୍ଡଓ୍ବା,୨୯।୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ବାପା ଏବଂ ମାମଁୁ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ...

Advertisement
Archives

Model This Week