ଛାତ୍ର ନେତାଙ୍କୁ ଦଳରୁ ତଡିଲା ବିଜେଡି, ହତ୍ୟା ମାମଲାରେ ହୋଇଥିଲେ ଗିରଫ

ଗଜପତି,୨୨।୨: ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ଦଳରୁ ବାହାର କରିଛି ବିଜେଡି। ସେ ଗଜପତି ଜିଲା ଛାତ୍ର ବିଜେଡି ଉପ-ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ସାମନାକୁ ଆସିଛି। ଏହାପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଲମ୍ବନ କରିଛି ବିଜେଡି ।

ଏହି ମାମଲାରେ ଅମିତ ପଟ୍ଟନାୟକଙ୍କ ସହ ତାଙ୍କର ଆଉ ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ ଦାଉଦ ଜେନାଙ୍କୁ ବି ପୁଲିସ ବାନ୍ଧିଛି। ଗିରଫ ୩ ଜଣଙ୍କଠାରୁ ୨୪ ଗ୍ରାମ ସୁନା, ୪ଟି ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଗାଡି ମଧ୍ୟ ଜବତ ହୋଇଛି।

ସୂଚନାଥାଉ କି, ଏହି ୩ ଅଭିଯୁକ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ବିିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍‌ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଅମିତଙ୍କୁ ଚିହ୍ନି ପକାଇଥିଲେ। ଧରା ପଡିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ।
ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଧରା ନ ପଡିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲେ ଅମିତ। ଏପରିକି ବୃଦ୍ଧାଙ୍କ ଶେଷକୃତ୍ୟ ସମୟରେ ବି ସେ ତାଙ୍କ ପାଖେପାଖ ଉପସ୍ଥିତ ରହୁଥିଲେ।
ପୋଲିସ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୁରା ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହା ପରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri