ପ୍ରଧାନଶିକ୍ଷକଙ୍କ ମନମାନି: ଧାରଣାରେ ବସିଲେ ଛାତ୍ରୀ

ବରୀ,୯ା୧୦(ମହେନ୍ଦ୍ର ସ୍ବାଇଁ): ବରୀ ଶିକ୍ଷାମଣ୍ଡଳ ଅଧିନସ୍ଥ ଧାରପୁରସ୍ଥିତ ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷାଦାନ, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଏବଂ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ଛାତ୍ରୀମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି।

ସୂଚନା ମୁତାବକ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରତ୍ନାକର ମଲ୍ଲିକଙ୍କ ମନମାନି ତଥା ନିୟମିତ ଭାବେ ବିଦ୍ୟାଳୟକୁ ନ ଆସିବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଖାଇବାରେ ଅଣ୍ଡା ନ ଦେବା ଏବଂ ଛାତ୍ରୀମାନେ ଏହାର ପ୍ରତିବାଦ କଲେ ଉଚ୍ଚସ୍ବରରେ ତାଙ୍କୁ ଧମକଚମକ ଦେଉଥିବାର ଦୀର୍ଘଦିନ ଧରି ଅଭିଯୋଗ ହୋଇଥିଲା। ମାତ୍ର ସ୍ଥାନୀୟ ଅଭିଭାବକମାନେ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ବି ପ୍ରଧାନଶିକ୍ଷକଙ୍କର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ନ ହେବାରୁ ଛାତ୍ରୀମାନେ ଧାରଣାରେ ବସିଥିଲେ। ଖବର ପାଇ ବରୀ ଶିକ୍ଷାମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ ଓ ୨୧ ନଂ ଜିଲା ପରିଷଦ ସଭ୍ୟ ଅଶୋକ ସାମଲ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କଠାରୁ ସେମାନଙ୍କ ଅଭିଯୋଗ ବିଷୟରେ ଅବଗତ ହୋଇଥିଲେ। ଧାରଣାରେ ବସିଥିବା ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ମଣ୍ଡଳ ଶିକ୍ଷା ଅଧିକାରିଣୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ଶିକ୍ଷା ଅଧୀକାରିଣୀ ପ୍ରତିଶ୍ରୁତି ସିଂ ଓ ଜିଲାପରିଷଦ ସଭ୍ୟ ଅଶୋକ ସାମଲ ତୁରନ୍ତ ଏହି ଅଭିଯୋଗର ତଦନ୍ତ କରାଯାଇ ଶିକ୍ଷାଦାନ କ୍ଷେତ୍ରରେ ଥିବା ସମସ୍ତ ନିୟମାବଳୀକୁ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ। ଏ ବିଷୟରେ ବରୀ ଶିକ୍ଷା ମଣ୍ଡଳ ଅଧିକାରିଣୀ କହିଛନ୍ତି, ଖୁବ୍‌ଶୀଘ୍ର ଛାତ୍ରୀମାନଙ୍କ ଅଭିଯୋଗକୁ ଆଧାର କରି ପଦକ୍ଷେପ ଗ୍ରହଣ କରାଯିବ। ଅପରପକ୍ଷରେ ପ୍ରଧାନଶିକ୍ଷକ ରତ୍ନାକର ମଲ୍ଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?