୫ ଘଣ୍ଟା ପାଇଖାନାରେ ବନ୍ଦ ରହିଲେ ଛାତ୍ର, ପ୍ରଧାନଶିକ୍ଷୟିତ୍ରୀଙ୍କୁ ରିପୋର୍ଟ ତଲବ

ହିଞ୍ଜିଳିକାଟୁ,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତର ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ପାଇଖାନାରେ ୫ ଘଣ୍ଟା ବନ୍ଦ ହୋଇ ରହିଥିଲେ। ସ୍କୁଲ ଶିକ୍ଷୟତ୍ରୀ ଓ କର୍ମଚାରୀ କୌଣସି ଛାତ୍ରୀଛାତ୍ର ସ୍କୁଲ ଭିତରେ ଅଛନ୍ତି କି ନାହିଁ ଯାଞ୍ଚ ନ କରି ଘରକୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଛାତ୍ରଙ୍କ ପାଟି ଶୁଣି ତାଙ୍କୁ ବାହାରପଟୁ ବନ୍ଦ ପାଇଖାନାରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଖବର ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରକାଶ ଯେ,ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ଛାତ୍ର ଓମ୍‌ ସେଠୀ ମଙ୍ଗଳବାର ମଧ୍ୟାହ୍ନରେ ପାଇଖାନାକୁ ଶୌଚ ଯାଇଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ଛାତ୍ର ପାଇଖାନାର ବାହାର ପଟୁ କବାଟ କିଳି ଶ୍ରେଣୀକୁ ପଳାଇ ଯାଇଥିଲେ। ଏ ବିଷୟ ନେଇ ଅନ୍ୟମାନେ କିଛି ଜାଣି ପାରି ନ ଥିଲେ। ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମିଶାଇ ୨ଜଣ ଶିକ୍ଷୟିତ୍ରୀ ଥିଲେ। ଅପରାହ୍ନ ୪ଟାରେ ସ୍କୁଲ ଛୁଟି ବେଳେ ଶ୍ରେଣୀରେ ଓମ୍‌ଙ୍କ ବହି ବସ୍ତାନୀ ଥିବା ସତ୍ତ୍ୱେ କେହି ଏଥି ପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ସ୍କୁଲ ବନ୍ଦ କରି ଶିକ୍ଷୟିତ୍ରୀ ଚାଲି ଯାଇଥିଲେ। ସ୍କୁଲ ଛୁଟି ପରେ ଅନ୍ୟ ଛାତ୍ରୀଛାତ୍ର ଘରକୁ ଫେରିଥିବା ବେଳେ ଓମ୍‌ ସ୍କୁଲରୁ ଘରକୁ ନ ଫେରିବାରୁ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ସନ୍ଧ୍ୟାରେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଛାତ୍ରଙ୍କ ପାଟି ଶୁଣି ତାଙ୍କୁ ବାହାରପଟୁ ବନ୍ଦ ପାଇଖାନାରୁ ଉଦ୍ଧାର କରିଥିବା ଜଣାଡ଼ିଛି। ଖବର ପ୍ରକାଶ ପରେ ଘଟଣା ନେଇ ହିଞ୍ଜିଳିକାଟୁ ବିଇଓ ଏସ୍‌ ଗିରିଧର ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସବିତା ଶତପଥୀଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଅନ୍ୟପକ୍ଷରେ ଏପରି ଘଟଣାକୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟମାନେ ମୌଖିକ ଭାବେ ଅସ୍ବୀକାର କରିଥିବା ବିଇଓ ଗିରିଧର କହିଛନ୍ତି। ତେବେ ଖବର ଲେଖା ସୁଦ୍ଧା ଘଟଣା ନେଇ ପ୍ରଧାନଶିକ୍ଷୟିତ୍ରୀ କୌଣସି ଲିଖିତ ରିପୋର୍ଟ ପ୍ରଦାନ କରି ନ ଥିବା ବିଇଓଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri