ଛାତ୍ର ନେତାଙ୍କୁ ଦଳରୁ ତଡିଲା ବିଜେଡି, ହତ୍ୟା ମାମଲାରେ ହୋଇଥିଲେ ଗିରଫ

ଗଜପତି,୨୨।୨: ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ଦଳରୁ ବାହାର କରିଛି ବିଜେଡି। ସେ ଗଜପତି ଜିଲା ଛାତ୍ର ବିଜେଡି ଉପ-ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ସାମନାକୁ ଆସିଛି। ଏହାପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଲମ୍ବନ କରିଛି ବିଜେଡି ।

ଏହି ମାମଲାରେ ଅମିତ ପଟ୍ଟନାୟକଙ୍କ ସହ ତାଙ୍କର ଆଉ ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ ଦାଉଦ ଜେନାଙ୍କୁ ବି ପୁଲିସ ବାନ୍ଧିଛି। ଗିରଫ ୩ ଜଣଙ୍କଠାରୁ ୨୪ ଗ୍ରାମ ସୁନା, ୪ଟି ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଗାଡି ମଧ୍ୟ ଜବତ ହୋଇଛି।

ସୂଚନାଥାଉ କି, ଏହି ୩ ଅଭିଯୁକ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ବିିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍‌ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଅମିତଙ୍କୁ ଚିହ୍ନି ପକାଇଥିଲେ। ଧରା ପଡିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ।
ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଧରା ନ ପଡିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲେ ଅମିତ। ଏପରିକି ବୃଦ୍ଧାଙ୍କ ଶେଷକୃତ୍ୟ ସମୟରେ ବି ସେ ତାଙ୍କ ପାଖେପାଖ ଉପସ୍ଥିତ ରହୁଥିଲେ।
ପୋଲିସ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୁରା ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହା ପରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri