ହଷ୍ଟେଲରେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

ଠାକୁରମୁଣ୍ଡା,୨୩ା୧୦: ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ କାନ୍ଦ ଦେଖି ସାଧାରଣରେ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାା ଠାକୁରମୁଣ୍ଡାଠାରେ ଥିବା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲରେ। ଏହି ହଷ୍ଟେଲରେ ଭୋକ ଉପାସରେ ଥିବା ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ଗୋଟିଏ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀମାନେ ବ୍ଲକ ସମ୍ମୁଖରେ କାନ୍ଦୁ ଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ। ହଷ୍ଟେଲରୁ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିବା ସମସ୍ତ ଛାତ୍ରୀ ୪ର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀର ପର୍ଯ୍ୟନ୍ତ। ଭୋକ ରେ ଥିବା ପିଲାମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ। ଖବର ପାଇ ସ୍ଥାନୀୟ ଏବିଓ, ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀମାନଙ୍କୁ ହୋଟେଲରୁ ଆଣି ଖାଦ୍ୟ ଦେଇଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ଖାଦ୍ୟ ନ ଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଶନିବାର ରାତିରୁ ଗ୍ୟାସ ସରିଯାଇଥିବାରୁ ରୋଷେଇ ହୋଇ ନ ଥିବା ନେଇ ହଷ୍ଟେଲ ରୋଷେୟା କହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଛାତ୍ରୀମାନେ ବ୍ଲକ ପରିସରରେ ବସି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବିଭାଗର ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ରାଜ୍ୟ ସରକାର ଦେଇଥିବା ପ୍ରେସ୍‌ ଇସ୍ତାହାରକୁ ବିରୋଧ କରାଯାଇଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର...

ପୁରୀ ସହରର ୩ ପରିବା ମାର୍କେଟ ବନ୍ଦ

ପୁରୀ ଅଫିସ,୫।୪: ପୁରୀ ସହରର ୩ଟି ଯାକ ପରିବା ମାର୍କେଟ ବନ୍ଦ କରିଦେଲା ଜିଲା ପ୍ରଶାସନ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଲାଗି...

୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ...

ମେ’ରୁ ପୁଣି ଉଡ଼ିବ ଆନ୍ତର୍ଜାତିକ ବିମାନ

ଭୁବନେଶ୍ୱର, ୩ା୨(ବ୍ୟୁରୋ):ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସନ୍ତା ମେ’ ମାସରୁ ପୁଣି ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ। ଏଥିପାଇଁ ବିମାନ ସେବା ପ୍ରଦାନକାରୀ...

ଇନ୍ଦ୍ରାବତୀ ବାମ କେନାଲରୁ ବନ୍ଦ ହେଲା ଜଳସେଚନ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ସୋମବାରଠାରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜାନୁୟାରୀ...

ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ପୁରସ୍କୃତ

ନୂଆଦିଲ୍ଳୀ,୨୩ା୩: ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ଶ୍ରେଷ୍ଠ ଆୟୋଜକ...

ଯୋଡ଼ାରେ ରନ୍ଧାଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୩।୪ (ଡି.ଏନ.ଏ.)-ସାରାଦେଶରେ କୋଭିଡ୍‌ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ...

ପୁରୀରେ ପୁଣି ଅଗ୍ନିକାଣ୍ଡ

ପୁରୀ ଅଫିସ,୧୦।୩:  ପୁରୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ବୁଧବାର ପୁରୀ ବଡ଼ଦାଣ୍ଡ ମରୀଚିକୋଟ ଛକ ନିକଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪୩ ଦେକାନ...

Advertisement
Archives

Model This Week