Posted inଭଦ୍ରକ

ମଧ୍ୟାହ୍ନଭୋଜନ ଖାଇଲେ ଛାତ୍ରୀଛାତ୍ର

ଆରଡ଼ି, ୭ା୪ (ଡି.ଏନ.ଏ.): କୋଭିଡ୍‌ ଯୋଗୁ ଦୁଇବର୍ଷ ହେଲା ବିଦ୍ୟାଳୟର ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ହୋଇଥିଲେ। ଚଳିତମାସ ୨ ତାରିଖରୁ ଛାତ୍ରୀଛାତ୍ରଙ୍କ ପାଇଁ ପୁନଃ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିବା ସହ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆଖଣ୍ଡଳମଣି ନୋଡାଲ ଓ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟର ଅଧୀନରେ ଥିବା କେତୋଟି ସ୍କୁଲକୁ ଛାଡ଼ି ପ୍ରାୟ ସମସ୍ତ ସ୍କୁଲରେ ଚାଉଳ ଯୋଗାଣ ହୋଇ ନ ଥିବାରୁ ୩ ଦିନ ଧରି ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହୋଇ ନ ଥିଲା। ଏ ସମ୍ପର୍କରେ ‘ରନ୍ଧା ହେଲାନି ମଧ୍ୟାହ୍ନଭୋଜନ’ ଶୀର୍ଷକ ଖବର ମଙ୍ଗଳବାର ଧରିତ୍ରୀରେ ପ୍ରକାଶ ପରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବୁଧବାର ୨ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରାଯାଇଥିଲା। ଦୁଇବର୍ଷ ପରେ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନରେ ଭାତ ଓ ଅଣ୍ଡା ତରକାରୀ ଖାଇଥିଲେ। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାଉଳ ଯୋଗାଣକାରୀ ସଂସ୍ଥାର କର୍ମକର୍ତ୍ତାଙ୍କୁ ୨ କ୍ଲଷ୍ଟରରେ ଥିବା ସମସ୍ତ ସ୍କୁଲକୁ ତୁରନ୍ତ ଚାଉଳ ଯୋଗାଇବାକୁ କୁହାଯାଇଥିଲା। ଫଳରେ ବୁଧବାର ସକାଳୁ ସମସ୍ତ ବିଦ୍ୟାଳୟକୁ ୨ ବସ୍ତା ଲେଖାଏ ଚାଉଳ ଯୋଗାଇ ଦିଆଯାଇଛି। ୨/୩ ଦିନ ପରେ ଏସବୁ ସ୍କୁଲକୁ ମାସକ ପାଇଁ ଆଗୁଆ ଚାଉଳ ଯୋଗାଣ କରାଯିବ ବୋଲି ଯୋଗାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?